ବିବାହ ପୂର୍ବରୁ ଟୁଇଙ୍କିଲ ରଖିଥିଲେ ଅଜବ ସର୍ତ ! ଅକ୍ଷୟଙ୍କ ସହିତ ସବୁକିଛି କରିବେ ସେୟାର କିନ୍ତୁ ଗୋଟିଏ ଜିନିଷ ନୁହେଁ

57

କିଛି ଦିନ ହେଲା ଅକ୍ଷୟ କୁମାର ନିଜ ସିନେମା ‘ଟଏଲେଟ୍ ଏକ ପ୍ରେମ କଥା’ର ପ୍ରମୋସନକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ଅକ୍ଷୟ କୁମାରଙ୍କ ପତ୍ନୀ ଟୁଇଙ୍କିଲ୍ ଖନ୍ନା ମଧ୍ୟ ନିଜ ଅନ୍ଦାଜରେ ସ୍ୱାମୀଙ୍କ ସିନେମାର ପ୍ରମୋସନରେ ଏକପ୍ରକାରେ ଲାଗି ପଡିଛନ୍ତି । ଟୁଇଙ୍କିଲ୍ ନିଜ ବ୍ଲଗରେ ନିଜର ଏବଂ ଅକ୍ଷୟଙ୍କ ବିବାହ ସହ ଜଡିତ ଗୋଟିଏ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

ଟୁଇଙ୍କିଲ୍ ଲେଖିଛନ୍ତି, ‘ବିବାହ ସମୟରେ ମୁଁ ଅକ୍ଷୟଙ୍କୁ ଗୋଟିଏ କଥା ପୁରା ସ୍ପଷ୍ଟ କରିଦେଇଥିଲି କି ମୁଁ ତୁମ ସହିତ ମୋର ସମସ୍ତ ଜିନିଷ ସେୟାର କରିବାକୁ ରାଜି ଅଛି । ମୁଁ ମୋର ହୃଦୟ, ଶରୀର ଓ ଜୀବନ ସବୁକିଛି ତୁମଠାରେ ସେୟାର କରିବି । ଏପରିକି ମୋର ଖାଦ୍ୟ ପର୍ଯ୍ୟନ୍ତ ବି ସେୟାର କରିବି କିନ୍ତୁ କେବେ ନିଜର ଟଏଲେଟ୍ ତୁମ ସହ ସେୟାର କରିବି ନାହିଁ ’।

ତେବେ ଟଏଲେଟ୍ ସେୟାର ନକରିବାର କାରଣ ବି ଟୁଇଙ୍କିଲ୍ ତାଙ୍କ ଏହି ବ୍ଲଗରେ ସ୍ପଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ଅନେକ ବର୍ଷ ତଳେ ଜଣେ ଯୁବତୀଙ୍କୁ ଶୌଚ ପାଇଁ ଦୀର୍ଘ ସମୟ ଧରି ଲାଇନରେ ଠିଆ ହେବାକୁ ପଡିଥିଲା ଏବଂ ଯୁବତୀ ଜଣକ ଶେଷରେ ନିଜ ପସନ୍ଦିଆ ରେସମ ପୋଷାକ ଉପରେ ହିଁ ଶୌଚ ପକାଇ ଥିଲେ ।

ଏହି ଘଟଣା ପରଠାରୁ ଟୁଇଙ୍କିଲଙ୍କୁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିବା ପାଇଁ ପ୍ରେରିତ କରିଥିଲା । ଏହାପରେ ସେ କିଛି ମହିଳାବନ୍ଧୁଙ୍କୁ ସାଥିରେ ଧରି ଲାଲ୍ ରଙ୍ଗର ମାର୍କର କଲମରେ ଚାରୋଟି ବୋର୍ଡ ତିଆରି କରିଥିଲେ ଏବଂ ସେଥିରେ ଲେଖିଥିଲେ –ବିଏସସି : ଅଧିକ ଶୌଚାଳୟ ତିଆରି କରନ୍ତୁ ।

ଏଠାରେ ଆମେ କହିରଖୁଛୁ କି, ଅକ୍ଷୟ କୁମାରଙ୍କ ଆଗାମୀ ସିନେମା ‘ଟଏଲେଟ୍ ଏକ ପ୍ରେମ କଥା’ର କାହାଣୀ କେଶବ ଏବଂ ଜୟାଙ୍କ ପ୍ରେମ କାହାଣୀକୁ ନେଇ ନିର୍ମିତ । ଯେଉଁଥିରେ କେଶବ ଚରିତ୍ରରେ ଅକ୍ଷୟ କୁମାର ଅଭିନୟ କରିଥିବା ବେଳେ ଜୟା ଚରିତ୍ରରେ ଅଛନ୍ତି ଭୂମି । ସିନେମାରେ ଜୟା ଏବଂ କେଶବଙ୍କ ବିବାହ ତ ହୋଇଯାଏ କିନ୍ତୁ ଘରେ ଶୌଚାଳୟ ନଥିବାରୁ ଜୟା କେଶବକୁ ଛାଡି ଚାଲିଯାଏ । ଏହାବ୍ୟତୀତ୍ କାହାଣୀରେ ଆହୁରି ରଙ୍ଗ ଢାଳିବା ପାଇଁ ଅନେକ ମଜାଳିଆ ଚରିତ୍ରଗୁଡିକୁ ମଧ୍ୟ ଦର୍ଶକେ ଦେଖିବାକୁ ପାଇବେ ।

ସୌଜନ୍ୟ-ଏନଡିଟିଭି ନ୍ୟୁଜ୍