ରିଲ୍ ଲାଇଫର ରିୟଲ୍ ହିରୋ ! ଖାନ୍ ଅଟନ୍ତି ମାତ୍ର ଭାରତୀୟ

131

ଅମିର ଖାନ ନିଜ ସିନେମା ଦଙ୍ଗଲକୁ ପାକିସ୍ତାନରେ ରିଲିଜ କରିବାକୁ ମନା କରି ଦେଇଛନ୍ତି । ପାକ୍ ସେନସର ବୋର୍ଡ ସିନେମାରେ ଥିବା ଭାରତୀୟ ତିରଙ୍ଗା ଏବଂ ରାଷ୍ଟ୍ରୀୟ ସଙ୍ଗୀତ ଆଦିର ଦୃଶ୍ୟ କାଟିବାକୁ ସର୍ତ ରଖିବା ପରେ ଅମିର ଏହି ନିଷ୍ପତି ନେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ କେବଳ ଅମିର ଏକମାତ୍ର ନୁହଁନ୍ତି, ଶାହରୁଖ୍ ଏବଂ ସଲମାନ ମଧ୍ୟ ରିଲ ଓ ରିୟଲ ଲାଇଫରେ ନିଜ ସିନେମା ଜରିଆରେ ଦେଶ ପ୍ରତି ଥିବା ଭଲ ପାଇବାକୁ ଦେଖାଇ ସାରିଛନ୍ତି । ତେବେ ଆସନ୍ତୁ ସେଗୁଡିକ ଉପରେ ନଜର ପକାଇବା ।

Source: google.com

୨୦୦୭ରେ ଶାହରୁଖ ଖାନ ‘ଚକ୍ ଦେ ଇଣ୍ଡିଆ’ ରେ ନଜର ଆସିଥିଲେ । ସିନେମାରେ ଶାହରୁଖ ଜଣେ ହକି କୋଚ୍ ଭୂମିକାରେ ନଜର ଆସିଥିଲେ । ଯିଏ କି ୱାଲ୍ଡ କପ ହାସଲ କରିବାରେ ସଫଳ ହୋଇଥିଲେ । ସେହିପରି ସିନେମା ‘ସ୍ୱଦେଶ’ରେ ମଧ୍ୟ ଶାହରୁଖ ଜଣେ ଏନଆରଆଇର ଚରିତ୍ରରେ ଅଭିନୟ କରିଥିଲେ । ଯିଏ କି ନିଜ ଦେଶ ପାଇଁ ନାସା ଭଳି କଂପାନୀ ଛାଡି ଚାଲି ଆସିଥିଲେ । ତେବେ ଶାହରୁଖ ନା କେବଳ ପରଦାରେ ବରଂ ବାସ୍ତବ ଜୀବନରେ ମଧ୍ୟ ଦେଶଭକ୍ତିର ପରିଚୟ ଦେଇଛନ୍ତି ।

Source: MouthShut.com

ସଲମାନ ଖାନ, ନ୍ୟାସନାଲ ଆୱାର୍ଡ ବିଜେତା ସିନେମା ‘ବଜରଙ୍ଗୀ ଭାଇଜାନ’ରେ କାମ କରିଥିଲେ । ପାକିସ୍ତାନରୁ ଆସିଥିବା ଏକ କୁନି ଝିଅକୁ ତା’ର ଦେଶରେ ଛାଡିବା ପାଇଁ ସଲମାନ ସବୁପ୍ରକାର ଅସୁବିଧାକୁ ବେଖାତିର କରିଥିଲେ । ଯାହାଦ୍ୱାରା ଦେଶ ପ୍ରତି ତାଙ୍କର ଥିବା ସମ୍ମାନ ତାଙ୍କଠାରେ ପ୍ରତିଫଳିତ ହୋଇଥିଲା । ସେହିପରି ‘ଏକ ଥା ଟାଇଗର’ ସିନେମାରେ ସଲମାନ ଜଣେ ଏଜେଂଟ ଭୂମିକାରେ ଅଭିନୟ କରିଥିଲେ । ଯାହା କି ନିଜ ଦେଶର ସୁରକ୍ଷା ପାଇଁ ସବୁ ସୀମା ଟପି ଯାଇଥିଲେ ।

Source: google.com

ଅମିର ଖାନ, ନିଜ କ୍ୟାରିୟରରେ ଅନେକ ଦେଶଭକ୍ତି ଭଳି ସିନେମା କରିଛନ୍ତି । ସିନେମା ‘ମଙ୍ଗଲ ପାଣ୍ଡେ: ଦି ରାଇଜିଙ୍ଗ’ରେ ଅମିର ମଙ୍ଗଲ ପାଣ୍ଡେଙ୍କ ଜୀବନ ଉପରେ ଆଧାରିତ କାହାଣୀ ମାଧ୍ୟମରେ ତାହା ପ୍ରମାଣିତ କରିଛନ୍ତି । ଏହାବ୍ୟତୀତ ଅମିର ‘ସରଫରୋଶ’ ସିନେମାରେ ଜଣେ ପୋଲିସ ଅଧିକାରୀଙ୍କ ଭୂମିକାରେ ନଜର ଆସିଥିଲେ । ଯିଏ କି ଆତଙ୍କବାଦୀଙ୍କ ବିରୋଧରେ ସ୍ୱର ଉଠାଇଥିଲେ ।