ଚର୍ଚ୍ଚାରେ ବିରୁଷ୍କାଙ୍କ ବିବାହ ପୋଷାକ ! ଦୁହିଁଙ୍କର ପୋଷାକର ମୂଲ୍ୟ ଥିଲା କୋଟିଏ ଟଙ୍କା

72

ଦିଲ୍ଲୀର ତାଜ ଡିପ୍ଲୋମାଟିକ କନକ୍ଲେଭରେ ଗୁରୁବାର ସଂନ୍ଧାରେ ବିରାଟ ଓ ଅନଷ୍କାଙ୍କ ବିବାହର ପ୍ରଥମ ରିସେପସନ ପାର୍ଟି ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତି ସେହି ବିଶେଷ ଉତ୍ସବର ଚର୍ଚ୍ଚାକୁ ବଢାଇ ଦେଇଛି । କିନ୍ତୁ ରିସେପସନ ପାର୍ଟିରେ ବିରାଟ ଓ ଅନୁଷ୍କା ପିନ୍ଧିଥିବା ପୋଷାକକୁ ନେଇ ଏବେବି ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ବିରାଟ ପିନ୍ଧିଥିବା କଳା ସିଲ୍କି ଗଳା ବନ୍ଦ କୋଟ୍ ଓ ଆଉ ତା’ସହ ଥିଲା ଧଳା ରଙ୍ଗର ଚୁଡିଦାର । ତାଙ୍କ ଗଳା ବନ୍ଦ କୋଟରେ ଯେଉଁ ବୋତାମ ସବୁ ଲାଗିଥିଲା ସେ ସବୁ ଥିଲା ୧୮ କ୍ୟାରେଟ ସୁନାର । ବିରାଟଙ୍କ ପୁରା ପୋଷାକର ଦାମ ୭୦ ଲକ୍ଷ ବୋଲି ଖବର ମିଳିଛି । ଅନୁଷ୍କା ଶର୍ମା ବନାରସରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ନାଲି ପାଟ ଶାଢି ପିନ୍ଧିଥିଲେ । ତା’ସହ ହୀରାର ଗଳା ଚିକ୍କ ହାର ପିନ୍ଧିଥିଲେ । ଅନୁଷ୍କାଙ୍କ ଶାଢି ଓ ଗହଣା ଆଦିକୁ ମିଶାଇଲେ ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଅର୍ଥାତ ବିରାଟ ଓ ଅନୁଷ୍କା ଦେହରେ କୋଟିଏ ଟଙ୍କାର ଜିନିଷ ଥିଲା ।