ମଡେଲ ସୋଫିଆଙ୍କ ପୁଣି ଏକ ଖୁଲାସା ! କହିଲେ ତାଙ୍କ ବିବାହରେ ଯୋଗ ଦେବେ ସ୍ୱୟଂ ଶିବ ଏବଂ ବୁଦ୍ଧ

91

ନିକଟରେ ମଡେଲ ସୋଫିଆ ହୟାତ୍ ନିଜର ନିର୍ବନ୍ଧକୁ ନେଇ ସୋସିଆଲ୍ ମିଡିଆରେ ପ୍ରଚାର କରିଥିଲେ । ଖାଲି ସେତିକି ନୁହେଁ ମାର୍ଚ୍ଚ ଶେଷ ସପ୍ତାହରେ ସେ ବିବାହ କରିବେ ବୋଲି ସୂଚନା ମଧ୍ୟ ଦେଇଥିଲେ । ଏବେ ପୁଣି ଏକ ଖୁଲାସା କରିଛନ୍ତି ସୋଫିଆ ହୟାତ୍ । ସୂଚନା ମୁତାବାକ,ନିକଟରେ ଏକ ସାକ୍ଷାତକାରରେ ସୋଫିଆ କହିଛନ୍ତି ‘ ମୋର ବିବାହରେ ଭଗବାନ ଶିବ ଏବଂ ବୁଦ୍ଧ ସାମିଲ ହେବେ। ଆଉ ଏହି ନିଷ୍ପତି ସ୍ୱର୍ଗରେ ଥିବା ଯୀଶୁ ନେଇଛନ୍ତି ।

ଏହା ଛଡା ଉଦିତା ଗୋସ୍ୱାମୀ,ଅସ୍ମିତ୍ ପଟେଲ୍, ରୋହିତ ବର୍ମା ଏବଂ ରାକ୍ଷୀ ସାଓ୍ଵନ୍ତ ପ୍ରମୁଖ କଳାକାରଙ୍କୁ ମଧ୍ୟ ମୋର ବାହାଘରକୁ ନିମନ୍ତ୍ରଣ କରିବି ।’ ତେବେ ସୋଫିଆ ହୟାତ୍ ଆଉ ମଧ୍ୟ କହିଛନ୍ତି ଯେ, ତାଙ୍କ ବିବାହରେ ସେ ତାଙ୍କ ଏକ୍ସ୍ ବୟଫ୍ରେଣ୍ଡ୍ ରୋହିତ ଶର୍ମା ଏବଂ ତାଙ୍କ ପତ୍ନୀଙ୍କୁ ନିମନ୍ତ୍ରଣ ଦେବେ ଆଉ ପାଖରେ ରୋହିତଙ୍କୁ ପାଇବାମାତ୍ରେ ତାଙ୍କୁ କିସ୍ କରିବେ ।