ବିଦ୍ୟାଙ୍କୁ କଫ୍ ସିରପ ପ୍ରମୋଟ ପଡ଼ିଲା ମହଙ୍ଗା । ଏଫଡିଏ ପଠାଇଲା ନୋଟିସ୍

38

ବଲିଉଡର ସଫଳତମ ଅଭିନେତ୍ରୀମାନଙ୍କ ମଧ୍ୟରୁ ବିଦ୍ୟା ବାଲାନ ଜଣେ । ନିଜର ଭିନ୍ନ ଭିନ୍ନ ଫିଲ୍ମ ଏବଂ ଦମଦାର ଅଭିନୟକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ । ପା, ଡାର୍ଟି ପିକଚର୍ସ, ବେଗମ ଜାନ, କାହାଣୀ ୧, କାହାଣୀ ୨, ହମାରୀ ଅଧୁରୀ କାହାନୀ, ପରିଣୀତା, ଇସ୍କିୟାଁ ଆଦି ଫିଲ୍ମରେ ସେ ତାଙ୍କର ଜଲୱା ମଧ୍ୟ ଦେଖାଇ ସାରିଛନ୍ତି । ନିକଟରେ ରିଲିଜ ହୋଇଥିବା ଫିଲ୍ମ ତୁହ୍ମାରି ସୁଲୁକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।ଗତ ରବିବାର ଏହି ଫିଲ୍ମକୁ ଷ୍ଟାର କିଡସ ଆୱାର୍ଡରେ କେତେକ ଆୱାର୍ଡ଼ ମଧ୍ୟ ମିଳିଛି । କିନ୍ତୁ ଏସବୁ ମଧ୍ୟରେ ବିଦ୍ୟାଙ୍କୁ ଏକ ଝଟକା ଲାଗିଛି ।

ଖବର ଅନୁସାରେ, ଫୁଡ ଏବଂ ଡ୍ରଗ ଆସୋସିଏସନ ବିଦ୍ୟାଙ୍କୁ କଫ ସିରପ ପ୍ରମୋଟ ଅଭିଯୋଗରେ ନୋଟିସ ପଠାଇଛନ୍ତି । ବାସ୍ତବରେ ଫିଲ୍ମର ପ୍ରମୋଶନ ପାଇଁ ବିଦ୍ୟା କଫ ସିରପର ପ୍ରମୋଶନ କରୁଥିବା ଦେଖିବାକୁ ମିଳିଛି । ବିଜ୍ଞାପନରେ ବିଦ୍ୟା କହିଛନ୍ତିଯେ ‘ସୁଲୁ କେ ହର ସଫର ମେଁ ଉସକା ସାଥି, ଟୋରେକ୍ସ କଫ ସିରପ ହୋ ତୋ ଅଲବିଦା ଖାଁସୀ’ । ମେଡିକଲ ଏକ୍ଟିବିଷ୍ଟ ଡାକ୍ତର ତୁଷାର ଜଗତାପ ଏଫଡିଏକୁ ଏହି ଅଭିଯୋଗ କରିଛନ୍ତି ।

ଜଗତାପଙ୍କ କହିବା ଅନୁସାରେ କୌଣସି ଔଷଧକୁ ଡାକ୍ତରଙ୍କ ପ୍ରେସକିପସନ ଦ୍ୱାରା ଦିଆଯାଇପାରିବ, କିନ୍ତୁ ଏଭଳି ପ୍ରମୋଶନ ଭାବରେ ନୁହେଁ । କାରଣ ଡାକ୍ତର ରୋଗୀର ବୟସ ଦେଖି ଡୋଜ ଦିଅନ୍ତି ଏବଂ କେଉଁଭଳି ଭାବରେ ଔଷଧ ଖାଇବା ଦରକାର ତାହା ମଧ୍ୟ ଉପଦେଶ ଦେଇଥାନ୍ତି । କିନ୍ତୁ ଏଫଡିଏ କମିଶନରଙ୍କ କହିବା ଅନୁସାରେ ଆମେ କଫ ସିରପ ପ୍ରମୋଶନ ପାଇଁ ଫିଲ୍ମର ହାଉସକୁ ଆଡଭାଇଜରି ନୋଟିସ ପଠାଇବୁ ଏବଂ ପ୍ରଡ୍ୟୁସରଙ୍କ ଦାୟୀତ୍ୱ ରହିବଯେ ସେ ଏଭଳି ପ୍ରମୋଶନ କରିବେନାହିଁ । ଏବଂ ସେ ବିଜ୍ଞାପନ ସହିତ ଏହି ସନ୍ଦେଶ ମଧ୍ୟ ଦେବେଯେ ଔଷଧକୁ ଡାକ୍ତରଙ୍କ ପ୍ରେସକ୍ରିପସନ ଦ୍ୱାରା ଦିଆଯାଇଥାଏ ।