୭୧ ବର୍ଷର ଅଭିନେତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

49

ହଲିଉଡ୍ ଜଗତର ସୁପରହିଟ୍ ଅଭିନେତା ସିଲଭେଷ୍ଟର ଷ୍ଟଲୋନ ନାଁରେ ଯୌନଶୋଷଣ ଅଭିଯୋଗ । ଜଣେ ନାବାଳିକାଙ୍କ ସହ ଷ୍ଟଲୋନ ଜବରଦସ୍ତି ଭାବେ ଶାରିରୀକ ସଂର୍ପକ ରଖିଥିବା ନେଇ ଖବର ଏବେ ସାମ୍ନାକୁ ଆସିଛି । ଏକଥା ଖୋଦ ପୀଡିତା ବୟାନ କରିଛନ୍ତି । ପିଡୀତାଙ୍କ କହିବା ଅନୁସାରେ, ସେ ଷ୍ଟଲୋନଙ୍କର ଜଣେ ବହୁତ ବଡ ଫ୍ୟାନ । ଷ୍ଟଲୋନ ଓ ତାଙ୍କର ଅଙ୍ଗରକ୍ଷୀ ମିଳିତ ଭାବରେ ତାଙ୍କ ସହ ଜବରଦସ୍ତି କରି ଶାରିରୀକ ସଂପର୍କ ରଖିଥିଲେ ବୋଲି କହିଅଛିି ।

ସୂଚନା ମୁତାବକ, ମାମଲାଟି ଘଟିଥିଲା ୧୯୮୬ରେ । ଯେତେବେଳେ ଷ୍ଟଲୋନଙ୍କର ଆମେରିକାର ଲାସଭେଗାସରେ ସିନେମା ‘ଓଭର ଦ ଟପ’ର ସୁଟିଂ ଚାଲିଥିଲା । ପିଡୀତାଙ୍କ ମନ୍ତବ୍ୟ ଅନୁସାରେ, ଅଭିନେତା ଡେଭିଡଙ୍କ ସାହାର୍ଯ୍ୟରେ ଷ୍ଟଲୋନଙ୍କ ସହିତ ତାଙ୍କର ଭେଟ ହୋଇଥିଲା । ଡେବିଡ ଏକ ସିନେମାରେ ଷ୍ଟଲୋନଙ୍କ ପୁଅ ଭୂମିକାରେ ନଜର ଆସିଥିଲେ ।

ଆଉ ସେହି ସମୟରେ ଏହି ନାବାଳିକା ଜଣକ ତାଙ୍କର ପରିବାର ପରିଜନଙ୍କ ସହିତ ଷ୍ଟଲୋନ ରହିଥିବା ହୋଟେଲରେ ରହିଥିଲେ ।ପିଡୀତାଙ୍କ ଅନିଚ୍ଛା ସତ୍ତ୍ୱ ଷ୍ଟଲୋନ ତାଙ୍କ ସହିତ ଶାରିରୀକ ସପଂର୍କ ରଖିଥିଲେ । ଖାଲି ଷ୍ଟଲୋନ ନୁହଁନ୍ତି, ତାଙ୍କର ଜଣେ ଅଙ୍ଗରକ୍ଷୀ ମଧ୍ୟ ଏହି କାମରେ ସହଯୋଗ କରିଥିଲେ । ସେବି ତାଙ୍କ ସହିତ ମିଶି ଉକ୍ତ ନାବାଳିକାଙ୍କ ସହ ଖରାପ କାମ କରିଥିଲେ ବୋଲି ପୀଡିତା ଜଣକର ଅଭିଯୋଗ କରିଛନ୍ତି । ସେପଟେ, ନାବାଳିକାଙ୍କ ଅଭିଯୋଗକୁ ସଂପୂର୍ଣ୍ଣ ମିଥ୍ୟା ବୋଲି ଷ୍ଟଲୋନ କହିଛନ୍ତି ।