‘ମତେ ତ ଥରେ ଫୋନ୍ କରିପାରିଥାନ୍ତ’! ସିନେମାରେ ସଚିନ କହିଲେ ମନର କଥା

63

ସଚିନ ରମେଶ ତେନ୍ଦୁଲକର । ଆଜି ଏହି ନାଁ କ୍ରିିକେଟ ପଡିଆରୁ ବିଶ୍ୱର କୋଣ ଅନୁକୋଣରେ ଗୁଂଜରିତ । ପୂର୍ବର ଏହି ମହାନ ଭାରତୀୟ କ୍ରିକେଟର ସଚିନଙ୍କ ବାୟୋପିକ୍ ଫିଲ୍ମର ଆଜି ହୋଇଛି ରିଲିଜ । ସବୁ ପ୍ରଶଂସକଙ୍କ ମନରେ ଉତ୍ସାହ । ଜଣେ କ୍ରୀଡା ସାମ୍ବାଦିକଙ୍କ ଅନୁସାରେ ଯେତେବେଳେ ସଚିନଙ୍କ ଫିଲ୍ମ ଦେଖିଲେ , ୯୦ ଦଶକର ସେ ପୁରୁଣା ଦୃଶ୍ୟ ତାଜା ହୋଇଗଲା । ଫିଲ୍ମରେ ସଚିନଙ୍କ ପୂରା ଜୀବନ କାହାଣୀକୁ ଦୃଶାୟନ କରାଯାଇଛି ଏବଂ ଏଥିରେ ସେ ବିବାଦ ମଧ୍ୟ ରହିଛି ଯାହାକୁ ସଚିନ କେବେ ଭୁଲିପାରିନାହାଁନ୍ତି ।

ଘଟଣା ଥିଲା ଯେତେବେଳେ ସଚିନଙ୍କୁ ଦଳର ଅଧିନାୟକ କରାଯାଇଥିଲା । ସଚିନଙ୍କୁ ତାଙ୍କ କ୍ୟାରିୟରରେ ଦୁଇ ଥର ଅଧିନାୟକ କରାଯାଇଥିଲା । ଫିଲ୍ମରେ ସଚିନ୍ ନିଜେ କହିଛନ୍ତି , ୧୯୯୬ର ସେ କଥା । ଯେତେବେଳେ ପ୍ରଥମଥର ପାଇଁ ତାଙ୍କୁ ଅଧିନାୟକ କରାଗଲା , ସେତେବେଳେ ସେ ଏଥିପାଇଁ ପ୍ରସ୍ତୁତ ନଥିଲେ ଏବଂ ପୁଣି ତାଙ୍କର ଇଚ୍ଛା କଣ ନଜାଣି ଓ ତାଙ୍କୁ କିଛି ନଜଣାଇ ଅଧିନାୟକ ପଦରୁ ହଟାଇଦିଆଯାଇଥିଲା । ଏହି ପ୍ରସଙ୍ଗକୁ ସଚିନ ଫିଲ୍ମରେ ବିସିସିଆଇ ର ଅଧିକାରୀଙ୍କୁ କହିଛନ୍ତି । ‘ଯେତେବେଳେ ଏହା ସ୍ଥିର ହେଲା ଅତି କମରେ ଥରେ ତ ମୋତେ ଫୋନ କରିପାରିଥାନ୍ତେ,’ । ଏହା କ୍ଷୋଭର ସହ ସଚିନ କହିଛନ୍ତି ଫିଲ୍ମରେ ।