କେବେ ପରଦାରେ ନେଇଥିଲେ ‘ଆଜୀବନ କୁମାର’ ରହିବାକୁ ଶପଥ ! ଆଜିବି ରଖିଛନ୍ତି ବଳବର୍ତ୍ତର

20

ଟେଲିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’ରୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୁକେଶ ଖାନ୍ନା ଆଜି ନିଜର ୫୯ତମ ଜନ୍ମଦିନ ପାଳନ କରୁଛନ୍ତି । ୯୦ ଦଶକରେ ପିଲାଙ୍କଠାରୁ ଆରମ୍ଭ କରି ବୁଢା ଯାଏଁ ସମସ୍ତଙ୍କର ପ୍ରିୟ ହେଉଛନ୍ତି ମୁକେଶ ଖାନ୍ନା । ନିଜର ଦମଦାର ଅଭିନୟ ବଳରେ ଲୋକପ୍ରିୟତା ହାସଲ୍ କରିବାରେ ସଫଳ ହୋଇଛନ୍ତି ମୁକେଶ ଖାନ୍ନା । ଏପରିକି ପିଲାମାନେ ତାଙ୍କ ପୋଷାକ ଏବଂ ଷ୍ଟାଇଲକୁ କପି କରିବାକୁ ମଧ୍ୟ ପଛାଇ ନଥିଲେ ।

ଏହାପୂର୍ବରୁ ମୁକେଶ ଖାନ୍ନା ବିଆର୍ ଚୋପ୍ରାଙ୍କ ମହାଭାରତରେ ପିତାମହ ଭୀଷ୍ମ ଭୂମିକାରେ ନଜର ଆସିଥିଲେ । ତାଙ୍କର ଏହି ଭୂମିକାଟି ମଧ୍ୟ ସାଉଂଟିଥିଲା ଲୋକପ୍ରିୟତା । ଏହାବ୍ୟତୀତ ସେ ଚନ୍ଦ୍ରକାନ୍ତା, ଯୁଗ, ବ୍ରହ୍ମା, ଏହସାସ୍ ଏବଂ ମର୍ଯ୍ୟାଦା ଭଳି ଧାରାବାହିକରେ ଅଭିନୟ କରିସାରିଛନ୍ତି । ମୁକେଶଙ୍କ ପ୍ରତ୍ୟେକଟି ଭୂମିକା ଅତ୍ୟନ୍ତ ଅଭିନ୍ନ ତଥା ବିଶେଷ ଅଟେ ।

ମୁକେଶ ଖାନ୍ନା ବିବାହ କରିନାହାଁନ୍ତି । କିନ୍ତୁ ସେ ଆଜି ବି ସେ ସେହିଭଳି କାମ କରୁଛନ୍ତି । ଯାହା ଆପଣଙ୍କୁ କରିଦେବ ଗର୍ବିତ । ମୁକେଶ ଏବେ ଆଗାମୀ ପିଢୀଙ୍କୁ ଅଭିନୟ ଜଗତରେ କିପରି ଭଲ ପ୍ରଦର୍ଶନ କରିବେ ସେନେଇ ଶିକ୍ଷାଦାନ କରୁଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଆଜିକା ଦିନରେ ମୁକେଶ ଖନ୍ନା ନିଜର ଦୁଇ ଦୁଇଟି ଆକ୍ଟିଂ ସ୍କୁଲ୍ ଚଳାଉଛନ୍ତି । ମୁକେଶଙ୍କ ସ୍ୱପ୍ନ ରହିଛି କି, ସେ ଏଭଳି ଅନେକ ଆକ୍ଟିଂ ସ୍କୁଲ ଖୋଲି ଯୁବ ପିଢୀଙ୍କୁ ଶିକ୍ଷା ଦେବା ପାଇଁ ।

ତେବେ ଏକ ସମୟ ଥିଲା ଯେତେବେଳେ ମୁକେଶ ଖାନ୍ନାଙ୍କ ଷ୍ଟାରଡମ ବାକି କଳାକାଳଙ୍କ ଉପରେ ଭାରି ପଡୁଥିଲା । କିନ୍ତୁ ସମୟକ୍ରମେ ମୁକେଶଙ୍କ ଷ୍ଟାରଡମ ଫିକା ପଡିଯାଇଥିଲା ଏବଂ ସେ ଟିଭି ସ୍କ୍ରିନରୁ ଏକପ୍ରକାରେ ଉଭେଇ ଯାଇଥିଲେ । ତାଙ୍କ ଅଭିନିତ ସମସ୍ତ ଭୂମିକା ଅତ୍ୟନ୍ତ ଲୋକପ୍ରିୟ ଥିଲା । ଆଜି ବି ଲୋକେ ତାଙ୍କୁ ନିଜ ହୃଦୟ ଭିତରେ ସାଇତି ରଖିଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ- ସୁଟିଂ ସେଟରେ ଅଘଟଣ ! ‘ଦିଲ୍ ସେ ଦିଲ୍ ତକ୍’ ଏବଂ ‘ସ୍ୱାଭିମାନ’ର ମହାସଙ୍ଗମର ସୁଟିଂବେଳେ ଅଭିନେତା ସିଦ୍ଧାର୍ଥ ଏବଂ ଅଙ୍କିତା ହେଲେ ଦୁର୍ଘଟଣାର ଶିକାର