ଶ୍ରୀଦେବୀଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ଆଭାସ ପାଇଯାଇଥିଲେ ବିଗବି । ଟ୍ୱିଟରରେ ଦେଇଥିଲେ ସୂଚନା

26

ବଲିଉଡ୍ ସୁନ୍ଦରୀ ଶ୍ରୀଦେବୀଙ୍କର ଦେହାନ୍ତ ହୋଇଯାଇଛି । ବଲିଉଡର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କର ୫୪ ବର୍ଷରେ ଦେହାନ୍ତ ହୋଇ ଯାଇଛି । ଦୁବାଇରେ ଏକ ବିବାହ ଭୋଜି ଯୋଗ ଦେବାକୁ ଯାଇଥିବା ଅବସରରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହି ସମୟରେ ତାଙ୍କ ସହ ପତି ବୋନି କାପୁର ଓ ସାନ ଝିଅ ଖୁସୀ ଥିବା ଜଣାପଡିଛି । ଶ୍ରୀଦେବୀଙ୍କ ମୃତ୍ୟୁ ଖବର ସମଗ୍ର ବଲିଉଡ୍କୁ ସ୍ତବ୍ଧ କରିଦେଇଛି । ବଲିଉଡର ପ୍ରତ୍ୟେକ ଅଭିନେତା, ଅଭିନେତ୍ରୀ ଶ୍ରୀଦେବୀଙ୍କ ବିୟୋଗରେ ଅତ୍ୟନ୍ତ ମର୍ମାହତ ହୋଇପଡିଛନ୍ତି । କିନ୍ତୁ ମହାନାୟକ ଅମିତାଭଙ୍କ ଗୋଟିଏ ଟ୍ୱିଟ ଏବେ ଚର୍ଚ୍ଚାର ବିଷୟ ସାଜିଛି ।

ସୂଚନା ମୁତାବକ, ଶନିବାର ରାତିରେ ବିଗ ବି ୩ଟି ଟ୍ୱିଟ୍ କରିଥିଲେ । ତେବେ ପ୍ରଥମ ଟ୍ୱିଟ ଥିଲା ରାତି ୧ଟାରେ । ଯେଉଁଥିରେ ଦକ୍ଷିଣ ଆଫ୍ରିକା ସହିତ ଟି-ଟ୍ୱେଂଟି ମ୍ୟାଚରେ ଜିତି ଥିବାରୁ ଭାରତୀୟ ଟିମଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଏହାପରେ ୧ଟା ୧୩ରେ ସେ ଏକ ପୁସ୍ତକ ବିମୋଚନ ସମାରୋହର ଫଟୋ ସେୟାର କରିଥିଲେ ।

ଶେଷ ଟ୍ୱିଟ ଏହାର ଠିକ୍ ୨ ମିନିଟ୍ ପରେ କରିଥିଲେ, ଯେଉଁଥିରେ ଲେଖାଥିଲା ଯେ, ‘ନ ଜାନେ କୁଁ୍ୟୟ ଆଜ୍ ଏକ ଅଜୀବ ସି ଘବରାହଟ ହୋ ରହି ହୈ’ । ଅମିତାଭଙ୍କର ଏହି ଟ୍ୱିଟର କିଛି ସମୟ ପରେ ଶ୍ରୀଦେବୀଙ୍କର ମୃତ୍ୟୁ ଖବର ଆସିଥିଲା । ଯାହାରା କିଛି ସମୟ ପରେ ବନୀ କପୁରଙ୍କ ଭାଇ ସଂଜୟ କପୁର ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଦେଇଥିଲେ ।