ବଲିଉଡþ ବେବୋଙ୍କ ବିବାଦୀୟ ବୟାନ ! କହିଲେ, ସଲମାନ ଜଣେ ଖରାପ ଅଭିନେତା

28

ଏହି ଚାର୍ଚ୍ଚଲ୍ୟକର ବୟାନ ଥିଲା ବଲିଉଡର ବେବୋ ତଥା କରିନା କପୁରଙ୍କର । କରିନା ସବୁବେଳେ ନିଜ ମନ୍ତବ୍ୟକୁ ନେଇ ଅନେକ ଥର ଚର୍ଚ୍ଚାରେ ରହି ଆସିଛନ୍ତି । କେତେବେଳେ ସଲମାନଙ୍କ ଉପରେ ତ କେତେବେଳେ ଶାହରୁଖଙ୍କୁ ନେଇ, ପୁଣି କେତେବେଳେ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟାଙ୍କ ବିଷୟରେ ହେଉ ଅଧିକାଂଶ ସମୟରେ ଏମାନଙ୍କ ଉପରେ ଅନେକ ଭଲମନ୍ଦ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି କରିନା କପୁର ।

ସେ ଯାହା ହେଉନା କାହିଁକି, କରିନା ଏକ ସାକ୍ଷାତକାରରେ ଦେଇଥିବା ଏଭଳି ଏକ ବିବାଦୀୟ ମନ୍ତବ୍ୟକୁ ନେଇ ବଲିଉଡ ଜଗତରେ ପାଲଟି ଯାଇଛନ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ । ତେବେ ଏହି ସାକ୍ଷାତକାରରେ କରିନାଙ୍କ ବୟାନ ଥିଲା କି, ସେ ଭାଇଜାନ୍ ତଥା ସଲମାନ ଖାନଙ୍କୁ ପସନ୍ଦ କରନ୍ତି ନାହିଁ । ଆଉ ସଲମାନ ହେଉଛନ୍ତି ବଲିଉଡ ଜଗତର ଜଣେ ମନ୍ଦ ଅଭିନେତା । ଏହା ବାତୀତ ସେ ଅମିତାଭ ଏବଂ ଶାହରୁଖଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ ।

ଯଦିଓ ଏହି ସାକ୍ଷାତକାରଟି ଖୁବ୍ ପୁରୁଣା ଅଟେ । ତେବେ କରିନା କପୁର ୨୦୦୦ରେ ନିଜର ଏକ ସିନେମାର ପ୍ରମୋସନ ସମୟରେ ଏଭଳି ମନ୍ତବ୍ୟ ଦେଇଥିଲେ । କରିନାଙ୍କ ତାଙ୍କ ପ୍ରଥମ ସାକ୍ଷାତକାରରେ ହିଁ ଧମାକା କରିଦେଇଥିଲେ । ବର୍ତ୍ତମାନ ଅନେକ ସମୟ ବିତି ଯାଇଥିଲେ ମଧ୍ୟ କରିନାଙ୍କ ଦୃଷ୍ଟିରେ ସଲମାନଙ୍କ ଅସ୍ତିତ୍ୱ କିପରି ରହିଛି ତାହା କେବଳ ବେବୋ ହିଁ ଜାଣିଥିବେ ।