ଗୋପନୀୟ ଭାବେ ବିବାହ କଲେ ବଲିଉଡର ବୋଲ୍ଡ ନାୟିକା ରିୟା ସେନ୍ ! କାହିଁକି ଜାଣନ୍ତୁ

236

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ହଟ୍ ନାୟିକା ରିୟା ସେନ୍ । ନିଜ ଦୀର୍ଘଦିନର ବନ୍ଧୁ ଶିଭମ୍ ତିୱାରୀଙ୍କୁ ଗୋପନୀୟ ଭାବେ ବିବାହ କରିଛନ୍ତି ରିୟା । ପ୍ରଥମେ ଖବର ଆସିଥିଲା, ରିୟା କାଳେ ଚଳିତ ମାସ ଶେଷ ସପ୍ତାହବେଳକୁ ବିବାହ କରିପାରନ୍ତି ବୋଲି । ମାତ୍ର ରିୟାଙ୍କ ଏଭଳି ଅଚାନକ ଭାବେ ବିବାହ କରିବା ଏବେ ତାଙ୍କ ଫ୍ୟାନ୍ସଙ୍କୁ କରିଦେଇଛି ଚକିତ ।

ସୂଚନା ମୁତାବକ, ନିକଟରେ ରିୟା କାହାକୁ ନଜଣାଇ ଗୋପନୀୟତା ଭାବେ ପୁଣେରେ ବିବାହ କରିଛନ୍ତି । ତାଙ୍କର ଏହି ବିବାହ ଉତ୍ସବରେ କେବଳ ଉଭୟଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ତାଙ୍କର କିଛି ଘନିଷ୍ଠ ବନ୍ଧୁମାନେ ସାମିଲ ହୋଇଥିଲେ । ଏକ ବିଶେଷ ସୂତ୍ରରୁ ଯାହା ଜଣା ପଡିଛି କି, ଗର୍ଭବତୀ ଥିବା କାରଣରୁ ରିୟା ତରବରିବା ଭାବେ ଶିଭମଙ୍କୁ ବିବାହ କରିଛନ୍ତି । ରିୟା ଦୀର୍ଘଦିନ ଧରି ଶିଭମଙ୍କୁ ଡେଟ୍ କରିଆସୁଥିଲେ । ତେବେ ରିୟାଙ୍କ ବିବାହ ଫଟୋ ଯଦିଓ ଏଯାବତ୍ ସାମ୍ନାକୁ ଆସିନି ମାତ୍ର ଉତ୍ସବ ବେଳର କିଛି ଫଟୋ ରିୟା ଭଉଣୀ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ରିୟା ସେନ୍ ଏକତା କପୂରଙ୍କ ‘ରାଗିନୀ ଏମଏମଏସ ୨’ରୁ ଚର୍ଚ୍ଚାରେ ରହିଆସିଛନ୍ତି । ସମୟ ଥିଲା ବଲିଉଡ ଜଗତର ସବୁଠାରୁ ବୋଲ୍ଡ ତଥା ହଟ୍ ନାୟିକା ଭାବେ ରିୟା ପରିଚିତ ଥିଲେ । ତେବେ ରିୟା ସିନେମା ‘ଷ୍ଟାଇଲ’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ସୌଜନ୍ୟ: ଅମର ଉଜାଲା