ଅଭିନୟ ଛାଡି ଢାବାରେ କାମ କରୁଥିଲେ ଏହି ଅଭିନେତା ! ରୋହିତ୍ ସେଠୀଙ୍କ ଛତ୍ରଛାୟାରେ ରହି ରାତାରାତି ବନିଗଲେ ନାୟକ

57

ବଲିଉଡ ଜଗତରେ ଯଦିଓ ନାୟକ ଏବଂ ନାୟିକାଙ୍କ ରାଜ୍ ରହିଛି ତେବେ କିଛି ଏଭଳି ଚରିତ୍ରର ମଧ୍ୟ କଳାକାର ଅଛନ୍ତି ଯେଉଁମାନେ କି ଏମାନଙ୍କ ଉପରେ ଭାରି ପଡିଯାଆନ୍ତି । ତେବେ ଏଭଳି ଜଣେ କଳାକାର ତଥା ଅଭିନେତା ହେଲେ ସଂଜୟ ମିଶ୍ରା ।

ବହୁମୁଖୀ ପ୍ରତିଭାରେ ପରିପୂର୍ଣ୍ଣ ଥିବା ସଂଜୟ ମିଶ୍ରା ଆଜିକା ଦିନରେ ଜଣେ ନାମୀ ଅଭିନେତା ତଥା କମେଡିଆନ ହିସାବରେ ଜଣାଶୁଣା । କିନ୍ତୁ ତାଙ୍କ ଜୀବନରେ ଏକ ଏଭଳି ମୁହୂର୍ତ୍ତ ଆସିଥିଲା କି ସେ ବଲିଉଡ ଜଗତରୁ ପୁରାପୁରି ବିଛିନ୍ନ ହୋଇ ଯାଇଥିଲେ ଏବଂ ହୃଷିକେଶରେ ଏକ ଢାବାରେ କାମ କରୁଥିଲେ । ସୂଚନା ମୁତାବକ, ସେ ତାଙ୍କ ବାପାଙ୍କୁ ବହୁତ ଭଲ ପାଉଥିଲେ । ଯେତେବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା ସେତେବେଳେ ସେ ବହୁତ ମର୍ମାହତ ହୋଇପଡିଥିଲେ । ଯାହାକୁ ଭୁଲିବା ପାଇଁ ସେ ସମସ୍ତଙ୍କଠାରୁ ଦୂରେଇ ଯାଇଥିଲେ । ଏବଂ ହୃଷିକେଶରେ ଯାଇ ରହିବାକୁ ଲାଗିଥିଲେ । ସେଠାରେ ସେ ଏକ ଢାବାରେ କାମକରିଥିଲେ । ଦିନ ପରେ ଦିନ ଗଡିଚାଲିଥିଲା ଆଉ ସଂଜୟ ନିଜର ସମୟ ଢାବାରେ ରୋଷେଇ ତିଆରିରେ ବିତିବାରେ ଲାଗିଥିଲେ ।

ଠିକ୍ ଏହି ସମୟରେ ରୋହିତ ସେଠୀ ସଂଜୟଙ୍କ ନିକଟରେ ପହଂଚିଥିଲେ । ଆଉ ତାଙ୍କୁ ପୁଣି ଥରେ ସିନେମା କରିବାକୁ ବୁଝାସୁଝା କରିଥିଲେ । ତେବେ ରୋହିତଙ୍କ ବାରମ୍ବାର ବୁଝାଇବା ପରେ ସେ ତାଙ୍କ କଥାରେ ରାଜି ହୋଇ ମୁମ୍ବାଇ ଫେରି ଥିଲେ । ଏବଂ ସିନେମା ‘ଅଲ୍ ଦ ବେଷ୍ଟ୍’ କରିଥିଲେ । ଏହାପରେ ତାଙ୍କୁ ଗୋଟେ ପରେ ଗୋଟେ ସିନେମାରେ ଅଭିନୟ କରିବାକୁ ଅଫର ମିଳିବାରେ ଲାଗିଥିଲା ।