ଦୁର୍ଗତିରେ ‘ରାମାୟଣ’ର ରାମଚନ୍ଦ୍ର ! ଯାହାରକୁ ନେଇ ନିଜେ କଲେ ଖୁଲାସା

120

ଲୋକପ୍ରିୟ ଧାରାବାହିକ ତଥା ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ ‘ରାମାୟଣ’କୁ ଆପଣ ଦେଖିଥିବେ ନିଶ୍ଚୟେ । ଆଉ ଏଥିରେ ମୁଖ୍ୟ ତଥା ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଚରିତ୍ରରେ ନଜର ଆସିଥିବା ଅଭିନେତାଙ୍କୁ ମଧ୍ୟ ଜାଣିଥିବେ । ତେବେ ତାଙ୍କର ପ୍ରକୃତ ନାଁ ହେଉଛି ଅରୁଣ ଗୋଭିଲ୍ । ଆମେ ଏଠାରେ ତାଙ୍କ ସଂପର୍କରେ ଆଲୋଚନା କରିବାର ଉର୍ଦ୍ଦେଶ୍ୟ ହେଉଛି ବର୍ତ୍ତମାନ ତାଙ୍କୁ ଏହି ଚରିତ୍ର ବହୁତ ମହଙ୍ଗା ପଡିଛି । ଯାହାର ଖୁଲାସା ସେ ନିଜେ କରିଛନ୍ତି ।

ତେବେ ଅରୁଣ ନିଜର ପ୍ରକୃତ ନାଁ ଅପେକ୍ଷା ରାମଙ୍କ ନାଁରେ ଜଣାଶୁଣା । ରାମଙ୍କ ରୂପରେ ପ୍ରତି ଘରେ ଘରେ ପରିଚିତ ଥିବା ଅରୁଣ ଏହି ଚରିତ୍ରଟିକୁ ଏଭଳି ସାର୍ଥକତାର ସହ ସଫଳ କରି ପାରିଥିଲେ କି ତାଙ୍କ ପାଇଁ ଏହା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଦେଇକ୍ତି । ପାଠାପଢା ସମୟରେ ଅରୁଣ ଅନେକ ନାକଟରେ ଅଭିନୟ କରିଥିଲେ । ମାତ୍ର ସେ ନିଜ କ୍ୟାରିୟର ଏଥିରେ ଗଢିବାକୁ ଚାହିଁ ନଥିଲେ । ଏଥିପାଇଁ ସେ ପ୍ରଥମେ ତାଙ୍କ ଭାଇଙ୍କ କାରବାରରେ ସାହାର୍ଯ୍ୟ କରିବାକୁ ମୁମ୍ବାଇ ଚାଲି ଆସିଥିଲେ । କିଛି ଦିନ ପରେ ପୁଣି ଥରେ ଅରୁଣଙ୍କ ମନ ଅଭିନୟକୁ ଟାଣି ହୋଇଯାଇଥିଲା । ପ୍ରଥମେ ସେ ‘ବିକ୍ରମବେତାଳ’ ନାମକ ଏକ ଧାରାବାହିକରେ ରାଜା ବିକ୍ରମାଦିତ୍ୟ ଭୂମିକାରେ ନଜର ଆସିଥିଲେ ତେବେ ଏହି ଚରିତ୍ରରେ ତାଙ୍କର ଦମଦାର ଅଭିନୟ ତାଙ୍କୁ ୧୯୮୭ରେ ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ‘ରାମାୟଣ’ରେ ରାମଙ୍କ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା ।

ତାଙ୍କ ଅଭିନୟରେ ଦର୍ଶକେ ଏତେ ମାତ୍ରାରେ ଅନୁପ୍ରାଣିତ ହୋଇ ପଡିଛନ୍ତି କି ଏବେ ସେ ଯେଉଁଠିକୁ ଯାଉଛନ୍ତି ଲୋକେ ତାଙ୍କ ପାଦ ଧରି ନମସ୍କାର ହେଉଛନ୍ତି ଏପରିକି ତାଙ୍କ ବୟସରୁ ବଡ ବ୍ୟକ୍ତିମାନେ ମଧ୍ୟ ତାଙ୍କ ପାଦ ଛୁଇଁ ନମସ୍କାର ହେଉଛନ୍ତି । ଖାସି ସେତିକି ନୁହେଁ ଅରୁଣଙ୍କୁ ଏଥିପାଇଁ ନିଜର ଇଚ୍ଛା ତଥା ଅଭ୍ୟାସକୁ ମଧ୍ୟ ଛାଡିବାକୁ ପଡିଛି । ସେ ତାଙ୍କ ବହୁ ପୁରୁଣା ଅଭ୍ୟାସ ସିଗାରେଟ୍ ସେବନକୁ ମଧ୍ୟ ଛାଡିବାକୁ ବାଧ୍ୟ ହୋଇଛନ୍ତି ।