ସ୍ୱାମୀଙ୍କ ସପୋର୍ଟରେ ବାହାରିଲେ ସୁଜୈନ ! କହିଲେ, ସଫଳ ହେବନି ଷଡ଼ଯନ୍ତ୍ର

40

ନିକଟରେ ଏକ ଟିଭି ସାକ୍ଷାତକାରରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ଓ ହ୍ରିତିକ୍ ରୋଶନଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ କି, ହ୍ରିତିକଙ୍କ ସହ ତାଙ୍କର ସଂପର୍କ ଥିଲା ଏବଂ ଯେଉଁଥିପାଇଁ ସେ ହ୍ରିତିକଙ୍କ ସହ ବିବାହ କରିବାକୁ ଚାହୁଁଥିଲେ । ହ୍ରିତିକ୍ ମଧ୍ୟ ନିଜର ପତ୍ନୀ ସୁଜୈନ ଖାନଙ୍କ ସହ ଛାତ୍ରପତ୍ର ପରେ ବିବାହ ପାଇଁ କଥା ଦେଇଥିଲେ । କିନ୍ତୁ ଛାଡପତ୍ର ପରେ ହ୍ରିତିକ୍ ରୋଶନ ତାଙ୍କୁ ଚିହ୍ନିନାହାଁନ୍ତି ବୋଲି କଙ୍ଗନା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ, କଙ୍ଗନାଙ୍କ ଏଭଳି ମନ୍ତବ୍ୟର କଡା ଜବାବ ଦେଇଛନ୍ତି ସୁଜୈନ ଖାନ । ସୁଜୈନ ଟୁଇଟ ଜରିଆରେ ସ୍ୱାମୀଙ୍କ ସପୋର୍ଟ ନେଇଛନ୍ତି ଏବଂ ହ୍ରିତିକଙ୍କ ଉପରେ ତାଙ୍କର ପୂରା ବିଶ୍ୱାସ ରହିଛି ଏବଂ ଆଗକୁ ରହିବ ବୋଲି ସୁଜୈନ ନିଜର ଟୁଇଟର ପେଜରେ ଉଲ୍ଲେଖ କରିଛନ୍ତି । ଖାଲି ସେତିକି ନୁହେଁ, ଏଥିସହିତ ନିଜର ଏବଂ ହ୍ରିତିକଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ସୁଜୈନ । ଆଉ ଲେଖିଛନ୍ତି କି, ‘କୌଣସି ପ୍ରକାରର ଅଭିଯୋଗ କିମ୍ବା ଷଡ଼ଯନ୍ତ୍ରର ଏତେ ଶକ୍ତି ନାହିଁ କି ସେ ଜଣେ ଭଲ ଆତ୍ମା ଉପରେ ବିଜୟ କରିପାରିବ’ ।

ତେବେ ୨୦୧୪ରେ ହ୍ରିତିକ ଏବଂ ସୁଜୈନ ମଧ୍ୟରେ ବିଚ୍ଛେଦ ହୋଇଥିଲା । ଏହାସତ୍ୱେ ବି ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ନଜର ଆସନ୍ତି । ସେ ଯାହା ହେଉନା କାହିଁକି, ସୁଜୈନଙ୍କର ଏହି ଟୁଇଟ୍ ପ୍ରମାଣିତ କରିଦେଇଛି କି ଉଭୟଙ୍କ ମଧ୍ୟରେ ସେଭଳି କୌଣସି ମନମାଳିନ୍ୟ ନାହିଁ ବୋଲି ।

ଏଠାରେ ଆମେ କହି ରଖୁଛୁ କି, ହ୍ରିତିକ୍ ଏବଂ ସୁଜୈନଙ୍କ ଅଲଗା ହେବାର ମୁଖ୍ୟ କରାଣ କଣ ଥିଲା ସେ ନେଇ କୌଣସି ସଠିକ୍ ଖବର ମିଳିପାରିନି । ମାତ୍ର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ସୁଜୈନଙ୍କୁ ହ୍ରିତିକଙ୍କ ଆଫେୟାର ସଂପର୍କରେ ଖବର ମିିଳିଯାଇଥିଲା । ଯେଉଁଥି ପାଇଁ ସେ ହ୍ରିତିକଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ପୁଣି ମଧ୍ୟ ଶୁଣିବାକୁ ମିଳିଥିଲା କି, ଅଭିନେତା ଅର୍ଜୁନ ରାମପାଲଙ୍କ ସହ ସୁଜୈନଙ୍କର ମଧ୍ୟ ଆଫେୟାର ଚାଲିଥିଲା ଏବଂ ଏହି କାରଣରୁ ହ୍ରିତିକଙ୍କ ଠାରୁ ସୁଜୈନ ଦୂରେଇ ଯାଇଥିଲେ ।

ସୌଜନ୍ୟ: ଆଜତକ୍