କପିଲଙ୍କ ଶୋ’ ଛାଡିବେନି ସୁନୀଲ ଗ୍ରୋବର ! ଏକ ଟୁଇଟରୁ ମିଳିଲା ସୂଚନା

21

ଶୁଣିବାକୁ ମିଳିଛି କି ସୁନୀଲ ଗ୍ରୋବର କପିଲଙ୍କ ଶୋ’ ଛାଡିବା ପରେ ରାଜୁ ଶ୍ରୀବାସ୍ତବ କପିଲଙ୍କ ଶୋ’ରେ ତାଙ୍କ ସ୍ଥାନ ନେଇ ପାରନ୍ତି ବୋଲି । କିନ୍ତୁ ଖବର ଅନୁସାରେ ଏହା ଟିକେ ଅଲଗା ଅଟେ । ଏକ ସୂତ୍ରରୁ ଏହା ଜଣା ପଡିଛି କି ସୁନୀଲ ଏବଂ ଟିମର ବାକି ସଦସ୍ୟ ଏବେ ମଧ୍ୟ କପିଲଙ୍କ ଶୋ’ର ଅଂଶୀଦାର ଅଛନ୍ତି ।

ଯଦିଓ କପିଲ କମେଡିଆନ ସୁନୀଲ ପାଲ୍, ରାଜୁ ଶ୍ରୀବାସ୍ତବ ଏବଂ ୟହସାନ କୃରୈସୀଙ୍କ ସହିତ ଶୋ’ର ଏବେ ସୁଟିଂ କରୁଛନ୍ତି । ମାତ୍ର ଏହି ସୁଟିଂରେ ସୁନୀଲ ଗ୍ରୋବର, ଅଲୀ ଅସଗର ଏବଂ ଚନ୍ଦନ ପ୍ରଭାକର ପୁଣି ଥରେ ତାଙ୍କ ଶୋ’ରେ ନଜର ଆସି ପାରନ୍ତି ବୋଲି ମଧ୍ୟ ଖବର ଶୁଣିବାକୁ ମିଳିଛି ।

ତେବେ, ସୁନୀଲ ଏବଂ ଚନ୍ଦନଙ୍କ ସହ ଫ୍ଲାଇଟରେ ଲଢେଇ କରିସାରିବା ପରେ ଉଭୟ କପିଲଙ୍କ ଶୋ’ ଛାଡି ଦେଇଥିଲେ । ଆଉ ଏହି ମାମଲାରେ ଦୁଃଖି ହୋଇ ଅଲୀ ମଧ୍ୟ ଶୋ ଛାଡି ଦେଇଥିବାର ଖବର ନିକଟରେ ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ ପୁଣି ଏକ ଟୁଇଟ୍ ସ୍ପଷ୍ଟ କରିଛି କି ସୁନୀଲ ,ଚନ୍ଦନ ଏବଂ ଅଲୀ ଏବେ ବି କପିଲଙ୍କ ଶୋ’ର ଅଂଶୀଦାର ଏବଂ ଖୁବ୍ ଶୀଘ୍ର ସେମାନେ ତାଙ୍କ ଶୋ’ରେ ନଜର ଆସି ପାରନ୍ତି । ଦେଖନ୍ତୁ ତଳେ ଲେଖା ଯାଇଥିବା ସେହି ଟୁଇଟ୍ –

Kapil