ଗୋଟିଏ ଭୁଲ ପାଇଁ କୌଣସି ବି ମୁହୂର୍ତ୍ତରେ ବନ୍ଦ ହୋଇପାରେ ‘ତାରକ୍ ମେହତା କା ଉଲ୍ଟା ଚଷମା’

124

ବନ୍ଦ ହୋଇପାରେ ସୋନି ସବ୍ ଟିଭିରେ ପ୍ରସାରିତ ଲୋକପ୍ରିୟ କମେଡି ଧାରାବାହିକ ‘ତାରକ୍ ମେହତା କା ଉଲ୍ଟା ଚଷମା’ । କାରଣ ଏହି ଧାରାବାହିକ ନାଁରେ ଆସିଛି ଇର୍ସାନିନ୍ଦକ ଅଭିଯୋଗ ।

ସୂଚନା ମୁତାବକ, ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସଜିପିସି) ଏହି ସୋ’ ବିରୋଧରେ ଆଣିଛି ଏଭଳି ସଂଗୀନ ଅଭିଯୋଗ । ଏସଜିପିସିର ଅଭିଯୋଗ ରହିଛି କି, ଏହି ସୋରେ ଇର୍ସାନିନ୍ଦକ (କୌଣସି ଧର୍ମ ବା ଧାର୍ମିକ ବ୍ୟକ୍ତି ବିଷୟରେ ତଥା ଅପବିତ୍ର ବସ ତୁଚ୍ଛ ଭାବରେ କଥାବର୍ତ୍ତା କରିବା) ଭଳି ଦୃଶ୍ୟ ଦେଖାଯାଉଛି । ଯେଉଁଥିପାଇଁ ଏହି ସୋକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛି ଏସଜିପିସି ।

ଏସିଜିପିସିର ମୁଖ୍ୟ କ୍ରିପାଲ ସିଂହ ବାଦୁଂଗର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ‘ଏହି ଧାରାବାହିକରେ ଶିଖ୍ ଧର୍ମର ୧୦ମ ଗୁରୁ ଗୋବିନ୍ଦ ସିଂହଙ୍କ ଜୀବିତ ସ୍ୱରୂପର ଚିତ୍ରଣ କରି ଶିଖ୍ ସଂପ୍ରଦାୟର ଭାଇ ଓ ଭଉଣୀଙ୍କ ମନକୁ କଷ୍ଟ ଦେଉଛି । ଯାହାକି ସଂପୂର୍ଣ୍ଣ ଧର୍ମ ବିରୋଧୀ ଅଟେ’ । କ୍ରିପାଲ ସିଂହ ଆହୁରୀ ମଧ୍ୟ କହିଛନ୍ତି, ‘କୌଣସି ବି ଅଭିନେତା କିମ୍ବା କୌଣସି ବି ଚରିତ୍ର ନିଜକୁ ୧୦ମ ଶିଖ୍ ଗୁରୁ ଗୋବିନ୍ଦ ସିଂହଙ୍କ ସହ ତୁଳନା କରିପାରିବେ ନାହିଁ । ଏହା ପାପ ଅଟେ’ ।

କ୍ରିପାଲ ସିଂହ କହିଛନ୍ତି କି, ‘ନିକଟରେ ମୁଁ ସୋନି ଟିଭିରେ ପ୍ରସାରିତ ‘ପହେରେଦାର ପିୟା କି’ ସୋ’କୁ ବନ୍ଦ କରିବା ପାଇଁ ଦର୍ଶକଙ୍କୁ ନେଇ ଏକ ଅନଲାଇନ ପିଟିସନ ଆରମ୍ଭ କରିଥିଲି । ଆଉ ଯାହା ସଫଳ ମଧ୍ୟ ହୋଇଥିଲା । ଅର୍ଥାତ୍ ବାରମ୍ବାର ଅଭିଯୋଗ ଆସିବା ପରେ ଏହି ସୋକୁ ବନ୍ଦ କରିଦିଆଯାଇଥିଲା । ଏବେ ଖାଲି ଅପେକ୍ଷା ରହିଛି, ଶିରୋମଣୀ ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସିଜିପିସି)ର ତାରକ୍ ମେହତା କା ଉଲ୍ଟା ଚଷମା ଉପରେ ଲଗାଯାଇଥିବା ବ୍ୟାନ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି’ ।

ଏଠାରେ ଆମେ କହି ରଖୁଛୁ କି, ତାରକ୍ ମେହତା କା ଉଲ୍ଟା ଚଷମାର ପ୍ରଥମ ଏପିସୋଡ ୨୮ ଜୁଲାଇ, ୨୦୦୮ରେ ପ୍ରସାରିତ ହୋଇଥିଲା ଆଉ ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ସୋ’ଟି ଦର୍ଶକଙ୍କୁ ଏଂଟରଟେନ୍ କରିଆସୁଛି ।

ସୌଜନ୍ୟ: ଏନଡିଟିଭି ନ୍ୟୁଜ୍