ପୁଣି ଏକାଠି ହେବେ ବାହୁବଳୀ ହିଟ୍ ଯୋଡ଼ି । ନୂଆ ଆକ୍ସନ ମୁଭିରେ ଏକାଠି କାମ କରିବେ ରାଜମୌଲି ଓ ପ୍ରଭାସ୍

78

ସାରା ଦେଶରେ ଚହଳ ସୃଷ୍ଟି କରିଥିବା ସିନେମା ବାହୁବଳୀ ଏବଂ ବାହୁବଳୀ-୨ ପରେ ଏବେ ପୁଣି ଥରେ ନିର୍ଦ୍ଦେଶକ ଏସଏସ ରାଜମୌଲି ଏବଂ ସୁପରଷ୍ଟାର ପ୍ରଭାସ ଏକାଠି କାମ କରିବାକୁ ଯାଉଛନ୍ତି । ଆର୍ଥାତ୍ ଉଭୟେ ବର୍ତ୍ତମାନ ଚତୁର୍ଥ ଥର ପାଇଁ ପୁଣି ଏକ ସିନେମା କରିବାକୁ ଯାଉଛନ୍ତି । ତେବେ ରାଜମୌଲି ଏବଂ ପ୍ରଭାସଙ୍କ ଯୋଡି ଏବେକାର ନୁହେଁ ବରଂ ୧୦ ବର୍ଷ ପୂର୍ବରୁ ହିଁ ଉଭୟେ ଏକାଠି କାମ କରିସାରିଛନ୍ତି ଆଉ ସେହି ସିନେମା ମଧ୍ୟ ବକ୍ସ ଅଫିସରେ ହୋଇଥିଲା ସୁପରହିଟ୍ ।

ନିର୍ଦ୍ଦେଶକ ରାଜମୌଲି ଏବଂ ସୁପରଷ୍ଟାର ବାହୁବଳୀ ତଥା ପ୍ରଭାସ ଏବେ ଚତୁର୍ଥ ଥର ପାଇଁ ସିନେମା କରିବାକୁ ଯାଉଛନ୍ତି । ଯଦିଓ ସିନେମାକୁ ନେଇ ଆମକୁ ସେଭଳି କୌଣସି ବିସ୍ତାର ସୂଚନା ମିଳିପାରିନି ତେବେ ଏହି ସିନେମାଟି ଏକ ଆକ୍ସନ ସିନେମା ହୋଇଥିବା ସହ ଏହାର ସମସ୍ତ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ରହିଛି ବୋଲି ମିଳିଥିବା ସୂଚନାରୁ ଯାହା ଜଣାପଡିଛି ।

ଆଜିକା ଦିନରେ ପ୍ରଭାସ ଯେଉଁ ସ୍ଥାନରେ ପହଂଚିଛନ୍ତି ସେସବୁ ରାଜମୌଲିଙ୍କ ପାଇଁ ହିଁ ସମ୍ଭବ ହୋଇପାରିଛି । କାରଣ, ଯଦି ବାହୁବଳୀ ଏବଂ ବାହୁବଳୀ-୨ ସିନେମାକୁ ବାଦ ଦିଆଯାଏ ତେବେ ପ୍ରଭାସଙ୍କୁ ତେଲୁଗୁ ସିନେମାରେ ସଫଳତା ଦେବାର ଶ୍ରେୟ ଏସଏସ ରାଜମୌଲିଙ୍କର ହିଁ ରହିଛି । ରାଜମୌଲି ପ୍ରଥମେ ଏନଟିଆର ଜୁନିୟରଙ୍କ ସହ ମିଶି ସିନେମା ‘ଷ୍ଟୁଟେଂଟ ନମ୍ବର-୧’ ଏବଂ ‘ସିହ୍ମାଦ୍ରୀ’ କରିଥିଲେ ଆଉ ଦୁଇଟି ଯାକ ସିନେମା ହିଁ ବକ୍ସ ଅଫସରେ ସୁପରହିଟ୍ ହୋଇଥିଲା । ଏହାପରେ ରାଜମୌଲି, ନିତିନଙ୍କ ସହ ମିଶି ‘ସାୟେଁ’ ନାମକ ସିନେମା କରିଥିଲେ, ସେ ମଧ୍ୟ ବକ୍ସ ଅଫିସରେ ଧମାଲ୍ ମଚାଇଥିଲା ।

ତେବେ ସିନେମାରେ ବଡ ବଡ ସଫଳତା ହାସଲ କରିବା ପରେ ରାଜମୌଲି ଏବଂ ପ୍ରଭାସଙ୍କର ଯୋଡି ବନିଥିଲା । ରାଜମୌଲି ଆରମ୍ଭରୁ ହିଁ ନିଜ ସିନେମାରେ ନୁଆ ନୁଆ ଚେହେରାକୁ ସୁଯୋଗ ଦିଅନ୍ତି ଆଉ ସେମାନେ ବି ନିଜ ଭୂମିକାକୁ ଚରିତାର୍ଥ କରିବାରେ ସଫଳ ହୁଅନ୍ତି । ସେଭଳି ହିଁ ଏହି ତାଲିକାରେ ରାଜମୌଲି, ପ୍ରଭାସକୁ ସ୍ଥାନ ଦେଇଥିଲେ । ପ୍ରଭାସଙ୍କୁ ନେଇ ସେ ‘ଛତ୍ରପତି’ ନାମକ ସିନେମା କରିଥିଲେ ଯେଉଁଥିରେ ଶ୍ରେୟା ସରନଙ୍କର ମଧ୍ୟ ବିଶେଷ ଭୂମିକା ରହିଥିଲା ଏବଂ ଏହି ସିନେମାରେ ପ୍ରଦୀପ ରାୱତ ଓ ନରେନ୍ଦ୍ର ଝା ପ୍ରମୁଖ ନଜର ଆସିଥିଲେ ।

ଏହି ସିନେମାଟି ଶ୍ରୀଲଙ୍କାରୁ ଆସିଥିବା ବିସ୍ଥାପିତଙ୍କ କାହାଣୀ ଉପରେ ଆଧାରିତ । ଯେଉଁଥିରେ ଏକ ମାଆ-ଝିଅର ଭଲ ପାଇବା ଏବଂ ଭାଇର ଇର୍ଶା ଭାବକୁ ଚିତ୍ରଣ କରାଯାଇଛି । ତେବେ ଏହି ସିନେମାଟି ମଧ୍ୟ ରାଜମୌଲିଙ୍କ ବାକି ସିନେମା ଭଳି ସୁପରହିଟ୍ ପ୍ରମାଣିତ ହୋଇଥିଲା । ଖାଲି ସେତିକି ନୁହେଁ ‘ଛତ୍ରପତି’କୁ ମଧ୍ୟ ହିନ୍ଦୀ ଭାଷାରେ ରୂପାନ୍ତର କରାଯାଇଥିଲା । ଯାହାକି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା ।

ସୌଜନ୍ୟ: ଅମର ଉଜାଲା