ପୁଣି ଥରେ ଚର୍ଚ୍ଚାରେ ଭାଲେଂଟାଇଲ ଗାର୍ଲ ପ୍ରିୟା ପ୍ରକାଶ ! ଗୋଟିଏ ସୋସିଆଲ ମିଡିଆ ପୋଷ୍ଟ ଉପରେ ମିଳୁଛି ୮ ଲକ୍ଷ ଟଙ୍କା

71

ଭାଲେଣ୍ଟାଇନ ସପ୍ତାହରେ ଭାଇରାଲ ହୋଇଥିବା ଭିଡିଓ ଜରିଆରେ ରାତାରାତି ଷ୍ଟାର ହୋଇଥିବା ପ୍ରିୟା ପ୍ରକାଶ ୱାରିୟର ବର୍ତ୍ତମାନ ବଲିଉଡର ଜଣାଶୁଣା ଅଭିନେତ୍ରୀମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ପ୍ରିୟା ପ୍ରକାଶ ‘ମାଣିକ୍ୟ ମାଲାରାୟା ପୁଭି’ ଗୀତ ଜରିଆରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ । ବର୍ତ୍ତମାନ ପ୍ରିୟା ଇଂଷ୍ଟାଗ୍ରାମରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରିୟାଙ୍କର ଗୋଟିଏ ଦିନରେ ୬୦୬ ହଜାର ଫଲୋୟର୍ସ ବଢିଥିଲେ । ଏହି ସଂଖ୍ୟା ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଥିବା ଅଭିନେତ୍ରୀ ସନି ଲିୟୋନ ଏବଂ ଦୀପିକା ପାଦୁକୋନଙ୍କ ଠାରୁ ମଧ୍ୟ ଅଧିକ । ଏହି ମାମଲାରେ ଆମେରିକାର ଟିଭି ଷ୍ଟାର କେଲି ଜେନର ଏବଂ ଫୁଟବଲ ଷ୍ଟାର କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି ପ୍ରିୟା । ବର୍ତ୍ତମାନ ପ୍ରିୟାଙ୍କର ଇଂଷ୍ଟାଗ୍ରାମରେ ୫.୧ ମିଲିୟନ ଫଲୋୟର୍ସ ଅଛନ୍ତି ।

ରିପୋର୍ଟ ଅନୁସାରେ ପ୍ରିୟାଙ୍କର ବଢୁଥିବା ଫଲୋୟର୍ସ ଏବଂ ଲୋକପ୍ରିୟତାକୁ ନଜରରେ ରଖି ପ୍ରିୟାଙ୍କର ପ୍ରତ୍ୟେକ ସୋସିଆଲ ପୋଷ୍ଟ ବଦଳରେ ତାଙ୍କୁ ୮ ଲକ୍ଷ ଟଙ୍କା ମିଳୁଛି । ଏଠାରେ ଆମେ କହିରଖୁଛୁ ଯେ ପ୍ରିୟାଙ୍କର ଫିଲ୍ମ ‘ ଓରୁ ଆଦାର ଲଭ’ର ଗୀତ ସୋସିଆଲ ମିଡିଆରେ ଛାଇ ରହିଛି । ଏହି ଫିଲ୍ମଟି ଦୁଇ ସ୍କୁଲ୍ ଛାତ୍ରଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ।