ନିଜକୁ ଗାଧୁଆ ଘରେ ବନ୍ଦ କରି କାନ୍ଦନ୍ତି କିଙ୍ଗ୍ ଖାନ୍, ଜାଣନ୍ତୁ ଏହାର କାରଣ ?

44

ନିକଟରେ ଏକ ଆୱର୍ଡ ଶୋ’ରେ ଯୋଗ ଦେଇ ଶାହରୁଖ ନିଜେ ଏହାର ଖୁଲାସା କରିଛନ୍ତି । ତେବେ ସେଠାରେ ସେ ଜଣେ ଆମେରିକୀୟ ନିର୍ଦ୍ଦେଶକ ତଥା ବ୍ରେଟ୍ଟ ରଟନରଙ୍କ ସହ ବାର୍ତ୍ତାଳାପ ସମୟରେ ଏକଥାର ଖୁଲାସା କରିଥିଲେ ।

କହିବାକୁ ଗଲେ, ଶାହରୁଖଙ୍କ ସିନେମା ବକ୍ସ ଅଫିସରେ ସବୁବେଳେ ଧମାଲ କରିଥାଏ । କିନ୍ତୁ କେବେ କେବେ ମଧ୍ୟ କିଙ୍ଗ ଖାନଙ୍କ ଯାଦୂ ବକ୍ସ ଅଫିସରେ କାମ କରେନି ଅର୍ଥାତ୍ ତାଙ୍କ ସିନେମା ମଧ୍ୟ ଫ୍ଲପ୍ ହୋଇଥାଏ । ତେବେ ଏହି ସମୟରେ ଶାହରୁଖ କଣ କରନ୍ତି ତାର ଖୁଲାସା କରି ସେ କହିଥିଲେ କି, ଯେତେବେଳେ ତାଙ୍କ ସିନେମା ଫ୍ଲପ୍ ହୁଏ ସେତେବେଳେ ସେ ନିଜକୁ ଗାଧୁଆ ଘରେ ବନ୍ଦ କରିଦିଅନ୍ତି ଏବଂ ମନଭରି କାନ୍ଦନ୍ତି ।

କିଙ୍ଗ ଖାନ ପୁଣି ମଧ୍ୟ କହିଥିଲେ, ‘ସଫଳତା ଏବଂ ଅସଫଳତା ଏହି ଦୁଇଟି ମୁହୂର୍ତ୍ତରେ କାନ୍ଦିବା ଦରକାର । କାରଣ ଏହା ଦୀର୍ଘ ସମୟ ପାଇଁ ତିଷ୍ଠି ରହି ନଥାଏ । ଏଥିପାଇଁ ଜରୁରୀ ଅଟେ କି ଆପଣ ସର୍ବଦା ବାସ୍ତବତାକୁ ସାମ୍ନା କରିବାକୁ ସାହସ ରଖିବା ଉଚିତ୍ । ଆଉ ପରିଶ୍ରମ କଲେ ସବୁ ଠିକ୍ ହୋଇଯିବ’ ।