ସୁନୀଲଙ୍କ ପ୍ରତିଶୋଧ ! କାହା ଗାଲ ପାଇଁ ଜୋତା ନମ୍ବର ୧୦ ?

37

ସୁନୀଲ ଗ୍ରୋବର –କପିଲ ଶର୍ମାଙ୍କ ବିବାଦ ସଂପର୍କରେ ଆପଣଙ୍କୁ ପ୍ରାୟତଃ ଜାଣାଥିବ। ତେବେ ଏହାର ପ୍ରତିଶୋଧ ନେବା ପାଇଁ ସୁନୀଲ ଗତ ମଙ୍ଗଳବାର ଦିନ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ଯାହା ସିଧାସଳଖ କପିଲ ଶର୍ମାଙ୍କୁ ହିଁ ଇଙ୍ଗୀତ କଲାଭଳି ସୂଚିତ ହୋଇଛି । ତେବେ ଏହି ଫଟୋରେ ସୁନୀଲଙ୍କ ମୁହଁ ସ୍ପଷ୍ଟ ଦେଖାଯାଉଥିବାବେଳେ ସେ ଦେଖାଇଥିବା ଜୋତାଟିକୁ ଅସ୍ପଷ୍ଟ କରାଯାଇଛି। ଆଉ ଫଟୋ ତଳେ ଲେଖା ଯାଇଛି- ମୋ ଜୋତାର ନମ୍ବର ୟୁଏସ୍ ୧୦

ତେବେ ଶୁଣିବାକୁ ମିଳିଛି କି, ସୁନୀଲ ଏହି ଜୋତା କପିଲ ଶର୍ମାଙ୍କ ଉଦ୍ଦେଶ୍ୟରେ ଦେଖାଇଛନ୍ତି । ଏଠାରେ ଆମେ କହି ରଖୁଛୁ କି, ଅଷ୍ଟ୍ରେଲିଆରେ ଏକ ଶୋ’ କରି ଫେରୁଥିବା ବେଳେ ବିମାନରେ କପିଲ ମଦ ପିଇ ସୁନୀଲଙ୍କୁ ମନଇଚ୍ଛା ଗାଳି ଦେବା ସହ ତାଙ୍କୁ ଜୋତାରେ ମାରିଥିଲେ ବୋଲି ଖବର ଆସିଥିଲା । ଯାହାକୁ ନେଇ ସୁନୀଲ କପିଲଙ୍କ ଶୋ’ ମଧ୍ୟ ଛାଡ଼ି ଦେଇଛନ୍ତି।