ମନେପଡନ୍ତି ପଂଚମ ଦା

86

burmun

ପ୍ରସିଦ୍ଧ ସଂଗୀତଜ୍ଞ ଆର୍ ,ଡି .ବର୍ମନ ଓରଫ ପଂଚମ ଦା । ସଂଗୀତ ଜଗତର ଜଣେ ଅମ୍ଲାନ ବ୍ୟକ୍ତିତ୍ୱ । ଆଜି ସେ ନାହାଁତି ସତ ହେଲେ ତାଙ୍କର ସୁରମୟ ସଂଗୀତର ବିରାସତ ଆଜି ବି ଜୀବନ୍ତ । ଲକ୍ଷ ଲକ୍ଷ ସଂଗୀତ ପ୍ରେମୀ ଆଜି ବି ଝୁମନ୍ତି ପଂଚମ ଦା’ଙ୍କ ସଂଗୀତର ସୁରରେ । ୨୭ ଜୁନ୍ ୧୯୩୯ ମସିହାରେ କୋଲକାତାରେ ଜନ୍ମ ହୋଇଥିଲେ ଆର୍ .ଡି .ବର୍ମନ । ଆଜିର ଦିନରେ ଖୁବ୍ ମନେପଡନ୍ତି ସେ ମହାନ ସଂଗୀତଜ୍ଞ ଆର୍ ,ଡି .ବର୍ମନ । ମନେପଡେ ତାଙ୍କର ସଂଗୀତ । ୧୯୯୪ ମସିହାରେ ମାତ୍ର ୫୪ ବର୍ଷ ବୟସରେ ସେ ଚିର ବିଦାୟ ନେଇ ଚାଲିଯାଇଥିଲେ ଅଫେରା ଦୁନିଆ ।

burmun

ଆର୍ .ଡି.ବର୍ମାନିଆ ପଂଚମେମୋୟର୍ସ ‘ ପୁସ୍ତକ ଲେଖିଥିବା ଚର୍ଚ୍ଚିତ ଫିଲ୍ମ ପତ୍ରକାର ଚୈତନ୍ୟ ପାଦୁକୋଣ କୁହନ୍ତି ପଂଚମଦା ଲୋକଙ୍କ ହୃଦୟକୁ ଛୁଇଁବା ଭଳି ଜଣେ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ । ଚୈତନ୍ୟ ନିଜର ସାମ୍ବାଦିକତାର ଆରମ୍ଭ ଆର୍ .ଡି .ବର୍ମନଙ୍କ ସାକ୍ଷାତକାରରୁ ଆରମ୍ଭ କରିଥିଲେ । ସେ କୁହନ୍ତି ଆର୍ .ଡି .ବର୍ମନ ଏ ଦୁନିଆରୁ ଯିବାର ୨୨ ବର୍ଷ ପରେ ବି ଲୋକେ ତାଙ୍କ ସଂଗୀତର ଦିୱାନା । ଦାଦା ସାହେବ ଫାଲକେ ଏବଂ ଏକାଡେମୀ ପୁରସ୍କାର ବିଜେତା ଚୈତନ୍ୟଙ୍କ ମତରେ ପଂଚମଦା ଏମିତି ଜଣେ ସଂଗୀତଜ୍ଞ ଯାହାଙ୍କ ମୃତ୍ୟୁର ୨୨ ବର୍ଷ ପରେ ବି ତାଙ୍କ ସ୍ମୃତିରେ ଆଜି ବି ଅନେକ ସଂଗୀତ କାର୍ଯ୍ୟକ୍ରମ ହେଉଛି ।

r.d burmun

ଆର୍ .ଡି.ବର୍ମନଙ୍କର ଥିଲା ଅସାଧାରଣ ନୈସର୍ଗିକ ଶକ୍ତି । ଲୋକଙ୍କ ହୃଦୟକୁ କେଉଁ ଗୀତ ଛୁଇଁବ ସେ ଜାଣିପାରୁଥିଲେ । ସଂଗୀତ ନିର୍ଦେଶକ ଓ ନିର୍ମାତାଙ୍କ ମନ ପସନ୍ଦ ଅନୁସାରେ ଗୋଟିଏ ପରେ ଗୋଟିଏ ଗୀତର ବିକଳ୍ପ ରଖୁଥିଲେ ନିର୍ମାତାଙ୍କର ମନ ପସନ୍ଦ ପାଇଁ ।

ୟାଦୋଁ କୀ ବାରାତ୍ ‘ ଓ ‘ ତୁମ୍ ବିନ୍ ଜାଉଁ କହାଁ ‘ ଭଳି ସୁମଧୁର ସଦାବାହାର ଗୀତର ସ୍ରଷ୍ଟା ବର୍ମନଙ୍କ ଗୀତରେ ଲତା ମଂଗେସକର , କିଶୋର କୁମାର ଏବଂ ଆଶା ଭୋସଲେ ଭଳି ପ୍ରସିଦ୍ଧ ଗାୟକ-ଗାୟିକାାମାନେ କଣ୍ଠ ଦାନ କରିଛନ୍ତି । ସେ ଛାଡି ଯାଇଥିଲା ସଂଗୀତ ଓ ତିଆରି କରିଯାଇଥିବା ସଂଗୀତର ମାହୋଲ ଆଜି ବି ସମସ୍ତଙ୍କୁ ଅଭିଭୂତ କରେ ଏବଂ ସବୁ ପୀଢିକୁ ପ୍ରେରଣା ଯୋଗାଇଛି ଓ ଯୋଗାଇଥିବ ମଧ୍ୟ । ସେହି ଅମ୍ଲାନ ସଂଗୀତଜ୍ଞ ପଂଚମଦା’ଙ୍କ ଜନ୍ମ ତିଥିରେ ତାଙ୍କୁ ଅଜସ୍ର ଶ୍ରର୍ଦ୍ଧାଂଜଳି ।