ଜାତୀୟ ମଂଚରେ ଓଡିଆ ପୁଅ ସତ୍ୟଜିତ୍ ! ଆପଣଙ୍କ ଗୋଟିଏ ଭୋଟ୍ ଓଡିଶାକୁ କରିବ ଗର୍ବିତ

57

ଜିଟିଭର ରିଆଲିଟି ଶୋ ସାରେଗାମାପା ଲିଟଲ ଚାମ୍ପସର ସ୍ୱରର ମହାସଂଗ୍ରାମରେ ନିଜକୁ ସାମିଲ କରିଛନ୍ତି ସତ୍ୟଜିତ । ଆନନ୍ଦପୁର ଅନ୍ତର୍ଗତ ଏକ ଛୋଟ ଗାଁ ତୁରାରୁ ମହାନଗରୀ ମୁମ୍ବାଇର ଯାତ୍ରା ଯେତିକି ରୋଚକ ସେତିକି ଅଧ୍ୟବସାୟପୂର୍ଣ୍ଣ । ବାପା ଗୁମାନ ଚରଣ ଜେନାଙ୍କର ଏକ ଅର୍କେଷ୍ଟ୍ରା ପାର୍ଟି ରହିଛି । ତେଣୁ ପିଲାଦିନୁ ଘରେ ସାଙ୍ଗୀତିକ ପରିବେଶ ଭିତରେ ବଢିଛନ୍ତି ସତ୍ୟଜିତ । ତେବେ ନିଜର ସୁମଧୁର ସ୍ୱରରେ ସାଧାରଣ ଜନତାଙ୍କ ସମେତ ବିଚାରକ ହିମେଶ ରେଶମିୟା, ନେହା କାକର ଏବଂ ଜାଭେଦ ଅଲ୍ଲୀଙ୍କର ମଧ୍ୟ ହୃଦୟ ଜିତି ପାରିଛନ୍ତି ସତ୍ୟଜିତ୍ ।

ତେବେ ଆମର ଏହି ଆଲୋଚନାର ଉର୍ଦ୍ଦେଶ୍ୟ ହେଲା, ଏହି କୁନି ଓଡିଆ ପୁଅର ଭାଗ୍ୟ ଏବେ ଜନତାଙ୍କ ହାତରେ । କାରଣ ଏହି ସୋରେ ନିଜର ସ୍ଥିତି ବଜାୟ ରଖିବା ସହ ସଫଳତା ହାସଲ କରିବାକୁ ହେଲେ ଜନତାଙ୍କ ଭୋଟିଂ ରହିଛି ଗୁରୁତ୍ୱପୂର୍ଣ୍ଣ । ତେଣୁ ସତ୍ୟଜିତଙ୍କୁ ଭୋଟ କରିବା ପାଇଁ ମୋବାଇଲ୍ ମେସେଜ୍ ବକ୍ସକୁ ଯାଇ ‘ଏସଆରଜିଏମପି’ ସ୍ପେସ୍ ଦେଇ ଏସଏଟି ଟାଇପ୍ କରିବା ପରେ ଏହାକୁ ୫୭୫୭୫ରେ ପଠାଇ ଦେବାକୁ ଅନୁରୋଧ କରିଛନ୍ତି ସତ୍ୟଜିତ ।

ତେବେ ଏହି ଭୋଟିଂ ପ୍ରକ୍ରିୟା ରବିବାର ରାତି ୯ଟାରୁ ମଙ୍ଗଳବାର ସକାଳ ୧୦ଟା ଯାଏଁ ଖୋଲା ରହିବ । ଗୋଟିଏ ମୋବାଇଲ ଫୋନରୁ ମଧ୍ୟ ଏକାଧିକ ମେସେଜ୍ ପଠାଇପାରିବେ । ତେବେ ଶୁଭେଚ୍ଛା ସହ ଏସଏମଏସ୍ ତାଙ୍କ ସଫଳତାର ରାସ୍ତାକୁ ନିଶ୍ଚୟ ସହଜ କରିପାରିବ ବୋଲି ଆଶା ରଖିଛନ୍ତି ସତ୍ୟଜିତ୍ ।