ଅନ୍ୟ ପାଇଁ ପ୍ରେରଣା ସାଜିଲେ ଦିବ୍ୟାଙ୍ଗ ବିଜୟଲକ୍ଷ୍ମୀ ! ଲଗାତର ଭାବେ ପ୍ରାୟ ୬୭ଟି ଗୀତରେ ବୀଣା ବଜାଇ ଭାଙ୍ଗିଲେ ରେକର୍ଡ

87

ମାଲାୟାଲମର ଫେମସ ଗାୟିକା ବାଇକୋମ ବିଜୟଲକ୍ଷ୍ମୀଙ୍କ କାରନାମାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଆଉ ଯେଉଁଥି ପାଇଁ ତାଙ୍କର ନାଁ ୱଲ୍ଡ ରେକର୍ଡରେ ସ୍ଥାନ ପାଇଛି । ସୂଚନା ମୁତାବକ, ବିଜୟଲକ୍ଷ୍ମୀ ଗତ ରବିବାର କୋଚିରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଲଗାତର ଭାବେ ୫ ଘଂଟା ଧରି ଗାୟତ୍ରୀ ବୀଣା ବଜାଇଥିଲେ ଆଉ ତାଙ୍କର ଏଭଳି କଳା ପ୍ରତିଭାକୁ ସମ୍ମାନ ଜଣାଇ ତାଙ୍କ ନାଁ ୱଲ୍ଡ ରେକର୍ଡରେ ଦାଖଲ କରାଯାଇଛି ।

ଏଠାରେ ଆମେ କହି ରଖୁଛୁ କି ବିଜୟଲକ୍ଷ୍ମୀ ଜଣେ ଦିବ୍ୟାଙ୍ଗ । ତାଙ୍କ ଆଖିକୁ ଖୁବ୍ ଦେଖାଯାଏ । ମାତ୍ର ଏହା ସବୁ ସତ୍ୱେ ତାଙ୍କର ଅନନ୍ୟ ପ୍ରତିଭା ବଳରେ ସେ ଅନ୍ୟମାନଙ୍କ ପାଇଁ ପାଲଟି ଯାଇଛନ୍ତି ଉଦାହରଣ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ଏହି କାର୍ଯ୍ୟକ୍ରମରେ ଦୀର୍ଘ ପାଂଚ ଘଂଟା ଧରି ପାଖାପାଖି ୬୭ଟି ଗୀତରେ ବୀଣା ବଜାଇ ଥିଲେ । ତେବେ ଏହି ରେକର୍ଡକୁ ବଜାୟ ରଖିବା ପାଇଁ ବିଜୟଲକ୍ଷ୍ମୀ ତାଙ୍କ ପୁରୁଣା ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଥିଲେ ।