ପଢାରେ ପଛୁଆ ମାତ୍ର ସିନେମାରେ ଆଗୁଆ ! ଜାଣନ୍ତୁ ବାହୁବଳୀ ଷ୍ଟାରଙ୍କର ଶିକ୍ଷାଗତ ଯୋଗ୍ୟତା

185

‘ବାହୁବଳୀ-ଟୁ’ର ଆଶ୍ଚର୍ଯ୍ୟଜନକ ରୋଜଗାର କାରଣରୁ ଏହି ସିନେମାଟି ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ତେବ ସିନେମାର ଷ୍ଟାରକାଷ୍ଟ ତଥା ପ୍ରଭାସ ,ଅନୁଷ୍କା ସେଠୀ,ରାଣା ଦଗ୍ଗୁବତ୍ତୀ,ସତ୍ୟରାଜ,ରମ୍ୟା କୃଷ୍ଣନନଙ୍କୁ ଅଧିକ ପସନ୍ଦ କରିଛନ୍ତି ଦର୍ଶକେ । କିନ୍ତୁ ଆପଣ ଜାଣିଛନ୍ତି କି ରିୟଲ ଲାଇଫରେ ଏହି କଳାକାରମାନେ କେତେ ପାଠ ପଢିଛନ୍ତି । ତେବେ ଆସନ୍ତୁ ଜାଣିବା ।

ସିନେମାରେ ଅମରେନ୍ଦ୍ର ଓ ମହେନ୍ଦ୍ର ବାହୁବଳୀର ମୁଖ୍ୟ ଭୂମିକାରେ ନଜର ଆସିଥିବା ତଥା ନାୟକ ପ୍ରଭାସ ରିୟଲ ଲାଇଫରେ ଜଣେ ପେଶାଦାର ଇଂଜିନିୟର । ପ୍ରଭାସ ହାଇଦ୍ରାବାଦର ଶ୍ରୀ ଚୈତନ୍ୟ କଲେଜରୁ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ପ୍ରଭାବ ୨୦୦୨ରେ ସିନେମା ‘ଇଶ୍ୱର’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ବାହୁବଳୀରେ ଖଳନାୟକ ଚରିତ୍ରରେ ନଜର ଆସିଥିବା ଭଲ୍ଲାଲଦେବ ତଥା ରାଣା ଦଗ୍ଗୁବତ୍ତୀ ଇଣ୍ଡଷ୍ଟ୍ରିୟଲ ଫୋଟୋଗ୍ରାଫିରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ରାଣା ପାଠପଢା ସହିତ ମଧ୍ୟ ଅନେକ ବିଜ୍ଞାପନ ଓ ଡକ୍ୟୁମେଂଟ୍ରିଜ୍ ନିର୍ମାଣ କରିଥିଲେ ।

ବାହୁବଳୀର ଦେବସେନା ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଅନୁଷ୍କା ସେଠୀ ରିୟଲ ଲାଇଫରେ କମ୍ପ୍ୟୁଟର ସାଇନ୍ସରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ସେ ବେଙ୍ଗାଲୁରର ମାଉଂଟ କୈରମଲ କଲେଜରେ ବିସିଏ କରିଛନ୍ତି । ଅନୁଷ୍କା ୨୦୦୫ରେ ଆସିଥିବା ତେଲୁଗୁ ସିନେମା ‘ସୁପର’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ଏହି ସିନେମାରେ ଶିବଗାମୀ ଚରିତ୍ରରେ ଦମଦାର ଅଭିନୟ କରିଥିବା ଅଭିନେତ୍ରୀ ରମ୍ୟା କୃଷ୍ଣନନ ଗ୍ରାଜୁଏଟ ଅଟନ୍ତି । ଏଥିସହ ସେ ଭରତନାଟ୍ୟମ୍,କୁଚ୍ଚିପୁଡି ଏବଂ ଜଣେ ଆଧୁନିକ ନୃତ୍ୟଶିଳ୍ପୀ ମଧ୍ୟ ଅଟନ୍ତି ।

ବାହୁବଳୀରେ ଅବନ୍ତିକା ଚରିତ୍ରରେ ନଜର ଆସିଥିବା ନାୟିକା ତମନ୍ନା ଭାଟିୟା ମାତ୍ର ଦ୍ୱାଦଶ କକ୍ଷ ଯାଏଁ ପାଠ ପଢିଛନ୍ତି । ତମନ୍ନା ମାତ୍ର ୧୩ ବର୍ଷରୁ ହିଁ ସିନେମା ଜଗତରେ ପାଦ ଦେଇଥିଲେ । ତେବେ ଏକ ସାକ୍ଷାତକାରରେ ଏକଥାକୁ ଖୋଦ୍ ତମନ୍ନା ସ୍ୱୀକାର କରିଛନ୍ତି ।

ବାହୁବଳୀର ସବୁଠାରୁ ଚର୍ଚ୍ଚିତ ଚରିତ୍ର ତଥା କଟ୍ଟପ୍ପା ତଥା ସତ୍ୟରାଜ ବାସ୍ତବ ଜୀବନରେ ଉଦ୍ଧିଦବିଜ୍ଞାନରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ତେବେ ସତ୍ୟରାଜ ନିଜ ଅଭିନୟ କ୍ୟାରିୟର ଖଳନାୟକ ଚରିତ୍ରରୁ ହିଁ ଆରମ୍ଭ କରିଛନ୍ତି । ଯଦିଓ ପରେ ସେ ଆକ୍ସନଠାରୁ ଆରମ୍ଭ କରି କମେଡି ସିନେମାରେ କାମ କରି ସାରିଲେଣି ମାତ୍ର ସତ୍ୟରାଜ ସବୁଠାରୁ ଅଧିକ କଟ୍ଟପ୍ପା ଚରିତ୍ରରେ ହିଁ ବେଶି ଲୋକପ୍ରିୟତା ଲାଭ କରିଛନ୍ତି ।