ବିବାହର ପ୍ରଥମ ରାତିରେ ଗୌରୀଙ୍କ ସହ ଘଟିଥିଲା କିଛି ଏଭଳି ଦୁର୍ଘଟଣା ! ଯାହାକୁ ଏବେବି ଭୂଲି ପାରୁନାହାଁନ୍ତି କିଙ୍ଗ ଖାନ

53

ବଲିଉଡ କିଙ୍ଗ ଖାନଙ୍କ ସହ ଜଡିତ ଅନେକ କଥା ଶୁଣିବା ଓ ଜାଣିବା ପାଇଁ ଲୋକଙ୍କଠାରେ ଗଭୀର ଉତ୍ସାହ ଦେଖାଦେଇଥାଏ । ତେବେ ସେ ତାଙ୍କର ବ୍ୟକ୍ତିଗତ କଥା ହେଉ କିମ୍ବା ଶାହରୁଖଙ୍କ କୌଣସି ସିନେମା ପ୍ରସଙ୍ଗ ହେଉ । ନିକଟରେ ଏକ ସାକ୍ଷାତକାରରେ ସାମିଲ ହୋଇ ଶାହରୁଖ ନକହି ନକହି ଅନେକ କଥା କହି ପକାଇଥିଲେ ଯାହାକି ତାଙ୍କ ଜୀବନ ସହ ଜଡିତ ଥିଲା । ତେବେ ଆସନ୍ତୁ ଜାଣିବା କଣ କହିଥିଲେ କିଙ୍ଗ ଖାନ ।

ଏହି ସାକ୍ଷାତକାରରେ କିଙ୍ଗ ଖାନ ନିଜ ଜୀବନରେ ବିତିଥିବା କିଛି କଳା ଦିନ ସଂପର୍କରେ ଆଲୋଚନା କରିଥିଲେ । ଖାଲି ସେମିତିରେ ସଫଳତାର ଶୀର୍ଷରେ ପହଂଚିନଥିଲେ କିଙ୍ଗ ଖାନ ବରଂ ଏଥିପାଇଁ ତାଙ୍କୁ କରିବାକୁ ପଡିଥିଲା ଅନେକ ସଂଘର୍ଷ । ଆଉ ଏହି ମୁହୂର୍ତ୍ତରେ ଢାଲ ଭଳି ଠିଆ ହୋଇଥିଲେ ତାଙ୍କର ପତ୍ନୀ ଏବଂ ଭଉଣୀ ।

ଶାହରୁଖ କହିଥିଲେ କି, ‘ଯେଉଁ ଦିନ ଆମର ବିବାହ ହୋଇଥିଲା ସେଦିନ ଆମେ ଘରୁ ଲୁଚି ମୁମ୍ବାଇ ଚାଲି ଆସିଥିଲୁ । ବାହାଘର ଦିନ ରାତି ଆମର ବିତିଥିଲା ସିନେମା ସେଟରେ । ଏସବୁ ସତ୍ୱେ ବି ଗୌରୀ କେବେ ମୋତେ କିଛି କହିନଥିଲେ । ସବୁବେଳେ ମୋ ସାଥ୍ ଦେଇଥିଲେ’ ।ଶାହରୁଖ କହିଥିଲେ କି, ‘ମୁଁ ଗୌରୀଙ୍କ ସହ ଏଭଳି କଥା ହେଉଥିଲି ଯାହା ସଂପର୍କରେ ମୁଁ ନିଜେ ବି ବୁଝିପାରୁ ନଥିଲି । କିନ୍ତୁ ଗୌରୀ ସବୁବେଳେ ମୋତେ ସହଯୋଗ କରୁଥିଲେ । ପାଖାପାଖି ୨-୩ ବର୍ଷ ଏହି ମାହୋଲକୁ ବୁଝିବାକୁ ସମୟ ଲାଗିଥିଲା । ଆମେ ଗୋଟିଏ ହସଖୁସିର ଜୀବନ ବିତାଇବାକୁ ଚାହୁଁଥିଲୁ । ମୁଁ କେବେ ଚିନ୍ତା କରିନଥିଲି କି ମୁଁ କେବେ ଷ୍ଟାର ବନି ପାରିବି । କାରଣ ନା ମୋର ଷ୍ଟାରଡମ ସଂପର୍କରେ କୌଣସି ଜ୍ଞାନ ହିଁ ନଥିଲା’ ।

ଶାହରୁଖ କହିଥିଲେ , ‘ପୁଅ ଆର୍ୟନ ଜନ୍ମ ହେବା ପୂର୍ବରୁ ହିଁ ଗୌରୀଙ୍କର କିଛି ମିସକ୍ୟାରେଜ ହୋଇଯାଇଥିଲା କିନ୍ତୁ ଏହାପରେ ସେ ଆର୍ୟନଙ୍କୁ ଜନ୍ମ ଦେଇଥିଲେ । କିଛି ଦିନ ବହୁତ କଷ୍ଟରେ ବିତିଥିଲା ଏବଂ ସୁହାନା ଆସିବା ପରେ ଆମେ ବହୁତ ଉତ୍ସାହିତ ହୋଇଯାଇଥିଲୁ । କିଛି ଦିନ ଯିବେ ପରେ ଆମକୁ ଲାଗିଥିଲା କି ଆମ ଜୀବନରେ ତୃତୀୟ ପିଲାର ଆବଶ୍ୟକତା ରହିଛି ବୋଲି ଆଉ ଏହାପରେ ଅବରାମ ଜନ୍ମନେଇଥିଲା’ । ତେବେ ନିଜର କିଛି ଖସି ମୁହୂର୍ତ୍ତ ସଂପର୍କରେ ବଖାଣିବା ଥିଲେ ।

ସୌଜନ୍ୟ: ଅମର ଉଜାଲା