ବିଗ୍ ବସ ହାଉସରୁ କାହିଁକି ବାହାରିଗଲେ ସପନା ? ଜାଣନ୍ତୁ ଏହା ପଛର କାରଣ

75

ହରିୟାଣା ପ୍ରସିଦ୍ଧ ଡ୍ୟାନ୍ସର ସପନା ଚୌଧୁରୀ ଟିଭିର ସବୁଠାରୁ ବଡ ବିବାଦୀୟ ସୋ’ ବିଗ୍ ବସ-୧୧ରୁ ବାହାରି ଯାଇଛନ୍ତି । ବିଗବସ ଗୃହରୁ ସପନା ଚୌଧୁରୀ ବାହାରିଯିବା ପ୍ରଶଂସକଙ୍କ ପାଇଁ କୌଣସି ଶୋକଠାରୁ ବି କମ ନୁହେଁ । ସପନାଙ୍କର ଏଲିମିନେଶନକୁ ନେଇ ଖୋଦ ସୋ’ର ହୋଷ୍ଟ ତଥା ସଲମାନ ଖାନଙ୍କ ମୁହଁରୁ ବି ବାହାରି ଗଲା କି, ଜଣେ ଯୋଗ୍ୟ ପ୍ରତିଯୋଗୀ ଘରୁ ବାହାରି ଗଲେ । ତେବେ ଏପରି କଣ କାରଣ ରହିଥିଲା କି ଲକ୍ଷ ଲକ୍ଷ ପ୍ରଂଶସକ ଥିବା ସତ୍ତେ୍ୱ ବି ସେ ବିଗବସ ଘରୁ ବାହାରିଗଲେ କିପରି । ଜାଣନ୍ତୁ କେଉଁ କାରଣରୁ ସପନା ଚୌଧୁରୀଙ୍କୁ ବିଗ୍ ବସ ଘରୁ ବାହାରିବାକୁ ପଡିଥିଲା ।

ମିତ୍ର କମ, ଶତ୍ରୃ ଅଧିକ

ଯଦି ଭଲଭାବେ ଦେଖାଯାଏ ତେବେ ସୋ’ ଆରମ୍ଭ ହେବାର ମାତ୍ର କିଛି ସପ୍ତାହକୁ ବାଦ୍ ଦେଲେ ସପନାଙ୍କ ସଂପୂର୍ଣ୍ଣ ଯାତ୍ରା ବିଗବସ ହାଉସରେ ରୋମାଂଚକର ରହିଥିଲା । ବିଗବସରେ ସପନା ନିଜ ନୃତ୍ୟ ଏବଂ ଲଢେଇ ଝଗଡା ପାଇଁ ଚର୍ଚ୍ଚାରେ ରହିଥିଲେ । ତାଙ୍କର ଅର୍ଶୀ, ଆକାଶ, ଶିଳ୍ପା, ବିକାଶ, ପୁନୀଶ, ବନ୍ଦଗୀଙ୍କ ସହ ଝଗଡା ହୋଇଥିଲା । ଆଉ ଏହି ସୋ’ରେ ହିନା ଖାନ, ପ୍ରିୟାଙ୍କ ଏବଂ ଲବ୍ ତ୍ୟାଗୀ ତାଙ୍କର ମିତ୍ର ଥିଲେ ।

ରାଗୀ ଗୁଣ

ସପନା କିଛି ଦିନରୁ ଅତ୍ୟଧିକ ଲଢେଇ ଝଗଡା କରୁଥିଲେ । ସେ ସୋ’ ରେ ଶୋଇଥିବାର ଦେଖିବାକୁ ମିଳୁଥିଲେ ନଚେତ କାହା ଉପରେ ରାଗ ଦେଖାଉଥିବାର ନଜରକୁ ଆସିଥିଲେ । ତାଙ୍କର ଏହି ଗୁଣ କାରଣରୁ ତାଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ସେ କଥା କଥାରେ ରାଗି ପ୍ରତିଯୋଗୀଙ୍କୁ ଅନେକ କଟୁ କଥା କହିପକାଉଥିଲେ । ସପନାଙ୍କୁ ଅନେକ ସମୟରେ ଚିତ୍କାର କରୁଥିବାର ବି ଦେଖିବାକୁ ମିଳୁଥିଲା । ସୁନ୍ଦର ଚେହେରା ଏବଂ ସରଳ ହାସ୍ୟରେ ପ୍ରଶଂସକଙ୍କ ହୃଦୟ ଜିତି ପାରୁଥିବା ସପନାଙ୍କ ଲଢେଇ ଖୋର ଅନ୍ଦାଜକୁ ପ୍ରଂଶସକମାନେ ପସନ୍ଦ କଲେ ନାହିଁ ।

