ଅଜାନକୁ ନେଇ ସୋନୁ ନିଗମଙ୍କ ଟ୍ୱିଟ୍ ପ୍ରସଙ୍ଗ : ପ୍ରଧାନମନ୍ତ୍ରୀ ମୋଦି ଏବଂ ସୁପରଷ୍ଟାର ସଲମାନଙ୍କ ଭିଡିଓ ହେଲା ଭାଇରାଲ

21

ସୋନୁ ନିଗମଙ୍କ ଅଜାନ ଉପରେ କରିଥିବା ବିବାଦୀୟ ଟୁଇଟ୍ ଏବେ ଘନେଇବାରେ ଲାଗିଛି । ଏହା ଦିନକୁ ଦିନ ବଢିବାରେ ଲାଗୁଥିବାବେଳେ ଥମିବାର ନାଁ ଧରୁନାହିଁ । ସୋନୁଙ୍କ ଏହି ଟୁଇଟକୁ ନେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଅନେକ ବୁଦ୍ଧିଜୀବୀମାନଙ୍କଠାରେ ମଧ୍ୟ ଦେଖାଦେଇଛି ଅସନ୍ତୋଷ । ନିକଟରେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଏବଂ ଦବଙ୍ଗ ବୟ ସଲମାନଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଦର୍ଶାଯାଇଛି କି ପ୍ରଧାନମନ୍ତ୍ରୀ ମୋଦି ଏବଂ ସୁପରଷ୍ଟାର ସଲମାନ ଖାନ ଅଜାନକୁ ବହୁତ ସମ୍ମାନ ଦିଅନ୍ତି ବୋଲି ।

ତେବେ ଭାଇରାଲ ହୋଇଥିବା ଭିଡିଓରେ ଦର୍ଶାଯାଇଛି କି, ୨୦୧୬ରେ ଏକ ପ୍ରଚାର ସମୟରେ ଦେଶର ପ୍ରଧାନମନ୍ତ୍ରୀ ମୋଦି କିପରି ଅଜାନର ଶଦ୍ଦ ଶୁଣି ତାଙ୍କ ପ୍ରଚାରକୁ କିଛି ସମୟ ପାଇଁ ବନ୍ଦ କରିଦେଇଥିଲେ ।

ଦେଖନ୍ତୁ ଏହି ଭିଡିଓ-

ସେହିପରି ଏକ ଭିଡିଓରେ ସଲମାନ ଖାନ ମଧ୍ୟ ଅଜାନର ଶଦ୍ଦ ଶୁଣି କ୍ଷଣିକ ପାଇଁ ଚୁପ୍ ହୋଇଯାଇଥିଲେ । ତେବେ ଏହି ଦୃଶ୍ୟଟି ଥିଲା ୨୦୧୪ରେ ଯେତେବେଳେ ସଲମାନ ଖାନ୍ ବିଗ୍ ବସ୍ ସିଜିନ୍-୮ର ଲଂଚ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିଲେ, ଠିକ୍ ସେହି ସମୟରେ ସେ ଅଜାନର ଶଦ୍ଦ ଶୁଣିବାକୁ ପାଇଥିଲେ ଏବଂ ତତକ୍ଷଣାତ୍ ସେ ତାଙ୍କ ଭାଷଣକୁ କିଛି ସମୟ ପାଇଁ ବନ୍ଦ କରିଦେଇଥିଲେ ।

ଦେଖନ୍ତୁ ଏହି ଭିଡିଓ-