ବିଜ୍ଞାପନ କରି ଫସିଗଲେ କିଙ୍ଗ୍ ଖାନ ! କୋର୍ଟରେ ହାଜର ହେବାକୁ ଜାରି ହେଲା ନୋଟିସ୍

54

ଏକ ‘ସେଭିଂ କ୍ରିମ’ର ବିଜ୍ଞାପନକୁ ନେଇ କିଙ୍ଗ୍ ଖାନଙ୍କ ନାଁରେ ନୋଟିସ୍ । ଭୋପାଳର ଏକ ସ୍ଥାନୀୟ ଅଦାଲତ ଅଭିନେତା ଶାହରୁଖ ଖାନଙ୍କୁ ଏହି ନୋଟିସ ଜାରି କରିଛି । ବିଶେଷ ନ୍ୟାୟାଧିଶ କାଶୀନାଥ ସିଂହ ଗତ ସୋମବାର ଏକ ଅଭିଯୋଗ ଉପରେ ରାୟ ଶୁଣାଣି କରିବାକୁ ଯାଇ ଶାହରୁଖଙ୍କ ସମେତ ଅନ୍ୟ ଚାରି ଜଣଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି । ଯେଉଁଥିରେ ସମସ୍ତଙ୍କୁ ୨୬ ଅଗଷ୍ଟରେ ଅଦାଲତରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଭିଯୋଗକାରୀ ରାଜକୁମାର ପାଣ୍ଡେ ନିଜର ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି କି, ‘ଶାହରୁଖ ଖାନ୍ ଏକ ସେଭିଂ କ୍ରିମର ବିଜ୍ଞାପନ କରିଛନ୍ତି । ଯେଉଁଥିରେ ସେ ଲୋକଙ୍କୁ ପ୍ରଲୋଭନ ଦେଖାଇବାକୁ ଯାଇ ଉକ୍ତ କ୍ରିମକୁ ଦେଶର ନମ୍ବର ୱାନ୍ ବୋଲି କହିଛନ୍ତି’ ।
ସୂଚନା ମୁତାବକ, ଲୋକ ଅଦାଲତର ନ୍ୟାୟାଧିଶ କାଶୀନାଥ ସିଂହଙ୍କ ନିକଟରେ ଅଭିଯୋଗକାରୀ ଶ୍ରୀଯୁକ୍ତ ପାଣ୍ଡେଙ୍କ ପକ୍ଷରୁ ଦିଆଯାଇଥିବା ଆବେଦନ ପତ୍ରରେ କୁହାଯାଇଛି କି, ଏହି କ୍ରିମକୁ ଲଗାଇବା ଦ୍ୱାରା ତାଙ୍କ (ପାଣ୍ଡେଞ୍ଜ) ମୁହଁରେ ଛାଲ ପଡିଯାଇଥିଲା । ଯାହାର ଚିକିତ୍ସା ସେ ଡାକ୍ତରଖାନାରେ କରାଇଥିଲେ । ଅଭିଯୋଗକାରୀ ଶ୍ରୀଯୁକ୍ତ ପାଣ୍ଡେଙ୍କ କହିବା କଥା ହେଲା, ‘ମୁଁ ଏହି କ୍ରିମର ଯାଂଚ ମଧ୍ୟପ୍ରଦେଶର ଫ୍ରୁଡ ଆଣ୍ଡ୍ ଡ୍ରଗ ବିଭାଗରେ କରାଇଥିଲି ଏବଂ ରିପୋର୍ଟ ଏହି କ୍ରିମଟି ଅତି ନିମ୍ନମାନର ବୋଲି ଦର୍ଶାଯାଇଛି’ ।

ଶ୍ରୀଯୁକ୍ତ ପାଣ୍ଡେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ଏହି ରିପୋର୍ଟକୁ କୋର୍ଟରେ ବି ଦାଖଲ କରିଛି । କୋର୍ଟ ଶାହରୁଖ ଖାନ, ମଧ୍ୟପ୍ରଦେଶ ଫୁଡ ଆଣ୍ଡ୍ ଡ୍ରଗ ବିଭାଗର ନିୟନ୍ତ୍ରକ, ଜଣେ ସ୍ଥାନୀୟ ଦୋକାନୀର ମାଲିକ ଏବଂ ସେହି କଂପାନୀର ମାଲିକ ତଥା ଚାରି ଜଣଙ୍କ ନିକଟକୁ ନୋଟିସ୍ ପଠାଇଛନ୍ତି । ଏଠାରେ ଆମେ କହିରଖୁଛୁ କି, ଶାହରୁଖ ଖାନ୍ ଏବେ ନିଜର ସିନେମା ‘ଜବ୍ ହ୍ୟାରୀ ମେଟ ସେଜଲ୍’ର ପ୍ରମୋସନକୁ ନେଇ ବ୍ୟସ୍ତ ଅଛନ୍ତି । ସିନେମାଟି ଅଗଷ୍ଟ ୪ରେ ପରଦାକୁ ଆସିବ ।

ସୌଜନ୍ୟ: ହିନ୍ଦୁସ୍ତାନ ଟାଇମ୍ସ