ରିଲିଜ୍ ହେଲା ‘ମେରି ପ୍ୟାରି ବିନ୍ଦୁ’ର ଦ୍ୱିତୀୟ ଟ୍ରେଲର ! ମେ ୧୨ରେ ପରଦାକୁ ଆସିବ ଆୟୁଷ୍ମାନ ଓ ପରିଣିତିଙ୍କ ସିନେମା

43

ଆୟୁଷ୍ମାନ ଖୁରାନା ଓ ପରିଣିତି ଚୋପ୍ରା ଅଭିନିତ ସିନେମା ‘ମେରି ପ୍ୟାରି ବିନ୍ଦୁ’ର ଦ୍ୱିତୀୟ ଭାଗ ଟ୍ରେଲର ରିଲିଜ୍ ହୋଇଛି । ଏଥିରେ ଆୟୁଷ୍ମାନ ପରିଣିତିର ସ୍ୱଭାବ ନେଇ ବର୍ଣ୍ଣନା କରିବା ଦେଖାଯାଇଛି । ଏଥିରେ ନାୟିକାଙ୍କୁ ଗବର ସିଂ ଓ ନିଜକୁ ସାମ୍ବା ବୋଲି କହିଛନ୍ତି ନାୟକ ଆୟୁଷ୍ମାନ ।

ସିନେମାରେ ତାଙ୍କ ଭୂମିକା ଏକ ସରଳ ଓ ସାଧାରଣ ଯୁବକ । ୧ ମିନିଟ୍ ୪୪ ସେକେଣ୍ଡର ଏହି ଟ୍ରେଲର ରିଲିଜ ହେବାର ମାତ୍ର ୧୫ ଘଂଟା ମଧ୍ୟରେ ୟୁଟ୍ୟୁବରେ ଏହାର ଦର୍ଶକ ସଂଖ୍ୟା ୧୩ ଲକ୍ଷ ଟପି ସାରିଲାଣି । ଆକାଶ ରାୟ ନିର୍ଦ୍ଦେଶିତ ଏହି ସିନେମା ମେ ୧୨ ତାରିଖରେ ବିଭିନ୍ନ ସିନେମା ହଲରେ ରିଲିଜ୍ ହେବ । ଆଜି ଏହି ସିନେମାର ଟ୍ରେଲର ତୃତୀୟ ଭାଗ ରିଲିଜ୍ ହେବ ।