ପ୍ରଥମ ଥର ପାଇଁ ସଲମାନଙ୍କ ଘରେ ବିରାଜମାନ ହେବେନି ଗଣପତି ବପ୍ପା ! ହେଲେ କାହିଁକି ?

49

ଚଳିତ ବର୍ଷ ସଲମାନଙ୍କ ଘରେ ବିରାଜମାନ ହେବେ ନାହିଁ ଗଜାନନ । ଦୀର୍ଘ ୧୪ ବର୍ଷ ହେଲା ସୁପରଷ୍ଟାର ସଲମାନ ଖାନଙ୍କ ଘରେ ତଥା ଗାଲାକ୍ସି ଆପାର୍ଟମେଂଟରେ ବହୁ ଧୂମ୍ ଧାମରେ ଗଣେଶ ଚତୁର୍ଥୀ ପାଳନ କରାଯାଇଥାଏ ଆଉ ଏହି ଉତ୍ସବରେ ବଲିଉଡର ବହୁ ନାମୀଦାମୀ କଳାକାରମାନେ ମଧ୍ୟ ସାମିଲ ହୋଇଥାନ୍ତି । କିନ୍ତୁ ଚଳିତ ବର୍ଷ ବ୍ୟତିକ୍ରମ ଦେଖାଦେଇଛି । ଉତ୍ସବକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିବାବେଳେ ଖବର ଆସିଛି କି, ସଲମାନଙ୍କ ଘରେ ଗଣେଶ ଚତୁର୍ଥୀ ଚଳିତ ବର୍ଷ ପାଳିତ ହେବନାହିଁ ବୋଲି ।

ବାବା ଗଣେଶଙ୍କୁ ନେଇ ସୁଲତାନଙ୍କର ଥିବା ଅହେତୁକ ଆସ୍ଥା କାହାକୁ ବା ଅଛପା । ମାତ୍ର ଏଭଳି ଖବର ଆସିବା ପରେ ନିଶ୍ଟୟ ଭାବେ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଥିବ କି, ସଲମାନଙ୍କର ଏମିତି କଣ ବିପତ୍ତି ଆସିଲାକି ସେ ତାଙ୍କ ଆରାଧ୍ୟ ଦେବତାଙ୍କ ପୂଜା ନିଜ ଘରେ ପାଳୁ ନାହାଁନ୍ତି । ତେବେ ଆସନ୍ତୁ ଜାଣିବା ପ୍ରକୃତ ମାମଲାଟି କଣ ?

ସୂଚନା ମୁତାବକ, ଚଳିତ ବର୍ଷ ବାବା ଗଣେଶ ସଲମାନଙ୍କ ଅଲିଅଳି ଭଉଣୀ ତଥା ଅର୍ପିତାଙ୍କ ଘରେ ବିରାଜମାନ କରିବେ । ଯେଉଁଥିରେ ସଲମାନଙ୍କ ପୁରା ପରିବାର ସାମିଲ ହେବେ ବୋଲି ଜଣାପଡିଛି । ଏଠାରେ ଆମେ କହି ରଖୁଛୁ କି, ଅର୍ପିତା ଗାଲାକ୍ସି ଆପାର୍ଟମେଂଟରେ ହିଁ ପ୍ରଥମେ ଗଣେଶ ପୂଜାର ଆରମ୍ଭ କରିଥିଲେ ଏବଂ ଯାହାପରଠୁ ପ୍ରତି ବର୍ଷ ସଲମାନଙ୍କ ଘରେ ବଡ ଧୂମଧାମରେ ଗଣେଶ ଚତୁର୍ଥୀ ପାଳିତ ହୋଇଆସୁଛି ।

ବର୍ତ୍ତମାନ ସଲମାନ ଖାନ୍ ନିଜ ଆଗାମୀ ସିନେମା ‘ଟାଇଗର ଜିନ୍ଦା ହୈ’ର ସୁଟିଂ କାମରେ ବ୍ୟସ୍ତ ଅଛନ୍ତି । ଯାହାଦ୍ୱାରା କି ସେ ଏହି ପୂଜାରେ ସାମିଲ ହୋଇ ପାରନ୍ତି କି ନାହିଁ କହିବା ମୁସ୍କିଲ ଅଟେ । କାରଣ, ଗତବର୍ଷ ମଧ୍ୟ ସଲମାନ ଖାନ୍ ସିନେମା ‘ଟ୍ୟୁବଲାଇଟ୍’ ର ସୁଟିଂ କାରଣରୁ ଗଣେଶ ଚତୁର୍ଥୀରେ ସାମିଲ ହୋଇ ପାରିନଥିଲେ ।

ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଥରେ ସଲମାନ-କ୍ୟାଟ୍ରିନାଙ୍କ ଯୋଡିକୁ ‘ଟାଇଗର ଜିନ୍ଦା ହୈ’ରେ ଦେଖିବାକୁ ପାଇବେ ଦର୍ଶକେ ।

ସୌଜନ୍ୟ: ଆଜତକ୍