ପୁଣି ଥରେ ଏକାଠି ହୋଇପାରନ୍ତି ଦୁଇ କମେଡିଆନ । କପିଲଙ୍କ ନୂଆ ସୋ’ରେ ନଜର ଆସିପାରନ୍ତି ସୁନୀଲ

27

କପିଲ ଶର୍ମାଙ୍କ ନୂଆ ସୋ ‘ଫ୍ୟାମେଲି ଟାଇମ’କୁ ନେଇ ଚର୍ଚ୍ଚା ଜାରି ରହିଛି । ଖବର ଆସିଛି କି, ସୁନୀଲ ଗ୍ରୋଭର ପୁଣିଥରେ ସୋ’ରେ ଭାଗ ନେଇପାରନ୍ତି । କିନ୍ତୁ ଅପରପକ୍ଷେ, ସୁନୀଲ ଏହାକୁ ଖଣ୍ଡନ କରିଛନ୍ତି । ନିକଟରେ ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ସୁନୀଲ ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି । କପିଲ ଶର୍ମାଙ୍କ କମେଡିରେ ଚାରଚାନ୍ଦ ଲଗାଉଥିବା ସୁନୀଲ ଗ୍ରୋଭର ଗଣମାଧ୍ୟମଙ୍କ ସହିତ କଥାବାର୍ତା ହେଉଥିଲା ବେଳେ କହିଛନ୍ତି କି, କପିଲ ଶର୍ମାଙ୍କ ନୂଆ ସୋ ‘ଫ୍ୟାମେଲି ଟାଇମ’ରେ ସେ ଅଂଶ ଗ୍ରହଣ କରୁନାହାନ୍ତି ।

ଆଶ୍ଚର୍ଯ୍ୟକର କଥା ଏହା କି, ନିକଟରେ କପିଲ ଶର୍ମା କହିଥିଲେ କି, ସେ ସୁନୀଲ ଗ୍ରୋଭରଙ୍କ ସମେତ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏବେ କିନ୍ତୁ ସୁନୀଲ ଗ୍ରୋଭର ଉପରେ ନିର୍ଭର କରାଯାଉଛି କି, ସେ କପିଲଙ୍କ ସୋ’ରେ ପୁଣିଥରେ କାମ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି କି ନାହିଁ । ତେବେ ଏହି ବିବାଦକୁ ନେଇ କପିଲ ଶର୍ମା କହିଛନ୍ତି କି, ‘ଏହି ପ୍ରଶ୍ନ ଆପଣ ସୁନୀଲ ଗ୍ରୋଭରଙ୍କ ପଚାରିବାକୁ ପଡିବ । ମୁଁ ତ ଆପଣଙ୍କୁ ୫୦ ଥର କହି ସାରିଲିଣି ମୋତେ ସୁନୀଲଙ୍କ ସହ କାମ କରିବାକୁ କିଛି ଅସୁବିଧା ନାହିଁ । ଏହା ସୁନୀଲ ହାତରେ ରହିଛି, ସେ ମୋ ସହିତ କାମ କରିବାକୁ ଚାହିଁବେ କି ନାହିଁ ।’

ଏଠାରେ ଆମେ କହି ରଖୁଛୁ କି, କପିଲ ଶର୍ମା ଓ ସୁନୀଲ ଗ୍ରୋଭର ଅଷ୍ଟ୍ରେଲିଆର ଏକ ସୋ କାମ ଶେଷ କରି ଫେରୁଥିଲା ବେଳେ ଉଡାଜାହାଜରେ ଦୁଇ ଜଣଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । କିନ୍ତୁ ଏହି ବାବଦରେ କପିଲ ଶର୍ମାଙ୍କୁ ପଚାରିବେଳକୁ ସେ କହିଥିଲେ କି, ସୁନୀଲଙ୍କ ସହ ତାଙ୍କର ଝଗଡା ହୋଇନଥିଲା ବରଂ ବିବାଦ ଅନ୍ୟ ଜଣଙ୍କ ସହିତ ହୋଇଥିଲା । ତେବେ ସୁନୀଲ ମଧ୍ୟ ଏହି ବାବଦରେ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ ।