ଚାକିରି ସନ୍ଧାନରେ ଜୁନିୟର ବଚ୍ଚନ ! ଏସଏସସି ଜାରି କଲା ଅଭିଷେକଙ୍କ ନାଁର ଆଡମିଟ୍ କାର୍ଡ

42

ମହାନାୟକ ଭାବରେ ଜଣାଶୁଣା ଅମିତାଭ ବଚ୍ଚନଙ୍କ ପୁଅ ଓ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ଐଶ୍ୱର୍ଯ୍ୟଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ଏବେ ଚାକିରି ଖୋଜୁଛନ୍ତିି । ଯେଉଁଥି ପାଇଁ ସେ ଏସଏସସି ପରୀକ୍ଷା ପ୍ରସ୍ତୁତିରେ ଲାଗି ପଡିଛନ୍ତି । ତେବେ ଏକଥା ଆମେ କହୁ ନାହୁଁ ବରଂ ଏହା ଏସଏସସି ତଥା କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠିରେ ଉଲ୍ଲେଖ ରହିଛି । ଯାହା ଐଶ୍ୱର୍ଯ୍ୟାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ତଥା ଜୁନିୟର ବଚ୍ଚନଙ୍କ ନାଁରେ ଜାରି କରାଯାଇଛି ।

ତେବେ ସବୁଠାରୁ ମଜା କଥା ହେଲା, ଅଭିଷେକଙ୍କ ପରୀକ୍ଷା ସେଂଟର ରାଜସ୍ଥାନର ରାଜଧାନୀ ଜୟପୁରରେ ଦିଆଯାଇଛି । ପ୍ରକୃତ ମାମଲାଟି ହେଲା, ଏସଏସସି ପକ୍ଷରୁ ମଲ୍ଟି ଟ୍ରେନିଂ ନନ୍ ଟେକ୍ନିକାଲ୍ ଷ୍ଟାଫର ପ୍ରଥମ ପର୍ଯ୍ୟାୟର ପରୀକ୍ଷା ଆସନ୍ତା ରବିବାରକୁ ଧାର୍ଯ୍ୟ କରାଯାଇଛି । ଏହି ପରୀକ୍ଷା ପାଇଁ ଆବେଦନ କରାଯାଇଥିବା ଆବେଦନ ପତ୍ର ମଧ୍ୟରୁ ଗୋଟିଏ ଆବେଦନ ପତ୍ର ବହୁତ ଖାସ୍ ଥିଲା । ତେବେ ପରୀକ୍ଷା ପାଇଁ କୌଣସି ବ୍ୟକ୍ତି ମଜାମସ୍ତିରେ ହିଁ ଅଭିଷେକଙ୍କ ନାଁରେ ଏକ ଆବେଦନ ପତ୍ର ଦାଖଲ କରିଦେଇଛି । ଯେଉଁଥିରେ ଅଭିଷେକଙ୍କ ଫଟୋ ମଧ୍ୟ ରହିଛି ।

ଆବେଦନ ପତ୍ର ଯାଂଚ ସମୟରେ ମଧ୍ୟ ଏହା କୌଣସି କର୍ମଚାରୀଙ୍କ ନଜରରେ ଆସି ନଥିଲା । ଯେଉଁଥିପାଇଁ ଅଭିଷେକଙ୍କୁ ପରୀକ୍ଷା ଦେବାପାଇଁ ସଂସ୍ଥା ପକ୍ଷରୁ ଅନୁମତି ମିଳିବା ସହ ତାଙ୍କର ପରୀକ୍ଷା ଦେବା ସ୍ଥାନ ମଧ୍ୟ ନିର୍ଦ୍ଧାରଣ କରାଯାଇଥିଲା । କଥା ଏତିକିରେ ସରିନି, ତାଙ୍କୁ ୨୪୦୫୨୮୩୧୧ ରୋଲ୍ ନମ୍ବର ଆଲର୍ଟ ମଧ୍ୟ କରାଯାଇଛି । ତେବେ ଅନୁମତି ପତ୍ରରେ ତାଙ୍କ ଜନ୍ମ ତାରିଖ ୧ ଜାନୁୟାରୀ, ୧୯୯୫ ଉଲ୍ଲେଖ ରହିଛି । ଏଥିସହ ତାଙ୍କ ଠିକଣା ୬୯ ଟ୍ରିପଲ୍ ଏକ୍ସ କଲୋନୀ ଜୟପୁର, ଲାତୁର ମହାରାଷ୍ଟ୍ରା ଦର୍ଶାଯାଇଛି । ଏଥିରେ ଅଭିଷେକଙ୍କ ଲିଂଗ ମହିଳା ବୋଲି ଦର୍ଶା ଯାଇଛି ।