ଶିଳ୍ପାଙ୍କ ଏକ ଏଭଳି କାଣ୍ଡ, ଯାହା ଭାଙ୍ଗି ଦେଇଥିଲା ଭାଇଜାନଙ୍କ ହୃଦୟ

41

ସାଲମାନ ଖାନ ବଲିଉଡ୍ ଜଗତର ଏକ ପ୍ରସିଦ୍ଧ ଅଭିନେତା । ସାଲମାନ ଏପରି ଏକ ମଣିଷ ତାଙ୍କ ଦୃଷ୍ଟିରେ ଯାହାବି ଭଲ ଲାଗିଲା । ସେ ସେହି କାମ ପାଇଁ ସବୁପ୍ରକାର ସହାୟତା ପାଇଁ ପୂରା ରେଡି ଥାନ୍ତି । ସେଥିପାଇଁ ବଲିଉଡ୍ ଦୁନିଆରେ ସାଲମାନ ଖାନ ‘ଗ୍ରାଣ୍ଡ ଫାଦର’ ନାମରେ ବି ପରିଚିତ । ବି-ଟାଉନରେ କେତେକ ଷ୍ଟାର ଅଛନ୍ତି, ସେମାନେ କେବଳ ସାଲମାନ ଖାନଙ୍କ ପାଇଁ ଇଣ୍ଡଷ୍ଟ୍ରିରେ ନିଜର ସ୍ଥିତି ଜାହିର କରିବାରେ ସଫଳ ହୋଇପାରିଛନ୍ତି । ସେହିଭଳି ଭାଇଜାନ ତାଙ୍କ ନିଜସ୍ୱ ଜିନିଷକୁ ମଧ୍ୟ ଅତି ଯତ୍ନର ସହିତ ରଖିଥାନ୍ତି । ଆଜି ତାଙ୍କ ବିଷୟରେ ଏପରି ଏକ କଥା ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯାହାକୁ ଆପଣ ବୋଧହୁଏ ବିଶ୍ୱାସ ହୋଇନପାରେ । ତେବେ ପଢନ୍ତୁ ପୂରା ଖବର ।

ବଲିଉଡର ହଟ୍ ନାୟିକା ତଥା ପ୍ରସିଦ୍ଧ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ ଦିନେ ସାଲମାନଙ୍କର ଏକ ଗ୍ଲାସ ଭାଂଗି ଦେଇଥିଲେ ଆଉ ଯେଉଁଥିରେ ଭାଇଜାନ ପିଲାଙ୍କ ଭଳି କାନ୍ଦି ଉଠିଥିଲେ । ଏବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ପ୍ରଶ୍ନ ଆସୁଥିବ କି, ଏହା କ’ଣ ସତ? ବିଶ୍ୱାସ ନ ହେଉଥିଲେ ବି ଏହା ସତ୍ୟ ଅଟେ । ସାଲମାନ ଏକ ଗ୍ଲାସ ପାଇଁ କାନ୍ଦି ପକାଇଥିଲେ । ତେବେ ଘଟଣାଟି ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଡ୍ୟାନ୍ସ ରିୟଲିଟି ସୋ ‘ନଚ ବଲିଏ ସିଜନ- ୬ରେ ଶିଳ୍ପା ଏହାର ଖୁଲାସା କରିଥିଲେ । ସେହି ସମୟରେ ସଲମାନ ଏକ ଏପିସୋଡରେ ନିଜ ସିନେମାର ପ୍ରମୋସନ ପାଇଁ ଆସିଥିଲେ । ଏହି ସୋ ରେ ଶିଳ୍ପା ସେଟ୍ଟୀ ଓ ତାଙ୍କର ଏକ ଗୁପ୍ତ କଥା ପ୍ରକାଶ କରିଥିଲେ । ସେ କହିଥିଲେ କି, ‘ମୁଁ ଏବଂ ସଲମାନ ଏକ ଫିଲ୍ମର ସୁଟିଂ କାମରେ ପୁନେ ଯାଇଥିଲୁ । ସେହି ସମୟରେ ଆମେ ଗୋଟେ ଦିନ ରାତ୍ରୀଭୋଜନ ଏକାଠି କରିଥିଲୁ । ସେହି ଦିନ ମୁଁ ସଲମାନଙ୍କର ଏକ ଗ୍ଲାସକୁ ଭାଙ୍ଗି ଦେଇଥିଲେ । ଯେଉଁଥିପାଇଁ ସଲମାନ୍ ଖାନ କାନ୍ଦି ପକାଇଥିଲେ’ ।

ତେବେ ସାଲମାନ ଶିଳ୍କାଙ୍କୁ କହିଥିଲେ କି, ‘ଏହି ଗ୍ଲାସଟିକୁ ମୋତେ ମୋର ଜେଜେମାଆ ଦେଇଥିଲେ । ତୁମେ ଏହାକୁ ଭାଙ୍ଗି ଦେଲ, ମୋ ବାପା ମୋତେ ମାରି ଦେବେ’ । ସଲମାନଙ୍କଠାରୁ ଏକଥା ଶୁଣିବା ପରେ ଶିଳ୍ପା ଖୁବ୍ ଡରି ଯାଇଥିଲେ ଏବଂ ଖଣ୍ଡବିଖଣ୍ଡିତ କାଚକୁ ଉଠାଇବା ସହ ସେ ମଧ୍ୟ କାନ୍ଦି ପକାଇଥିଲେ ।