ଭୁଲ୍ କଲେ ଋଷି ହେଲେ କ୍ଷମା ମାଗିଲେ ରଣବୀର ! ଜାଣନ୍ତୁ କାହିଁକି ଆସିଲା କପୂର ଫ୍ୟାମିଲିରେ ଏଭଳି ବିପତି

53

ଋଷି କପୂର ଜଣେ ଏଭଳି ଅଭିନେତା ଯାହାଙ୍କ କଥାରେ କୌଣସି ବାଡବତାସ ନଥାଏ । ସେ କେବେ ହୃଦବୋଧ କରନ୍ତି କି ତାଙ୍କ କଥା କେବେ କାହା ମନକୁ ଆଘାତ ଦେଇପାରେ । ଯାହାର ଏକ ସଦ୍ୟ ଦୁର୍ଘଟଣା ନିକଟରେ ଘଟିଯାଇଛି । ଯେଉଁଥିରେ ଋଷି କପୂରଙ୍କ କ୍ରୋଧ ପାଇଁ ଜଣେ ମହିଳା ସର୍ବସମ୍ମୁଖରେ କାନ୍ଦି ପକାଇଥିଲେ ଏବଂ ବାଧ୍ୟ ହୋଇ ରଣବୀରଙ୍କୁ ତାଙ୍କୁ କ୍ଷମା ମାଗିବାକୁ ପଡିଥିଲା ।

ସୂଚନା ମୁତାବକ, କିଛିଦିନ ତଳେ ଋଷି କପୂର ପତ୍ନୀ ନିତୁ, ପୁଅ ରଣବୀର ଏବଂ ନାତୂଣି ସମିରାଙ୍କୁ ନେଇ ବାନ୍ଦ୍ରାର ଏକ ରେଷ୍ଟୁରାଂଟକୁ ଡିନର ପାଇଁ ଯାଇଥିଲେ । ଏହି ସମୟରେ ଜଣେ ମହିଳା ମଧ୍ୟ ନିଜର ପରିବାରଲୋକଙ୍କ ସହ ଏହି ରେଷ୍ଟୁରାଂଟକୁ ଆସିଥିଲେ । ଯେତେବେଳେ ସେ ନିଜ ଆଖି ସାମ୍ନାରେ ଋଷି ଫ୍ୟାମିଲିକୁ ଏକାସାଥିରେ ଦେଖିଥିଲେ ସେତେବେଳେ ସେ ନିଜକୁ ଆଉ ନିୟନ୍ତ୍ରଣ କରିପାରିନଥିଲେ । କାରଣ ଉକ୍ତ ମହିଳା ଜଣକ ହେଉଛନ୍ତି ଋଷି କପୁରଙ୍କ ଜଣେ ବହୁତ ବଡ ଫ୍ୟାନ । ତେଣୁ ମହିଳା ଜଣକ ଋଷିଙ୍କ ଫ୍ୟାମିଲି ସହ ଏକ ଫଟୋ ନେବାକୁ ଅନୁରୋଧ କରିଥିଲେ । ତେବେ ଅନୁରୋଧ କ୍ରମେ ମହିଳା ଜଣକ ନିତୁ ଏବଂ ରଣବୀରଙ୍କ ସହ ସେଲ୍ଫି ତ ନେଇ ଥିଲେ ସତ ମାତ୍ର ଋଷିଙ୍କ ସହ ଉଠାଇ ପାରିନଥିଲେ ତେଣୁ ସେ ଋଷିଙ୍କ ସହ ପୁଣି ଯେତେବେଳେ ଫଟୋ ଉଠାଇବାକୁ ଉଦ୍ୟମ କରିଥିଲେ ଋଷି କିନ୍ତୁ ତାଙ୍କୁ ରୋକଠୋକ୍ ମନା କରିଦେଇଥିଲେ ।

କଥା ଏତିକିରେ ସରି ନଥିଲା ବରଂ ଆହୁରୀ ବିଗିଡି ଯାଇଥିଲା । କାରଣ ଋଷିଙ୍କ ମନା କରିବାର ଶୈଳୀ କିନ୍ତୁ ବହୁତ୍ କଠୋର ଥିଲା ଯେଉଁଥିପାଇଁ ମହିଳା ଜଣଙ୍କୁ ବହୁତ୍ ଖରାପ ଲାଗିଥିଲା ତେଣୁ ସେ ବଡ ପାଟିରେ କହି ଦେଇଥିଲେ “How rude!”। ବାସ୍ ମହିଳାଙ୍କ ଏତିକି କଥାରେ ହିଁ ସାମ୍ନାକୁ ଆସିଯାଇଥିଲା ଋଷିଙ୍କ ଅସଲ ଚେହେରା । ଋଷି ମହିଳା ଜଣଙ୍କୁ ମନ ଇଚ୍ଛା ଅନେକ କଥା କହିପକାଇଥିଲେ । ଆଉ ଋଷିଙ୍କର ଏଭଳି ବ୍ୟବହାର କାରଣରୁ ମହିଳା ଜଣକ ସେହିଠାରେ ହିଁ କାନ୍ଦି ପକାଇଥିଲେ ତେବେ ମହିଳାଙ୍କ କାନ୍ଦକୁ ଦେଖି ରଣବୀର ଆସି ଋଷିଙ୍କୁ ଅଟକାଇବା ସହ ତାଙ୍କୁ କ୍ଷମା ମାଗିଥିଲେ ।

ଏଠାରେ ଆମେ କହି ରଖୁଛୁ କି, ଋଷି କପୂରଙ୍କର ଏଭଳି ବ୍ୟବହାର କୌଣସି ନୂଆ ନୁହେଁ । ଏହାପୂର୍ବରୁ ବି ଋଷିଙ୍କର ଏହି କ୍ରୋଧିତ ମନଭାବ କାରଣରୁ ଅନେକ ଫ୍ୟାନ୍ସଙ୍କ ମନ ଦୁଃଖ ହୋଇଛି । ଖାଲି ସେତିକି ନୁହେଁ ସୋସିଆଲ ମିଡିଆରେ ୟୁଜର୍ସଙ୍କୁ ତାଚ୍ଛଲ୍ୟ କରିବା ଋଷି କପୂରଙ୍କର ହେଉଛି ଏକ ପୁରୁଣା ଅଭ୍ୟାସ ।