ବଲିଉଡରେ ରୋମାନ୍ସର ରାଣୀ ! କେତେବେଳେ ବାପାଙ୍କ ସହ ତ ପୁଣି କେତେବେଳେ ପୁଅ

136

ଅମୃତା ସିଂ,

ଅମୃତା ସିଂ ସିନେମା ‘ବେତାବ’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହି ସିନେମାରେ ଅମୃତାଙ୍କ ସହିତ ସନ୍ନୀ ଦେଓଲ ନଜର ଆସିଥିଲେ । ତେବେ ବଡ କଥା ହେଲା, ଏହି ସିନେମାଟି ପରଦାକୁ ଆସିବାର ମାତ୍ର ୬ ବର୍ଷ ପରେ ଅମୃତା ସନ୍ନୀଙ୍କ ବାପା ଧର୍ମେନ୍ଦ୍ରଙ୍କ ସହ ‘ସଚ୍ଚାଇ କି ତାକତ୍’ ସିନେମାରେ ତାଙ୍କ ପତ୍ନୀ ଭୂମିକାରେ ନଜର ଆସିଥିଲେ ।

Dimpalଡିମ୍ପଲ କପାଡିଆ,

ଅଭିନେତ୍ରୀ ଡିମ୍ପଲ କପାଡିଆ ‘ବଟୱାରେ’ ଏବଂ ‘ଶେହେଜାଦେ’ ଆଦି ସିନେମାରେ ଧର୍ମେନ୍ଦ୍ରଙ୍କ ସହ ରୋମାନ୍ସ କରିଥିବାର ଝଲକ ଦେଖିବାକୁ ମିଳିଥିଲା । ସେହିପରି, ଆଗ୍ କା ଗୋଲା ଏବଂ ଅର୍ଜୁନ ଆଦି ସିନେମାରେ ଡିମ୍ପଲ ଧର୍ମେନ୍ଦ୍ରଙ୍କ ପୁଅ ସନ୍ନୀଙ୍କ ସହ ମଧ୍ୟ ରୋମାନ୍ସ କରିଥିବାର ନଜର ଆସିଥିଲେ ।

Hema-Maliniହେମା ମାଳୀନି,

ଡ୍ରିମ୍ ଗର୍ଲ ହେମା ମାଳୀନି, ମଧ୍ୟ ଉଭୟ ବାପ ପୁଅଙ୍କ ସହ ରୋମାନ୍ସ କରି ସାରିଛନ୍ତି । ସିନେମା ‘ସପ୍ନୋ କା ସୌଦାଗର’ରେ ହେମାଙ୍କ ନାୟକ ସାଜିଥିଲେ ରାଜ କପୁର । ତେବେ ଏହି ସିନେମା ଆସିବାର କିଛି ବର୍ଷ ପରେ ହେମା ସିନେମା ‘ହାତ୍ କି ସଫାଇ’ରେ ରାଜ କପୁରଙ୍କ ବଡ ପୁଅ ରଣଧୀର କପୁରଙ୍କ ସହ ମଧ୍ୟ ରୋମାନ୍ସ କରିଥିବାର ନଜର ଆସିଥିଲେ ।

ji-kଶ୍ରୀଦେବି,
ଶ୍ରୀଦେବି ନିଜ ଅଭିନୟ କ୍ୟାରିୟର ଧର୍ମେନ୍ଦ୍ରଙ୍କ ସହିତ ଆରମ୍ଭ କରିଥିଲେ । ସେ ତାଙ୍କ ସହ ଅନେକ ସିନେମା କରିସାରିଛନ୍ତି । ମାତ୍ର କିଛି ସିନେମାରେ ମଧ୍ୟ ତାଙ୍କୁ ସନ୍ନୀଙ୍କ ସହ ରୋମାନ୍ସ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

Madhuri_Dixit_Dedh_Ishqiyମାଧୁରୀ ଦୀକ୍ଷିତ,

ମାଧୁରୀ ସିନେମା ‘ଦୟାବାନ’ରେ ଅଭିନେତା ବିନୋଦ ଖନ୍ନାଙ୍କ ରୋମାନ୍ସ କରିଥିଲେ । ଯାହାର କିଛି ଅଶ୍ଳୀଳ ଦୃଶ୍ୟକୁ ନେଇ ମଧ୍ୟ ଅନେକ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ମାଧୁରୀ ବିନୋଦଙ୍କ ପୁଅ ଅକ୍ଷୟ ଖନ୍ନାଙ୍କ ସହ ମଧ୍ୟ ସିନେମାରେ ନଜର ଆସି ସାରିଛନ୍ତି । ସିନେମା ‘ମୋହବତ’ରେ ମାଧୁରୀ ଅକ୍ଷୟ ଖନ୍ନାଙ୍କ ସହ କାମ କରିଥିଲେ । ଏହାଛଡା ‘ପ୍ରେମଗ୍ରନ୍ଥ’ରେ ମାଧୁରୀ ଋଷି କପୁରଙ୍କ ସହ ନଜର ଆସିଥିବାବେଳେ ସିନେମା ‘ସାବରିୟା’ରେ ଋଷିଙ୍କ ପୁଅ ରଣବୀର କପୁରଙ୍କ ସହ ମଧ୍ୟ କାମ କରିସାରିଛନ୍ତି ।