ମନ କଥା କହିଲେ ସୁପରଷ୍ଟାର କିଶୋର କୁମାର ! କହିଲେ ଯୋଗୀତା ବାଲିଙ୍କ ସହ ବିବାହ ଥିଲା କେବଳ ଏକ ବୁଝାମଣା

39

ଯୋଗୀତା ବାଲି ୭୦ ଏବଂ ୮୦ ଦଶକର ଜଣେ ଏଭଳି ନାୟିକା ଥିଲେ ଯାହାଙ୍କର ନା କେବଳ ଅଭିନୟ ଲୋକଙ୍କୁ ଆକୃଷ୍ଟ କରିଥିଲା । ତାହା ନୁହେଁ ତାଙ୍କ ସୁନ୍ଦରତା ମଧ୍ୟ ଲୋକଙ୍କୁ ଆହୁରୀ ଆକର୍ଷିତ କରିଥିଲା । ଏପରିକି ସୁପରଷ୍ଟାର କିଶୋର କୁମାର ମଧ୍ୟ ତାଙ୍କ ପ୍ରେମରେ ପଡିଯାଇଥିଲେ । କିନ୍ତୁ ଏବେ ପ୍ରଶ୍ନ ଉଠିଛି ସଭିଁଙ୍କ ମନ କିଣି ନେଉଥିବା ଏହି ନାୟିକା ଜଣଙ୍କ ଏବେ ଗଲେ କୁଆଡେ ?

ସୂଚନା ମୁତାବକ, ଯୋଗୀତା ବାଲିଙ୍କ କ୍ୟାରିୟରରେ ସେ ସବୁ ପାଇଥିଲେ ଯାହାକୁ ସେ କେବେ କଳ୍ପନା ମଧ୍ୟ କରିନ ଥିଲେ । ସିନେମାରେ ସେ ବହୁ ନାମିଦାମୀ କଳାକାରଙ୍କ ସହ କାମ କରି ଆସିଛନ୍ତି ଯାହା ପାଇଁ ସେ ସଫଳତା ପରେ ସଫଳତା ଲାଭ କରିପାରିଥିଲେ । ।କିନ୍ତୁ ଯେତେବେଳେ ତାଙ୍କ ଜୀବନରେ କିଶୋର କୁମାରଙ୍କ ଏଂଟ୍ରି ହୋଇଥିଲା ତାଙ୍କ ଜୀବନର ମୋଡ ସତେ ଯେମିତି ବଦଳି ଯାଇଥିଲା । କିଶୋରଙ୍କ ସହ ଯୋଗୀତା ଅନେକ ସିନେମା କରିଥିଲେ ଆଉ ସେଗୁଡିକ ଦର୍ଶକମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିବା ସହ ସେ ତାଙ୍କୁ ବିବାହ ମଧ୍ୟ କରିଥିଲେ ।

ଉଭୟଙ୍କ ବୈବାହିକ ସଂପର୍କ ପ୍ରଥମେତ ଠିକ୍ ଠାକ୍ ଥିଲା । କିନ୍ତୁ କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ଦେଖାଦେଇଥିଲା ମତଭେଦ ଦେଖାଯିବା ସହ ଉଭୟ ଉଭୟଙ୍କଠାରୁ ଅଲଗା ହୋଇଯାଇଥିଲେ । କହିବାକୁ ଗଲେ ଉଭୟଙ୍କ ବୈବାହିକ ଜୀବନ ମାତ୍ର ୨ ବର୍ଷ ପାଇଁ ଥିଲା । ତେବେ ନିକଟରେ ହୋଇଥିବା ଏକ ସାକ୍ଷାତକାରରେ କିଶୋର କୁମାର ତାଙ୍କ ମନ କଥା କହିଦେଇଥିଲେ ।

ସେ କହିଥିଲେ କି, ‘ଯୋଗୀତା ବାଲିଙ୍କ ସହିତ ବିବାହ କେବଳ ଥିଲା ଗୋଟେ ବୁଝାମଣା । କାରଣ ଯୋଗୀତା ସବୁବେଳେ ନିଜ ମାଙ୍କୁ ନେଇ ଚିନ୍ତିତ ଥିଲେ । ଆଉ ଆମ ବିବାହକୁ ନେଇ କେବେ କୌଣସି ଗଭୀରତା ଦେଖାଇ ନାହାଁନ୍ତି । ତେବେ ଏହାକୁ ନେଇ ଯୋଗୀତାଙ୍କ ମନରେ କିଛି ବି ଫରକ ପଡି ନଥିଲା ।’ କାରଣ କିଶୋର କୁମାରଙ୍କଠାରୁ ଅଲଗା ହେବାର ମାତ୍ର ଗୋଟିଏ ବର୍ଷ ପରେ ଯୋଗୀତା ମିଥୁନ ଚଳ୍ରବତୀଙ୍କୁ ବିବାହ କରିଥିଲେ ।