ବେବିଡଲଙ୍କ ଖୋଲା ଚ୍ୟାଲେଂଜ ! ଭିଡିଓ ପୋଷ୍ଟ କରି ଜିତନ୍ତୁ ସନିଙ୍କ ହୃଦୟ, ସ୍ମାର୍ଟଫୋନ ସହ ମିଳିବ ଭେଟିବାର ସୁଯୋଗ

32

ବଲିଉଡ ଇଣ୍ଡଷ୍ଟ୍ରିର ହଟ୍ ନାୟିକା ସନି ଲିଓନିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଏଣିକି ଆପଣ ସନିଙ୍କୁ ଦେଖା କରିବା ସହିତ ତାଙ୍କ ସହ ବାର୍ତ୍ତାଳାପ କରିବାର ସୁଯୋଗ ମଧ୍ୟ ମିଳିବ । ଖାସି ସେତିକି ନୁହେଁ ଏଥିସହିତ ଆପଣଙ୍କୁ ମଧ୍ୟ ଗୋଟିଏ ଦାମୀ ସ୍ମାର୍ଟଫୋନ ମଧ୍ୟ ଉପହାରରେ ମିଳିବ । ତେବେ ଏହି ସୁଯୋଗର ଲାଭ ଉଠାଇବା ପାଇଁ ଆପଣଙ୍କୁ କେବଳ ଏକ ଚ୍ୟାଲେଂଜକୁ ପୁରଣ କରିବାକୁ ହେବ ।

ସୂଚନା ମୁତାବକ, ନିକଟରେ ସନି ଲିଓନି ସୋସିଆଲ ମିଡିଆରେ #SunnyLeoneChallenge ସେୟାର କରିଛନ୍ତି । ଏଥିସହିତ ନିଜ ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଡାନ୍ସ କରିବା ସହିତ କିଛି ଲୋକଙ୍କ ସହ ଆଲିଙ୍ଗନ କରୁଥିବାର ଦୃଶ୍ୟ ନଜର ଆସିଛି ଏବଂ ଶେଷରେ ସନି ନିଜର ଚ୍ୟାଲେଂଜ ସଂପର୍କରେ ଜଣାଇଛନ୍ତି ।

ତେବେ #SunnyLeoneChallengeରେ ପାର୍ଟିସିପେଟ୍ କରିବାକୁ ଇଚ୍ଛା ରଖୁଥିବା ବ୍ୟକ୍ତି ବିଶେଷଙ୍କୁ କହିବାକୁ ହେବ କି ସେମାନେ କିଭଳି ଭାବେ ନିଜ ବାନ୍ଧବୀଙ୍କୁ ମନ କଥା ବା ପ୍ରେମ ନିବେଦନ କରନ୍ତି  । ତେଣୁ ଏଥିପାଇଁ ଆପଣଙ୍କୁ Hypstar ଆପ ଜରିଆରେ ଏକ ଭିଡିଓ ପ୍ରସ୍ତୁତ କରି ଭିଡିଓଟିକୁ ଉଭୟ ଟୁଇଟର ଏବଂ ଇନଷ୍ଟାଗ୍ରାମରେ ସେୟାର କରିବାକୁ ପଡିବ ।

ଏହି ପ୍ରତିଯୋଗୀତା ୨୨ରୁ ୨୭ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଚ୍ୟାଲେଂଜଟିକୁ ପୁରଣ କରିବା ଦ୍ୱାରା ସ୍ମାର୍ଟଫୋନ ସହିତ ଅଭିନେତ୍ରୀଙ୍କ ସହ ଭିଡିଓ ଚାଟ୍ କରିବାର ସୁଯୋଗ ମଧ୍ୟ ଦିଆଯିବ । ଏହାପରେ ସନି ଏହି ପ୍ରତିଯୋଗୀତାର ବିଜେତାଙ୍କୁ ଚୟନ କରିବେ ଏବଂ ତାଙ୍କୁ ଭିଡିଓ କଲ କରିବେ ।