ଝିଅ ଆଦିରାକୁ ନେଇ ରାଣୀଙ୍କ ବଡ ନିଷ୍ପତି !

49

ବଲିଉଡ ତାରକାଙ୍କର ପିଲାଙ୍କ ଉପରେ ସବୁବେଳେ କ୍ୟାମେରାର ନଜର ରହିଥାଏ । ଷ୍ଟାର କିଡ଼ସ ଯେଉଁଠାରେ ନଜର ଆସନ୍ତି କ୍ୟାମେରା ତାଙ୍କ ପିଛା କରିଥାଏ । ଅଧିକାଂଶ ବଲିଉଡ ତାରକ ଏହାକୁ ପସନ୍ଦ କରନ୍ତି ନାହିଁ ତେଣୁ ସେମାନେ ତାଙ୍କ ପିଲାଙ୍କୁ କ୍ୟାମେରାଠାରୁ ଦୂରେଇ ରଖିଥାନ୍ତି । ରାଣୀ ମୁଖାର୍ଜୀ ମଧ୍ୟ ଏହିଭଳି କିଛି ଚାହାଁନ୍ତି । ଆସନ୍ତୁ ଜାଣିବା ।

ମିଡିଆରେ ସବୁବେଳେ ଷ୍ଟାର କିଡ଼ସଙ୍କ ବିଷୟରେ ଆଲୋଚନା କରାଯାଏ । ରାଣୀ ନିଷ୍ପତ୍ତି ନେଇଛନ୍ତି ଯେ, ସେ ଆଦିରାଙ୍କୁ କ୍ୟାମେରା ସାମ୍ନାକୁ ଆଣିବେ ନାହିଁ । ଏକ ଇଂଟରଭ୍ୟୁରେ ରାଣୀ କହିଛନ୍ତି ଯେ, ସେ ଚାହୁଁନାହାଁନ୍ତି ଯେ ଆଦିରା ଏହି ସଂସ୍କୃତିର ଶିକାର ହେଉ ବୋଲି ।

ରାଣୀଙ୍କ କହିବା ଅନୁସାରେ, ଆଦିରାଙ୍କୁ ସେ ସାଧାରଣ ଭାବେ ବଂଚିବାକୁ ଦେବାକୁ ଚାହାଁନ୍ତି । ସେ ଚାହାଁନ୍ତି ବିଦ୍ୟାଳୟରେ ଆଦିରାଙ୍କୁ ଅନ୍ୟ ପିଲାଙ୍କ ଭଳି ବ୍ୟବହାର କରାଯାଉ । ଆଦିରାଙ୍କର ବାରମ୍ବାର ଫଟୋ ଉଠାଯାଉ ସେ ଏହା ଆଦୌ ପସନ୍ଦ କରନ୍ତି ନାହିଁ । ଖୁବ ଶୀଘ୍ର ରାଣୀ ଫିଲ୍ମ ‘ହିଚକୀ’ରେ ନଜର ଆସିବେ । ଯେଉଁଥିରେ ସେ ଏକ ଶିକ୍ଷୟତ୍ରୀ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଫିଲ୍ମଟି ୨୩ ମାର୍ଚ୍ଚକୁ ରିଲିଜ ହେବାକୁ ଯାଉଛି ।