ପରଲୋକରେ ବଲିଉଡ ଅଭିନେତ୍ରୀ ରିମା ଲାଗୁ !

71

ବଲିଉଡ ଅଭିନେତ୍ରୀ ରିମା ଲାଗୁଙ୍କ ଆଜି ସକାଳେ ମୁମ୍ବାଇରେ ପରଲୋକ ହୋଇଯାଇଛି । ୫୯ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ଖରାପ ସ୍ୱାସ୍ଥ୍ୟ କାରଣରୁ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । ବଲିଉଡର ଅନେକ ହିଟ ଫିଲ୍ମରେ ମା ଭୂମିକାରେ ଅଭିନିୟ କରି ସେ ଚର୍ଚାରେ ଥିଲେ । ମୈନେ ପ୍ୟାର କିଆ, ସାଜନ, ହମ ସାଥ ସାଥ ହୈ, ହମ ଆପକେ ହେ କୌନ ଓ ଆଶିକି ଭଳି ଅନେକ ହିଟ ଫିଲ୍ମରେ ସେ ଅଭିନୟ କରିଥିଲେ ।

ସେହିଭଳି ଶ୍ରୀମାନ ଶ୍ରୀମତୀ ଜୀ, ତୁ ତୁ ମେଁ ମେଁ ଭଳି ଧାରାବାହିକରେ ରିମା ଲାଗୁ ନିଜ ଅଭିନୟର ଛାପ ଛାଡିଯାଇଛନ୍ତି । ଅନେକ ମରାଠୀ ଫିଲ୍ମରେ ବି ରିମା ଲାଗୁ ଅଭିନୟ କରିଥିଲେ । ୧୯୫୮ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ରିମା ଲାଗୁ । ପରେ ସେ ମରାଠୀ ଥିଏଟରରେ ସକ୍ରିୟ ହୋଇଥିଲେ । ହମ ଆପେକ ହେ କୌନ, ୟେ ଦିଲ୍ଲଗୀ, ଦିଲ୍ଲୱାଲେ, କୁଛ କୁଛ ହୌତା ହେ ଓ କଲ ହୋ ନା ହୋ’ରେ ରିମା ଲାଗୁ ସ୍ମରଣୀୟ ଭୂମିକା କରିଥିଲେ ।