ଅଭିନେତ୍ରୀ ଆଣିଲେ ଦୁଷ୍କର୍ମ ଅଭିଯୋଗ ! ବଲିଉଡ ଜଗତର ବରିଷ୍ଠ ଅଭିନେତ୍ରୀ ଜିନ୍ନତ ଅମାନଙ୍କୁ ଦୁଷ୍କର୍ମ କଲେ ବ୍ୟବସାୟୀ

30

ବଲିଉଡ ଜଗତର ପ୍ରଭାବଶାଳୀ ଅଭିନେତ୍ରୀ ଜିନ୍ନତ ଅମାନ ଜଣେ ବ୍ୟବସାୟୀଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତ ଜଣକ ହେଲେ ୩୮ ବର୍ଷୀୟ ସରଫରାଜ ଊର୍ଫ ଅମନ ଖାନ୍ନା । ଏହି ବ୍ୟବସାୟୀ ଜଣକ ଜିନ୍ନତଙ୍କୁ ତାଙ୍କ ୱାର୍ଟସଆପରେ ଅଶ୍ଲୀଳ ଫଟୋ ଏବଂ ମେସେଜ ପଠାଇବା ସହ ଘରେ ପସି ଅଶ୍ଲୀଳ ବ୍ୟବହାର କରିବା , ସିକ୍ୟୁରିଟି ଗାର୍ଡଙ୍କୁ ପିଟିବା,ଫଲୋ କରିବା ଭଳି ଅପରାଧ କରିଥିବା କଥା ସେ ପୋଲିସକୁ କହିଥିଲେ ।

ଏହି ଅଭିନେତ୍ରୀ ଜଣକ ଏବେ ଉକ୍ତ ବ୍ୟବସାୟୀଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି । ଏହି ମାମଲାକୁ କ୍ରାଇମ ବ୍ରାଞ୍ଚକୁ ତଦାରଖ କରିବା ପାଇଁ ଦିଆଯାଇଛି । ଅମନ ଖାନ୍ନା ସିନେମା ନିର୍ମାଣ କରିବା ସହ ଆହୁରି ଅନେକ ବ୍ୟବସାୟରେ ସଂପୃକ୍ତ ଅଛନ୍ତି । ସୂତ୍ରରୁ ଶୁଣିବାକୁ ମିଳୁଛି ଅମନ ମାନସିକ ସ୍ତରରେ ଦୁର୍ବଳ ଥିଲେ । ତାଙ୍କ ବିରୋଧରେ ମୁମ୍ବାଇର ବାଙ୍ଗୁର ଠାରେ ଏକାଧିକ କେସ ରହିଛି ।