କେବେ ଶୋ’ ପ୍ରତି ପାଉଥିଲେ ମାତ୍ର ୩୦୦ ଟଙ୍କା ! ଏବେ କୋଟି କୋଟି ଟଙ୍କା ସଂପତିର ମାଲିକ ପ୍ରକାଶ ରାଜ୍

46

ଦକ୍ଷିଣ ଭାରତୀୟ ସିନେମା ଜଗତରେ ଅନେକ ସୁପରଷ୍ଟାର ଅଛନ୍ତି । କିନ୍ତୁ ସେଠାକାର ଖଳନାୟକଙ୍କର ମଧ୍ୟ ସେତିକି ଡିମାଣ୍ଡ ରହିଛି ଯେତିକି ଜଣେ ଷ୍ଟାର ବା ନାୟକର ରହିଥାଏ । ତେବେ କହିବାକୁ ଗଲେ ତ ସାଉଥ୍ ଇଣ୍ଡଷ୍ଟ୍ରିରେ ଏଭଳି ଅନେକ ନାୟକ ରହିଛନ୍ତି, ଯେଉଁମାନେ କି ଖଳନାୟକ ସାଜି ଖୁବ୍ ଲୋକପ୍ରିୟତା ସାଉଟିଛନ୍ତି । କିନ୍ତୁ ପ୍ରକାଶ ରାଜଙ୍କର ସ୍ଥାନ ବୋଧହୁଏ କେହି ହୋଇପାରି ନାହାଁନ୍ତି ।

ପ୍ରକାଶ ରାଜ୍ ଦକ୍ଷିଣ ଭାରତୀୟ ସିନେମା ଜଗତର ସବୁଠାରୁ ଅଧିକ ଡିମାଣ୍ଡରେ ଥିବା ଅଭିନେତା ଅଟନ୍ତି । ବିଭିନ୍ନ ଭୂମିକାରେ ନିଜ ଅଭିନୟର ଜଲବା ଦେଖାଇ ସାରିଛନ୍ତି ପ୍ରକାଶ ରାଜ୍ । କିନ୍ତୁ ଖଳନାୟକ ଭୂମିକାଟି ତାଙ୍କୁ ଟାଣି ନେଇଥିଲା ସଫଳତା ଆଡ଼କୁ ।

୧୯୯୪ରେ ପ୍ରକାଶ ରାଜ୍ ପ୍ରଥମ କରି ତେଲୁଗୁ ସିିନେମାରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ କନ୍ନଡ ଟେଲିଭିଜନ ଇଣ୍ଡଷ୍ଟ୍ରିର ଏବଂ କନ୍ନଡ ସିନେମାରେ ଦୀର୍ଘଦିନ ଧରି କାମ କରିଥିଲେ । ଖାଲି ସେତିକି ନୁହେଁ, ପ୍ରକାଶ ମଧ୍ୟ ଅନେକ ଷ୍ଟେଜ୍ ଶୋ’ କରିସାରିଛନ୍ତି । ଆଉ ଏଥିପାଇଁ ତାଙ୍କୁ ଶୋ’ ପ୍ରତି ମିଳିଥାଏ ମାତ୍ର ୩୦୦ ଟଙ୍କା ।

ଆଜିକା ଦିନରେ ପ୍ରକାଶ ଦକ୍ଷିଣ ଭାରତୀୟ ସିନେମାର ସବୁଠାରୁ ଅଧିକ ଫିସ୍ ନେଉଥିବା ଅଭିନେତା ଅଟନ୍ତି । ଏଥିସହିତ ନିଜର ଫିସକୁ ସେ ନିଜେ ସ୍ଥିର କରନ୍ତି । ନିଜ ଇଚ୍ଛା ମୁତାବକ, ସେ ନିର୍ଦ୍ଦେଶକଙ୍କ ନିକଟରେ ଟଙ୍କା ଦାବି କରନ୍ତି । କିନ୍ତୁ ଏମିତି କିଛି ସିନେମା ରହିଛି ଯେଉଁଥିରେ ସେ ଗୋଟିଏ ଟଙ୍କା ମଧ୍ୟ ଚାର୍ଜ କରିନାହାଁନ୍ତି ।

ଏହାସହ ମଧ୍ୟ ପଢନ୍ତୁ- କାହିଁକି ସର୍ବସମ୍ମୁଖରେ ଚିତ୍କାର କରି କାନ୍ଦି ଉଠିଲେ ବେବି ଡଲ୍? ଜାଣନ୍ତୁ ହରିଦ୍ୱାରର ପବିତ୍ରଘାଟରେ ସନ୍ନିଙ୍କ ସହିତ ହେଲା କଣ