କପିଲଙ୍କ ଶୋ’କୁ ସୁନୀଲ ଗ୍ରୋବରଙ୍କ ଫେରିବା ପଛର ରହସ୍ୟ ? ଚୁକ୍ତି ନା ଆଉ କିଛି ଜାଣନ୍ତୁ ଏହାର ରାଜ୍

36

ସୁନୀଲ ଗ୍ରୋବର ପୁଣି ଥରେ କପିଲଙ୍କ ଶୋ’କୁ ଫେରିବା ଖବର ଏବେ ପୁରା ସ୍ପଷ୍ଟ । ଯେତେବେଳେ ଉଭୟଙ୍କ ଝଗଡାକୁ ନେଇ ସୁନୀଲ ଟୁଇଟ କରି କହିଥିଲେ କି କପିଲଙ୍କ ସହ ଆଉ କାମ କରିବେ ନାହିଁ ବୋଲି ସେତେବେଳେ ସମସ୍ତଙ୍କୁ ଲାଗିଥିଲା କି ତାଙ୍କୁ ବୋଧେ କେବେ କପିଲଙ୍କ ଶୋରେ ଦେଖିବାକୁ ପାଇବେନି ଦର୍ଶକେ । କିନ୍ତୁ ତାଙ୍କ ଫେରିବା ପଛରେ କଣ କାରଣ ରହିଛି ? କି ସେ କୌଣସି ଚାପରେ ରହି ଏଭଳି ନିଷ୍ପତି ନେଇଛନ୍ତି ତା ସଂପର୍କରେ ଆସନ୍ତୁ ଜାଣିବା ।

• ତେବେ ଏକଥା ତ ସ୍ପଷ୍ଟ କି, ସୁନୀଲ ବର୍ତ୍ତମାନ ୨୩ ଏପ୍ରିଲ ଯାଏଁ ସୋନି ଚ୍ୟାନେଲ ସହିତ ସ୍ୱାକ୍ଷରିତ ଏକ ଚୁକ୍ତି ସହ ବନ୍ଧା । ଅନିଚ୍ଛା ସତ୍ୱେ ମଧ୍ୟ ତାଙ୍କୁ କପିଲଙ୍କ ଶୋ’ରେ କାମ କରିବାକୁ ପଡିବ । ନଚେତ୍ ତାଙ୍କ ବିରୋଧରେ କେସ୍ ଦାୟର ହୋଇପାରେ ।

• ଅନ୍ୟପଟେ ସୁନୀଲ ମଧ୍ୟ ଶୋ’ଛାଡିବା ପରେ କାମକୁ ନେଇ ଅଧିକ ସଚେତନ ରହିବେ । ଏଠାରେ ଆମେ କହି ରଖୁଛ କି, ଚଳତି ବର୍ଷ ପରଦାରେ ଆସିଥିବା ସୁନୀଲଙ୍କ ଅଭିନିତ ସିନେମା ‘କଫି ୱିଥ୍ ଡି’ କୁ କେହି ବି ପଚାରି ନଥିଲେ । ସେହିଭଳି ଏହା ପୂର୍ବରୁ ମଧ୍ୟ ସେ ଯେତେବେଳେ କପିଲଙ୍କଠୁ ଅଲଗା ହୋଇ ନିଜର ଏକ ଶୋ’ କରିଥିଲେ ସେଥିରେ ମଧ୍ୟ ତାଙ୍କୁ କୌଣସି ସଫଳତା ମିଳି ନଥିଲେ ।

• ଏହାର ଅନ୍ୟ ଏକ କାରଣ ସଂପର୍କୀୟଙ୍କ ଚାପ ମଧ୍ୟ ହୋଇପାରେ । ତେବେ, ଶୋ’ରେ ସୁନୀଲଙ୍କ ଫେରିବା ପାଇଁ ତାଙ୍କର କିଛି ଫ୍ୟାନ୍ସ ଏବଂ ବନ୍ଧୁ ତାଙ୍କୁ ବାରମ୍ବାର ଚାପ ପକାଉଛନ୍ତି ତେବେ ଏନେଇ ମଧ୍ୟ ସେ ଟୁଇଟ୍ କରି ଜଚ୍ଚାଇଥିଲେ କି ‘ମୁଁ ମୋ ଆତ୍ମୀୟଙ୍କ ସାମ୍ନାରେ ହାରିି ଗଲି ବୋଲି’ ।

• ତେବେ ଏଭଳି ବି କାରଣ ଥାଇପାରେ କି ଶୋ’ର ଲୋକପ୍ରିୟତାକୁ ବଢାଇବା ପାଇଁ ଏହା କୌଣସି ଫର୍ମୁଲା ହୋଇପାରେ । ଉଭୟଙ୍କ ଝଗଡା ଲୋକପ୍ରିୟତା ବଢାଇବା ଉର୍ଦ୍ଦେଶରେ କରାଯାଇଥାଇ ପାରେ ବୋଲି ଶୁଣିବାକୁ ମିଳିଛି । କାରଣ ଚଳିତ ବର୍ଷ ଏପ୍ରିଲ ୧ ଶନିବାର ପଡୁଥିବାରୁ ଏହି ଦୁଇ କମେଡିଆନ ମିଶି ଦର୍ଶକଙ୍କୁ ଏପ୍ରିଲ ଫୁଲ କରିବାକୁ ଚାହୁଁ ନାହାଁନ୍ତି ତ ବୋଲି ଖବର ମଧ୍ୟ ଶୁଣିବାକୁ ମିଳିଛି ।