ଏହି ନାୟିକାଙ୍କୁ ବଂଚାଇବା ପାଇଁ ନିଜ ଜୀବନକୁ ବାଜି ଲଗେଇ ଦେଇଥିଲେ ବିଗବି ! ଜାଣନ୍ତୁ ଆଜି ସେ କରୁଛନ୍ତି କଣ

116

ଆଜ୍ଞା ହଁ ! ଏହି ନାୟିକାଙ୍କୁ ବଂଚାଇବାକୁ ଯାଇ ଅମିତାଭ ବଚ୍ଚନ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ଅର୍ଥାତ୍ ଏହି ନାୟିକା ଜଣଙ୍କ ବିଗବିଙ୍କ ସହ ‘ଲାବାରିସ୍’ ଏବଂ ‘ଆଜ କା ଅର୍ଜୁନ’ ଭଳି ସିନେମାରେ କାମ କରିସାରିଛନ୍ତି । ତେବେ ଆପଣ ଜାଣିଛନ୍ତି କି ଏହି ନାୟିକା ଜଣଙ୍କ ବାସ୍ତବରେ କିଏ ଏବଂ ବର୍ତ୍ତମାନ ସେ କେଉଁଠାରେ ଅଛନ୍ତି ? ଆଉ କେମିତି ଦେଖାଯାଉଛନ୍ତି ?

ଏହି ନାୟିକା ଜଣଙ୍କ ହେଲେ ପ୍ରିତି ସପ୍ରୃ । ଯିଏ କି ଏବେ ଜଣେ ପଂଜାବି ସିନେମାର ସୁପରଷ୍ଟାର । ପ୍ରିତି ପଂଜାବି ସିନେମାରେ ଦୀର୍ଘ ବର୍ଷ ହେଲା ରାଜ୍ କରି ଆସୁଛନ୍ତି । ପ୍ରିତି ହେଉଛନ୍ତି ଜଣାଶୁଣା ଅଭିନେତା ଡି କେ ସପ୍ରୃଙ୍କ ଝିଅ । ଯିଏ କି ୩୫୦ରୁ ଅଧିକ ସିନେମାରେ ଅଭିନୟ କରିଥିବା ସହ ବହୁତ ଖ୍ୟାତି ଅର୍ଜନ ମଧ୍ୟ କରିଛନ୍ତି । ସେହିପରି ତାଙ୍କ ମାଆ ହେମାବତି ସପ୍ରୃ ମଧ୍ୟ ଖୁବ୍ ଜଣାଶୁଣା ।

ନିଜ କ୍ୟାରିୟରରେ ସେ ଅମିତାଭଙ୍କ ବ୍ୟତୀତ ରାଜେଶ ଖାନ୍ନା ଏବଂ ଜିତେନ୍ଦ୍ରଙ୍କ ଭଳି ସୁପରଷ୍ଟାରଙ୍କ ସହ କାମ କରିସାରିଛନ୍ତି । ତେବେ ହିନ୍ଦି ସିନେମା ସହିତ ସେ ପଂଜାବି ସିନେମାରେ ମଧ୍ୟ ଖୁବ୍ ନାଁ କରି ସାରିଛନ୍ତି । ପ୍ରିତି ନା କେବଳ ଜଣେ ସଫଳ ଅଭିନେତ୍ରୀ ଥିଲେ ତାହା ନୁହେଁ ବରଂ ଜଣେ ସଫଳ ନିର୍ଦ୍ଦେଶକ ମଧ୍ୟ ଅଟନ୍ତି । ସେ ‘କୁର୍ବାନି ଜଟ ଦି’ ଭଳି ଅନେକ ହିଟ୍ ପଂଜାବି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି । ଏହା ବ୍ୟତୀତ ସେ କିଛି ହିନ୍ଦୀ ସିନେମାର କାହାଣୀ ମଧ୍ୟ ଲେଖିଛନ୍ତି ।