ସୋସିଆଲ ମିଡିଆରେ ଋଷିଙ୍କୁ ନେଇ ଚର୍ଚ୍ଚା ! ଜୀବିତ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ହେଲେ ହଟହଟା

28

ସୋସିଆଲ ମିଡିଆରେ ନିଜର କମେଂଟ ଦେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଋଷି କପୁର ପୁଣି ଥରେ ବିବାଦ ଘେରରେ । ନିଜ ଟିଇଟରେ ଏକ ଆପତିଜନକ କମେଂଟ ପୋଷ୍ଟ କରି ଋଷି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି ।
ଏଥରକ ଋଷି କରିଥିବା କମେଂଟଟି ସବୁସୀମା ଟପିଯାଇଛି । କାରଣ ଋଷି ଜଣେ ଜୀବିତ ଅଭିନେତାଙ୍କୁ ମୃତ ଘୋଷିତ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ତେବେ ଦେଖନ୍ତୁ ଏହି ପୋଷ୍ଟଟିକୁ –

ତେବେ ଏହେଉଛନ୍ତି ଆମେରିକାର ଜଣେ ନାମକରା ହାସ୍ୟ ଅଭିନେତା ଏଡ୍ଡି ମୁର୍ଫି । ଆଶ୍ଚର୍ଯ୍ୟକର କଥା ହେଲା ଏଡ୍ଡି ମୁର୍ଫି ଏବେବି ଜୀବିତ ଅଛନ୍ତି । ଋଷି ଯଦିଓ କିଛି ସମୟ ପରେ ଏହି ଟୁଇଟଟିକୁ କାଟି ଦେଇଥିଲେ । ମାତ୍ର ଜଣେ ଜୀବିତ କଳାକାରଙ୍କ ବିରୋଧରେ ଏଭଳି ପୋଷ୍ଟ କରି ଋଷି କପୁର କଣ ଜତାଇବାକୁ ଚାହୁଁଛନ୍ତି ତାହା କେବଳ ତାଙ୍କୁ ଜଣା ।

ଏଠାରେ ଆମେ କହି ରଖୁଛୁକି , ପୂର୍ବରୁ ମଧ୍ୟ ଋଷି ଏକ ବିବାଦୀୟ କମେଂଟ କରି ହଟହଟା ହୋଇଥିଲେ । ଅର୍ଥାତ୍ ସେହି କମେଂଟକୁ କେନ୍ଦ୍ରକରି ତାଙ୍କ ସହ ଜଣେ ପାକିସ୍ତାନୀ ମହିଳାଙ୍କ ସହିତ ଭିଷଣ ଲଢେଇ ହୋଇଯାଇଥିଲା । ତେବେ ଏତେ ସବୁ ହେଲା ପରେ ବି ଋଷିଙ୍କ ଚେତା ପସିନି ।