ଭାଇଜାନଙ୍କ ବିରାଟ ରେକର୍ଡ ! ଟ୍ୟୁବଲାଇଟ୍ ଫ୍ୟୁଜ୍ ହେବାପରେ ‘ଟାଇଗର ଜିନ୍ଦା ହୈ’ରେ ହିଟ୍ ହେଲେ ସଲମାନ

19

ଦବଙ୍ଗ ହିରୋ ସଲମାନ ଖାନଙ୍କ ସିନେମା ସବୁବେଳେ ସୁପରହିଟ ହୋଇ ଆସିଛି । ଯାହା ତାଙ୍କୁ ବଲିଉଡର ଜଣେ ପ୍ରଖ୍ୟାତ ଅଭିନେତା ଭାବରେ ପରିଚିତ କରିପାରିଛି । କିନ୍ତୁ ଏତେ ସବୁ ସୁପରହିଟ ଫିଲ୍ମ ମଧ୍ୟରେ ଫ୍ଲପ ଫିଲ୍ମ କୌଣସି ପ୍ରଭାବ ପକାଏ ନାହିଁ ସଲୁ ମିଆଁଙ୍କ ଉପରେ । ଏହା ପ୍ରମାଣ କରିଛି ତାଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ । କାରଣ ଟ୍ୟୁବଲାଇଟ ଫ୍ୟୁଜ ହୋଇ ଯାଇଥିଲେ ମଧ୍ୟ ସଲମାନଙ୍କ ଫିଲ୍ମ କ୍ୟାରିଅର ଉପରେ କୌଣସି ପ୍ରଭାବ ପଡ଼ିନାହିଁ ।

ଗଣ ମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସିନେମା ‘ଟାଇଗର ଜିନ୍ଦା ହୈ’ ବକ୍ସ ଅଫିସରେ ପ୍ରଥମ ଦିନରେ ୩୮ କୋଟି ରୋଜଗାର କରିଥିଲା । ଖାଲି ସେତିକି ନୁହେଁ ଭାରତର ପାଖାପାଖି ୮୦ ପ୍ରତିଶତ ବୁକିଂ ସହିତ ଓପନିଙ୍ଗ ହୋଇଥିଲା ଫିଲ୍ମ ‘ଟାଇଗର ଜିନ୍ଦା ହୈ’ । ଏହା ସହିତ ଅଷ୍ଟ୍ରେଲିଆର ୨୪ଟି ସ୍କ୍ରିନରେ ରିଲିଜ ହୋଇଛି ଫିଲ୍ମ ‘ଟାଇଗର ଜିନ୍ଦା ହୈ’ । ତେବେ ରିଳିଜର ୭ ଦିନରେ ୨୦୬ କୋଟି ଇନକମ କରି ରେକର୍ଡ଼ କରିଛି ଏହି ଫିଲ୍ମ । ସବୁଠାରୁ ଅଧିକ ଇନକମ କରିଥିବା ଫିଲ୍ମ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି ଭାଇଜାନଙ୍କର ଏହି ସିନେମାଟି । ଯଦିଓ ଏହା ପୂର୍ବରୁ ଗୋଲମାଲ ଅଗେନ ଏହି ସ୍ଥାନରେ ରହିଥିଲା କିନ୍ତୁ ଏହା ସମସ୍ତ ଫିଲ୍ମର ଲାଇଫ ଲାଇନ ରେକର୍ଡ଼କୁ ପଛରେ ପକାଇଛି ।

ଦେଶ ବିଦେଶରେ ଏହି ଫିଲ୍ମ ପାଇଁ ଫ୍ୟାନ୍ସ ମାନଙ୍କୁ କ୍ରେଜି ଦେଖିବା ପରେ ଏଭଳି ଲାଗୁଛି ଯେମିତି ଦର୍ଶକ ଅନ୍ୟ କୌଣସି ଫିଲ୍ମ ନୁହେଁ ବରଂ ଏହି  ଫିଲ୍ମକୁ ଅପେକ୍ଷା କରିଥିଲେ । ସେଥିପାଇଁ ରିଲିଜ ଦିନରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ରେକର୍ଡ଼ କରିଛି ଏହି ଫିଲ୍ମ । ଏହା ବ୍ୟତୀତ ଫିଲ୍ମଟି ୨୦୧୭ର ସବୁଠାରୁ ବଡ଼ ଓପନର ହୋଇ ସାରିଛି । କିନ୍ତୁ ଏହା ପୂର୍ବରୁ ବାହୁବଳୀ ଏହି ସ୍ଥାନରେ ଥିଲେ ମଧ୍ୟ ଏହାକୁ ସଂପୂର୍ଣ୍ଣ ହିନ୍ଦୀ ଫିଲ୍ମ ଭାବେ ଗ୍ରହଣ କରାଯାଉ ନାହିଁ ।  ତେବେ ବକ୍ସ ଅଫିସରେ ୧୦୦ କୋଟି କ୍ଲବରେ ସାମିଲ ହୋଇଥିବା ଫିଲ୍ମ ମାନଙ୍କ ମଧ୍ୟରେ ସଲମାନଙ୍କ ଏହି ଫିଲ୍ମ ୧୨ତମ ସ୍ଥାନରେ ରହିଛି । ତେବେ ୧୦୦ କୋଟି କ୍ଲବରେ ସାମିଲ ହୋଇଥିବା ଅଭିନେତା ମାନଙ୍କ ମଧ୍ୟରେ ସଲମାନ ପ୍ରଥମ ସ୍ଥାନରେ ରହିଛନ୍ତି ।