ସାମ୍ନାକୁ ଆସିଲା ବିରାଟଙ୍କ କୁକୁର ପ୍ରେମ ! ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

39

ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଭାରତ ଜିତିଥିଲା । ବିରାଟ କୋହଲିଙ୍କ ଡବଲ ସେଂଚୁରୀ ଏବଂ ରୋହିତ ଶର୍ମାଙ୍କ ଶତକ ପରେ ଇଣ୍ଡିଆ ଟିମର ସ୍ଥିତି ମଜଭୂତ ହୋଇଥିଲା । ସୋସିଆଲ ମିଡିଆଠାରୁ ଆରମ୍ଭ କରି ସମସ୍ତ ସ୍ଥାନରେ କୋହଲିଙ୍କ ଚର୍ଚ୍ଚା ଚାରିଆଡେ ବ୍ୟାପିଛି । କେବଳ ଡବଲ ସେଂଚ୍ୟୁରି ନୁହେଁ ତାଙ୍କର ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହାଦ୍ୱାରା ଜଣାପଡୁଛି ଯେ ସେ ରିୟଲ ଲାଇଫରେ ମଧ୍ୟ ଷ୍ଟାର ଅଟନ୍ତି । ତେବେ ଏହି ଭିଡିଓଟି ବିସିସିଆଇ ପୋଷ୍ଟ କରିଛି । ଯେଉଁଥିରେ ବିରାଟଙ୍କର କୁକୁର ପ୍ରତି ଭଲ ପାଇବା ସ୍ପଷ୍ଟ ଜଣାପଡୁଛି ।

ମ୍ୟାଚ ଆରମ୍ଭ ହେବା ପୂର୍ବରୁ କୋହଲି ଗ୍ରାଉଣ୍ଡରେ ଖେଳ ଅଭ୍ୟାସ କରୁଥିଲେ । କିଛି ସମୟ ପରେ ଝାଳ ବାହାରିବାରୁ ସେ ବସି ପଡିଥିଲେ । ସେହି ସମୟରେ ତାଙ୍କ ନଜର ସିକ୍ୟୁରିଟି ଷ୍ଟାଫ ଉପରେ ପଡିଥିଲା । ଯେଉଁଠାରେ ସିକ୍ୟୁରିଟି କୁକୁର ଖେଳୁଥିଲା । ସେ ସେଠାରେ ପହଂଚି କୁକୁର ସହ ଖେଳିବା ଆରମ୍ଭ କରିଦେଇଥିଲେ । କୋହଲି ବଲକୁ ଦୂରକୁ ଫୋପାଡୁଥିଲେ ଏବଂ କୁକୁରଟି ସେଠାରୁ ଉଠାଇ ଆଣୁଥିଲା । କୁକୁରଟ ମଧ୍ୟ ବିରାଟଙ୍କୁ ଯିବାକୁ ଦେଉନଥିଲା । କୋହଲି ଶେଷରେ କୁକୁରଟିକୁ କୋଳେଇ ନେଇଥିଲେ ।
କୋହଲି ରାସ୍ତାକଡର ୧୫ଟି କୁକୁରଙ୍କୁ ପାଲିଛନ୍ତି

ଚଳିତ ବର୍ଷ ବିରାଟ୍ ଆଇପିଏଲ ଜରିଆରେ ବେଙ୍ଗାଲୁରୁ ମ୍ୟାଚ ଖେଳିବା ଲାଗି ଯାଇଥିଲେ । ସେଠାରେ ସେ ୧୫ଟି ବୁଲା କୁକୁରଙ୍କୁ ଆପଣେଇଥିବା ଶୁଣିବାକୁ ମିଳିଥିଲା । ଯେଉଁମାନେ କି ରାସ୍ତା କଡର କୁକୁର, ଏବଂ ସେମାନଙ୍କ ମଧ୍ୟରୁ କିଛି ରୋଗିଣା ଓ କିଛି ପଙ୍ଗୁ ଥିଲେ ।
ଏଥିରୁ ଜଣାପଡୁଛି ଯେ ବିରାଟ କୋହଲି ଜଣେ କୁକୁର ପ୍ରେମୀ ଏବଂ ଫାଙ୍କା ପାଇଲେ ସେ କୁକୁରଙ୍କ ସହ ସମୟ ଅତିବାହିତ କରିବାପାଇଁ ଖୁବ୍ ପସନ୍ଦ କରନ୍ତି ।