ହିନା ଖାନଙ୍କ ସହ ବନ୍ଧୁତା

ବିଗବସ ଗୃହରୁ ସପନାଙ୍କ ବାହାରିବା ପଛରେ ହିନା ଖାନଙ୍କ ମୁଖ୍ୟ ଭୂମିକା ରହିଥିଲା ବୋଲି ପ୍ରଶଂସକମାନେ ଭାବୁଛନ୍ତି । ନୋମିନେସନ ଟାସ୍କରେ ହିନା ସପନାଙ୍କୁ ଅସୁରକ୍ଷିତ କରି ଲବ୍ ତ୍ୟାଗୀଙ୍କୁ ସୁରକ୍ଷିତ କରିଥିଲେ । ଏହାଛଡା ପ୍ରଶଂସକଙ୍କୁ ହିନା ଏବଂ ସପନାଙ୍କ ଯୋଡି ବିଲକୁଲ ପସନ୍ଦ ଆସି ନଥିଲା । ହିନା ଯେବେଠାରୁ ସୋ’କୁ ଆସିଛନ୍ତି ସେବେଠାରେ ସେ ସମାଲୋଚନାର ଶିକାର ହୋଇଛନ୍ତି । ତେବେ ହିନାଙ୍କ ସହ ବନ୍ଧୁତା ତାଙ୍କୁ ମହଙ୍ଗା ପଡିଥିବା କହିଲେ କିଛି ଭୁଲ ହେବ ନାହିଁ ।

କମ୍ ଯୋଗଦାନ

ସୋ’ ରେ ତାଙ୍କର ଭୂମିକା ଖୁବ୍ କମ ନଜର ଆସିଥିଲା । ସପନା ସବୁ ସପ୍ତାହରେ ହେଉଥିବା ଟାସ୍କରେ କମ ଯୋଗଦାନ ଦେଉଥିଲେ । କିଛି ଦିନ ପୂର୍ବେ ହୋଇଥିବା ଲଗଜ୍ୟୁରୀ ବଜେଟ୍ ଟାସ୍କରେ ସେ ଜୋକ୍ସର ଭୂମିକା ଗ୍ରହଣ କରିଥିଲେ । ଯେଉଁଥିରେ ସେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲେ । ତାଙ୍କର ଏହି ଗୁଣ ଯୋଗୁଁ ଘର ସଦସ୍ୟ ଲଗ୍ଜରୀ ବଜେଟ ପାଇବାକୁ ଅସଫଳ ହୋଇଥିଲେ । ସପନାଙ୍କ ଉପରେ ସବୁବେଳେ ଘରେ ଶୋଇ ରହୁଥିବା ଆରୋପ ମଧ୍ୟ ଲାଗିଥିଲା । ସେ ଘର ସଦସ୍ୟଙ୍କ ସହିତ ଖୁବ୍ କମ୍ କଥାବାର୍ତ୍ତା ହେଉଥିଲେ ।

ସପନାଙ୍କ ବ୍ୟବହାର

ସପନାଙ୍କ ବ୍ୟବହାର ଅନେକ ଲୋକଙ୍କୁ ମଧ୍ୟ ପସନ୍ଦ ଆସି ନଥିଲା । ସେ ରାଗରେ ଅନେକ ବିବାଦୀୟ କଥା କହୁଥିଲେ । ଏବଂ ସେ ଯାହା ସହ ଝଗଡା କରୁଥିଲେ ତାଙ୍କୁ ସେ ଅନେକ କଡା କଥା କହୁଥିଲେ । ଏହିସବୁ ପ୍ରକୃତି କାରଣରୁ ତାଙ୍କର ପ୍ରଂଶସକମାନଙ୍କର ସଂଖ୍ୟା କମି ଯାଇଥିଲା ।