ରଜନୀକାନ୍ତ ଏବଂ ଅକ୍ଷୟଙ୍କ ମୁଣ୍ଡରେ ଚଡ଼କ ! ଫ୍ଲପ ହୋଇପାରେ ୪୫୦ କୋଟି ଟଙ୍କାର ‘୨.୦’ ସିନେମା

24

ସିନେମା ଜଗତ ପାଇଁ ୨୦୧୭ ଖୁବ୍  ମଙ୍ଗଳମୟ ରହିଥିଲା ।  ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ମୋଟ୍ ୨୩୯ଟି ଫିଲ୍ମ ରିଲିଜ ହୋଇଥିବା ବେଳେ ବଲିଉଡରେ ବ୍ଲକବଷ୍ଟର ଭାବେ ରହିଥିଲା ୫ଟି ସିନେମା ।  ୨୦୧୮ରେ ମଧ୍ୟ କେତେକ ହାଇବଜେଟର ସିନେମା ରିଲିଜ ହେବାକୁ ଯାଉଛି । ହେଲେ ଏହି ସିନେମାହଗୁଡିକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  କାରଣ କିଛି ସିନେମା ସୁପରହିଟ ହେବା ନେଇ ଆଶା ସଂଚାର ହୋଇଥିବା ବେଳେ କିଛି ସିନେମା ଫ୍ଲପ ମଧ୍ୟ ହେବାର ସମ୍ଭାବନା ରହିଛି । ତେବେ ଏଭଳି ଏକ ସିନେମା ହେଉଛି ୨.୦ । ଯାହା ୪୫୦ କୋଟି ବଜେଟରେ ନିର୍ମାଣ ହୋଇଛି ।

ବାସ୍ତବରେ ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ସିନେମା ୨.୦, ଚଳିତ ବର୍ଷର ବହୁ ପ୍ରତିକ୍ଷୀତ ସିନେମା ଅଟେ । ହେଲେ  ଏଥିସହିତ ଆଉ ୩ଟି ଫିଲ୍ମ ମଧ୍ୟ ପରଦାକୁ ଆସିବାକୁ ଯାଉଛି । କୁହାଯାଉଛି ଯେ, ଏହି ମେଗା ବଜେଟ ଫିଲ୍ମ ମଧ୍ୟ ଏଥିରେ ପ୍ରଭାବିତ ହେବାକୁ ଯାଉଛି । ତେବେ ପୂର୍ବରୁ ଅକ୍ଷୟ ଅଭିନିତ ସିନେମା ପ୍ୟାଡମ୍ୟାନ ଏହାର ଏକ ବଡ କାରଣ ପାଲଟିଛି, ଆଉ ଯାହାକୁ ଚଳିତ ମାସ ରିଲିଜ କରିବା କଥା ମାତ୍ର ଫିଲ୍ମଟିକୁ ଅପ୍ରେଲରେ ରିଲିଜ୍ କରାଯିବା ନେଇ ଘୋଷଣା କରାଯାଉଛି । ତେବେ ରଜନୀକାନ୍ତଙ୍କ ଫିଲ୍ମ ସାମ୍ନାରେ ବାଘୀ ଟୁ, ମଣିକର୍ଣ୍ଣିକା ଏବଂ ଆଭେଞ୍ଜର୍ସ ଇନଫିନିଟି ବାର ମଧ୍ୟ ୨୭ ଅପ୍ରେଲରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି । ଏହି ସବୁ ସବୁ ସିନେମାଗୁଡିକ ମଧ୍ୟ ଖୁବ୍ ଦମଦାର ରହିବ ବୋଲି ଆଶା କରାଯାଉଛି ।