ବର ସାଜିବେ ରଣବୀର କପୁର ! ଦୀପିକା ନା କ୍ୟାଟରିନା କାହାକୁ କରିବେ ବିବାହ

62

ବିବାହ କରିବେ ବଲିଉଡ ଅଭିନେତା ରଣବୀର କପୁର । କିନ୍ତୁ ଦୀପିକା କି କ୍ୟାଟରିନାଙ୍କୁ ନୁହେଁ ,ଅନ୍ୟ ଜଣଙ୍କୁ । ଆଶ୍ଚର୍ଯ୍ୟ ହୋଇଗଲେ ନା ଆପଣ । ଆଜ୍ଞା ହଁ ! ଏକଥା ସତ୍ୟ ଅଟେ । ରଣବୀର କପୁର ବିବାହ କରିବାକୁ ଯାଉଛନ୍ତି ଆଉ ସେ ପୁଣି ମାଆ ନିତୁ ପସନ୍ଦ କରିଥିବା ଝିଅଟିକୁ ।

ସୂଚନା ମୁତାବକ, ରଣବୀର ନିଜର ଆଗାମୀ ସନେମା ‘ଜଗା ଜାସୁସ୍’ର ପ୍ରମୋସନରେ ବ୍ୟସ୍ତ ରହୁଛନ୍ତି । କିନ୍ତୁ ଅଚାନକ୍ ଭାବେ ନିଜର ସମସ୍ତ କାମ ଛାଡି ମାଆ ନିତୁ କପୁରଙ୍କ ସହିତ ରଣବୀର ଲଣ୍ଡନ ଚାଲି ଯାଇଥିଲେ । ତେବେ ପ୍ରଥମେ ତ ସମସ୍ତଙ୍କୁ ଲାଗିଥିଲା କି,ସେ ବୋଧେ ଛୁଟି କଟାଇବାପାଇଁ ମାଆଙ୍କ ସହ ବୁଲିବାକୁ ଯାଇଛନ୍ତି । କିନ୍ତୁ ମାମଲାଟି ଥିଲା ସଂପୂର୍ଣ୍ଣ ଅଲଗା ।

ଏହାର ମୁଖ୍ୟ ଉଦ୍ଦେଶ୍ୟଟି ଥିଲା, ନିତୁ ଏବଂ ରଣବୀର ଲଣ୍ଡନରେ ଛୁଟି କଟାଇବାକୁ ନୁହେଁ ବରଂ ଝିଅ ଦେଖିବାକୁ ଯାଇଥିଲେ । ଯେଉଁ ଝିଅଟିକୁ ରଣବୀର ଦେଖିବାକୁ ଯାଇଥିଲେ ସେ ହେଉଛନ୍ତି ଲଣ୍ଡନର ଜଣେ ପ୍ରଭାବଶାଳୀ ବ୍ୟବସାୟୀଙ୍କ ଝିଅ । ତେବେ ଯଦିଓ ଏନେଇ ଅଧିକ କୌଣସି ସୂଚନା ମିଳିପାରିନାହିଁ । କିନ୍ତୁ ଖୁବ୍ ଶୀଘ୍ର ରଣବୀର ତାଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି ।