ସୋନାକ୍ଷୀଙ୍କୁ ସର୍ବସମ୍ମୁଖରେ ଭୁଲ୍ ମାଗିଲେ ସୋନମ ? ହେଲେ କାହିଁକି

43

ବଲିଉଡ ଅଭିନେତ୍ରୀ ସୋନମ ଗତ କିଛି ଦିନ ହେବ ସିନେମା ‘ପ୍ୟାଡମ୍ୟାନ’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଠିକ ସେହି ସମୟରେ ଏକ ଟ୍ୱିଟକୁ ନେଇ ସେ ଆଉ ଏକ ଚର୍ଚ୍ଚାକୁ ଆସିଛନ୍ତି । ବାସ୍ତବରେ ସେ ଟ୍ୱିଟ କରି ସୋନାକ୍ଷୀ ସିହ୍ନାଙ୍କୁ କ୍ଷମା ମାଗିଛନ୍ତି । ସେ ସୋସିଆଲ ମିଡିଆରେ ସୋନାକ୍ଷୀଙ୍କୁ କହିଲେ ଯେ, ‘ମୋର ମନେ ନାହିଁ ମୁଁ କେବେ ଆଟିଟ୍ୟୁଡ ଦେଖାଇଛି, କିନ୍ତୁ ଯଦି ଆପଣଙ୍କୁ ଏମିତି ଅନୁଭବ ହୋଇଛି ତେବେ ମୁଁ କ୍ଷମା ମାଗୁଛି’ । ସୋନାକ୍ଷୀଙ୍କର ଏକ ଇଂଟରଭ୍ୟୁ ପରେ ସୋନମ ତାଙ୍କୁ ଭୁଲ ମାଗିଛନ୍ତି ।

ବାସ୍ତବରେ ସୋନାକ୍ଷୀ ନେହା ଧୂପିଆଙ୍କର ଏକ ଟକ୍ ଶୋ ବିଗ୍ ବିଏଫଏଫକୁ ଯାଇଥିଲେ । ସେଠାରେ ସେ ନେହାଙ୍କର ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି ଯେ, ବିନା କାରଣରେ ସୋନମ ତାଙ୍କୁ ଆଟିଟ୍ୟୁଡ ଏବଂ ରାଗ ଦେଖାଇଛନ୍ତି ।

ସୋନାକ୍ଷୀ ନେହାଙ୍କର ଶୋ’କୁ ନିଜ ବନ୍ଧୁ ଏବଂ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରାଙ୍କ ସହିତ ପହଂଚିଥିଲେ । ସେଠାରେ ନେହା ସୋନାକ୍ଷୀଙ୍କୁ ପଚାରିଥିଲେ ଯେ,କେବେ ବଲିଉଡର କୌଣସି ତାରକା ଆପଣଙ୍କୁ ଆଟିଟ୍ୟୁଡ ଦେଖାଇଛନ୍ତି କି? ତେଣୁ ଏହାର ଉତ୍ତରରେ ସେ ସୋନମଙ୍କ ନାମ ନେଇଥିଲେ ।