୨ଅଗଷ୍ଟକୁ ଅମିତାଭ ନିଜର ଦ୍ୱିତୀୟ ଜନ୍ମଦିନ ଭାବେ ମାନନ୍ତି ! କାହିିଁକି ଜାଣନ୍ତି ?

0

ଆଜି ଅମିତାଭ ବଚ୍ଚନଙ୍କ ଦ୍ୱିତୀୟ ଜନ୍ମଦିନ । ଏହା ଜାଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ । ୧୧ ଅକ୍ଟୋବର ୧୯୪୨ମସିହାରେ ଅମିତାଭଙ୍କ ପ୍ରକୃତ ଜନ୍ମଦିନ । ହେଲେ ଆଜି କେମିତି ହେଲା । ହଁ , ଏଇଥି ପାଇଁ ଯେ , ଆଜି ଏହି ଦିନରେ ୨ ଅଗଷ୍ଟ ୧୯୮୨ରେ ବିଗ୍ ବି ଏକ ମୃତ୍ୟୁ ମୁଖରୁ ବଂଚିଯାଇଥିଲେ । ‘କୁଲି’ ଫିଲ୍ମର ସୁଟିଂ ସେଟରେ ଅମିତାଭଙ୍କ ସହ ଏକ ବଡ ଦୁର୍ଘଟଣା ଘଟିଥିଲା । ଯାହା ଦ୍ୱାରା ସେ ଜୀବନ ମରଣର ସଂଘର୍ଷ କରିଥିଲେ । ଅମିତାଭଙ୍କ ପ୍ରଶଂସକମାନେ ଭଗବାନଙ୍କୁ ପ୍ରାର୍ଥନା ଜଣାଇଥିଲେ ।

ଅମିତାଭ ଏହି ଦିନକୁ ମନେପକାଇ ନିଜର ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରଶଂସକଙ୍କ ହୃଦୟତାର ସହ ପ୍ରାର୍ଥନା ଓ ଶୁଭ କାମନା ଦ୍ୱାରା ସେ ନୂଆ ଜୀବନ ପାଇଛନ୍ତି ବୋଲି ଅମିତାଭ କହିଛନ୍ତି । ବିଗ୍ ବି ଟ୍ୱିଟ୍ କରିଛନ୍ତି , ‘ନିଶ୍ୱାସ ବନ୍ଦ ହେବାକୁ ଥିଲା , କିନ୍ତୁ ତୁମ ସମସ୍ତଙ୍କର ପ୍ରାର୍ଥନା ମୋର ଜୀବନ ବଂଚେଇ ରଖିଥିଲା । ଏହା ଏମିତି ଏକ ଋଣ ,ଯାହାକୁ ମୁଁ କେବେ ଶୁଝିପାରିବି ନାହିଁ ।’

ସୂଚନା ଅନୁସାରେ, ବିଭିନ୍ନ ଚରିତ୍ରରେ ନିଖୁଣ ଅଭିନୟରେ ମାହିର୍ ବିଗ୍ ବି ଫିଲ୍ମ ‘କୁଲି’ର ସୁଟିଂ କରୁଥିଲେ । ୨ ଅଗଷ୍ଟ ୧୯୮୨ଦିନ ସୁଟିଂ ସମୟରେ ଏକ ଫାଇଟିଂ ଦୃଶ୍ୟରେ ତାଙ୍କ ପେଟରେ ବଡ ଆଘାତ ଲାଗିଥିଲା । ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅନେକ ଦିନ ଧରି ହସ୍ପିଟାଲରେ ରହିବା ପରେ ଆରୋଗ୍ୟ ହୋଇଥିଲେ ଅମିତାଭ ।

Comments are closed.